ICC ମହିଳା ବିଶ୍ୱକପ୍‌: ଫାଇନାଲରେ ଇଂଲଣ୍ଡକୁ ୩୫୭ ରନ୍‌ର ଟାର୍ଗେଟ୍‌

କ୍ରାଇଷ୍ଟ ଚର୍ଚ୍ଚ: ଆଇସିସି ମହିଳା ବିଶ୍ୱକପ୍‌ ଫାଇନାଲରେ ମୁହାଁମୁହିଁ ହୋଇଛନ୍ତି ଅଷ୍ଟ୍ରେଲିଆ ଓ ଇଂଲଣ୍ଡ। ୱିକେଟ କିପର୍‌ ହିଲିଙ୍କ ଦମ୍‌ଦାର ୧୭୦ ରନ୍‌ ବଳରେ ଅଷ୍ଟ୍ରଲିଆ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭର୍‌ରେ ୫ ୱିକେଟ ହରାଇ ୩୫୬ର ବିଶାଳ ସ୍କୋର କରିଛି। ଫଳରେ ଇଂଲଣ୍ଡକୁ ଟ୍ରଫି ଜିତିବା ପାଇଁ ୩୭୫ ରନ୍‌ର ପାହାଡ ସ୍କୋର କରିବାକୁ ପଡିବ। ହେଗଲେ ଓଭାଲ୍‌ରେ ଖେଳା ଯାଉଥିବା ଫାଇନାଲ ମ୍ୟାଚ୍‌ରେ ଇଂଲଣ୍ଡ ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। […]

Woman world cup

Madhupriya Mistry
  • Published: Sunday, 03 April 2022
  • , Updated: 03 April 2022, 11:02 AM IST

କ୍ରାଇଷ୍ଟ ଚର୍ଚ୍ଚ: ଆଇସିସି ମହିଳା ବିଶ୍ୱକପ୍‌ ଫାଇନାଲରେ ମୁହାଁମୁହିଁ ହୋଇଛନ୍ତି ଅଷ୍ଟ୍ରେଲିଆ ଓ ଇଂଲଣ୍ଡ। ୱିକେଟ କିପର୍‌ ହିଲିଙ୍କ ଦମ୍‌ଦାର ୧୭୦ ରନ୍‌ ବଳରେ ଅଷ୍ଟ୍ରଲିଆ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭର୍‌ରେ ୫ ୱିକେଟ ହରାଇ ୩୫୬ର ବିଶାଳ ସ୍କୋର କରିଛି। ଫଳରେ ଇଂଲଣ୍ଡକୁ ଟ୍ରଫି ଜିତିବା ପାଇଁ ୩୭୫ ରନ୍‌ର ପାହାଡ ସ୍କୋର କରିବାକୁ ପଡିବ।

ହେଗଲେ ଓଭାଲ୍‌ରେ ଖେଳା ଯାଉଥିବା ଫାଇନାଲ ମ୍ୟାଚ୍‌ରେ ଇଂଲଣ୍ଡ ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ଏହି ନିଷ୍ପତ୍ତି ଦଳ ପାଇଁ ମହଙ୍ଗା ପଡିଥିଲା। ଅଷ୍ଟ୍ରେଲିଆର ଦୁଇ ଓପନର୍‌ ଆଲିସା ହିଲି ଓ ରାଚେଲ୍‌ ହାନେସ୍‌ ପ୍ରଥମ ୱିକେଟ ପାଇଁ ୧୬୦ ରନ୍‌ ଯୋଡି ଥିଲେ। ହାନେସ୍‌ ୬୮ ରନ୍‌ କରି ଆଉଟ୍‌ ହୋଇଥିଲେ।

ଏହାପରେ ହିଲି ଓ ବେଥ୍‌ ମୁନି ଦ୍ୱିତୀୟ ୱିକେଟ ପାଇଁ ୧୫୬ ରନ୍‌ର ଶତକୀୟ ଭାଗିଦାରୀ କରି ଅଷ୍ଟ୍ରେଲିଆକୁ ବଡ ସ୍କୋରରେ ପହଞ୍ଚାଇଥିଲେ। ଶତକ ମାରିଥିବା ହିଲି ୧୩୮ ବଲ୍‌ରେ ୧୭୦ ରନ୍‌ର ମାରାଥନ ଇନିଂସ ଖେଳିଥିଲେ, ଯେଉଥିରେ ୨୬ ଚୌକା ସାମିଲ ଥିଲା। ମୁନି ମଧ୍ୟ ୬୨ ରନ୍‌ର ମହତ୍ତ୍ୱପୂର୍ଣ୍ଣ ଇନିଂସ ଖେଳି ଆଉଟ୍‌ ହୋଇଥିଲେ। ତାହିଲା ମାକ୍‌ଗ୍ରା ୮ ଓ ଏଲିସ ପେରି ୧୭ ରନ୍‌ କରି ଅପରାଜିତ ଥିଲେ।

ଉଲ୍ଲେଖଯୋଗ୍ୟ ଯେ, ଚଳିତ ଟୁର୍ଣ୍ଣାମେଣ୍ଟରେ ଗତ ସଂସ୍କରଣର ରନର୍ସଅପ୍‌ ଭାରତ ରାଉଣ୍ଡ ରବିନ୍‌ରେ ହାରି ବିଦାୟ ନେଇଥିଲା।

Related story