କରାଚିରେ ସଚିନଙ୍କୁ ଆହତ କରିବାକୁ ଉଦ୍ୟମ କରିଥିଲେ ଶୋଏବ ଅଖତର

କରାଚି: କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଓ ପାକିସ୍ତାନର ଦ୍ରୁତ ବୋଲର ଶୋଏବ ଅଖତରଙ୍କ ଲଢ଼େଇ ଆପଣ ବହୁତ ଥର ଦେଖିଥିବେ। ଉଭୟଙ୍କ ମଧ୍ୟରେ ହୋଇଥିବା ଏକାଧିକ ସ୍ମରଣୀୟ ମ୍ୟାଚ୍ ଆପଣଙ୍କର ନିଶ୍ଚିତ ମନେଥିବ। ସଚିନ ସବୁବେଳେ ଅଖତରଙ୍କୁ କଡ଼ା ପ୍ରହାର କରନ୍ତି। ହେଲେ ବେଳେବେଳେ ଅଖତରଙ୍କ ବାଉନ୍ସର ସଚିନଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଥାଏ। ଏସବୁ ଭିତରେ ଅଖତର ଗୋଟିଏ ବଡ଼ ଖୁଲାସା କରିଛନ୍ତି। ୨୦୦୬ ଭାରତର ପାକିସ୍ତାନ ଗସ୍ତ ବେଳେ ଅଖତର […]

sachin

Hemant Lenka
  • Published: Monday, 06 June 2022
  • , Updated: 06 June 2022, 01:13 PM IST

କରାଚି: କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଓ ପାକିସ୍ତାନର ଦ୍ରୁତ ବୋଲର ଶୋଏବ ଅଖତରଙ୍କ ଲଢ଼େଇ ଆପଣ ବହୁତ ଥର ଦେଖିଥିବେ। ଉଭୟଙ୍କ ମଧ୍ୟରେ ହୋଇଥିବା ଏକାଧିକ ସ୍ମରଣୀୟ ମ୍ୟାଚ୍ ଆପଣଙ୍କର ନିଶ୍ଚିତ ମନେଥିବ। ସଚିନ ସବୁବେଳେ ଅଖତରଙ୍କୁ କଡ଼ା ପ୍ରହାର କରନ୍ତି। ହେଲେ ବେଳେବେଳେ ଅଖତରଙ୍କ ବାଉନ୍ସର ସଚିନଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଥାଏ।

ଏସବୁ ଭିତରେ ଅଖତର ଗୋଟିଏ ବଡ଼ ଖୁଲାସା କରିଛନ୍ତି। ୨୦୦୬ ଭାରତର ପାକିସ୍ତାନ ଗସ୍ତ ବେଳେ ଅଖତର ଜାଣିଶୁଣି ସଚିନଙ୍କୁ ଆହତ କରିବାକୁ ଜୋରଦାର ଉଦ୍ୟମ କରିଥିବା କହିଛନ୍ତି।

ଅଖତର କହିଛନ୍ତି, “ପ୍ରଥମେ ମୁଁ ଗୋଟିଏ ବଡ଼ ଖୁଲାସା କରିବାକୁ ଚାହେଁ। ୨୦୦୬ କରାଚି ଟେଷ୍ଟ ବେଳେ ମୁଁ ଜାଣିଶୁଣି ସଚିନଙ୍କୁ ଆହତ କରିବାକୁ ଚେଷ୍ଟା କରିଥିଲି। ସଚିନ ଉକ୍ତ ଟେଷ୍ଟରେ ଯେମିତି ହେଲେ ବି ଆହତ ହୁଅନ୍ତୁ ବୋଲି ମୁଁ ଚାହୁଁଥିଲି। ଏଥିପାଇଁ ମୁଁ ଭରପୂର ଚେଷ୍ଟା ମଧ୍ୟ କରିଥିଲି। ଇଞ୍ଜିମାମ ଉଲ ହକ ମୋତେ ୱିକେଟ ଲାଇନରେ ବଲ ପକାଇବାକୁ କହୁଥିଲେ।

କିନ୍ତୁ ମୁଁ ସଚିନଙ୍କ ଦେହରେ ବଲ ମାଡ଼ କରିବାକୁ ଚାହୁଁଥିଲି। ତେଣୁ ମୁଁ ତାଙ୍କ ହେଲମେଟରେ ବଲ ବଜାଇଥିଲି। ମୁଁ ଭାବିଥିଲି ସବୁ ସରିଲା। ସେ ବୋଧେ ଆଉ ନାହାନ୍ତି। କିନ୍ତୁ ମୁଁ ଯେତେବେଳେ ଭିଡିଓ ଦେଖିଲି ସେତେବେଳେ ସଚିନ ନିଜ ମୁଣ୍ଡକୁ ବେଶ ଚମତ୍କାର ଢଙ୍ଗରେ ରକ୍ଷା କରି ନେଇଥିବା ଜାଣିବାକୁ ପାଇଲି। ଏହାପରେ ମୁଁ ପୁଣି ତାଙ୍କୁ ଆହତ କରିବାକୁ ଚେଷ୍ଟା କରିଥିଲି। ଅନ୍ୟପଟେ ଭାରତୀୟ ବ୍ୟାଟରମାନେ ମହମ୍ମଦ ଆସିଫଙ୍କ ବୋଲିଂରେ ଘାଇଲା ହେବାରେ ଲାଗିଥିଲେ। ସେଦିନ ଆସିଫ ଯେଉଁଭଳି ଭାବେ ବୋଲିଂ କରିଥିଲେ ସମ୍ଭବତଃ ମୁଁ ବହୁତ କମ ଖେଳାଳିଙ୍କ ଠାରୁ ସେଭଳି ସ୍ପେଲ ଦେଖିଛି।”

ଏହି ଟେଷ୍ଟର ପ୍ରଥମ ଇନିଂସରେ ଇରଫାନ ଫଠାନ ହ୍ୟାଟ୍ରିକ ୱିକେଟ ନେଇଥିଲେ ମଧ୍ୟ ଭାରତ ମ୍ୟାଚ୍‌ ହାରିଯାଇଥିଲା। ଏଥିସହ ପାକିସ୍ତାନ ଠାରୁ ସିରିଜ ମଧ୍ୟ ହାରିଥିଲା। ଆସିଫ ଏହି ମ୍ୟାଚ୍‌ରେ ୭ଟି ୱିକେଟ ନେଇଥିଲେ। କିନ୍ତୁ ପ୍ରଥମ ଇନିଂସରେ ୧୧୩ ରନ କରିଥିବା କମରାନ ଅକମଲ ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ପାଇଥିଲେ।

Related story