ଏହି ଭାରତୀୟ ସ୍ପିନରଙ୍କ ପାଇଁ ରାତିରେ ଶୋଇପାରୁନଥିଲେ ସାଙ୍ଗାକାରା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଇତିହାସର ସବୁଠାରୁ ସଫଳ ବୋଲର ହେଉଛନ୍ତି ଅନୀଲ କୁମ୍ବଲେ । ଭାରତ ହେଉ କି ଭାରତ ବାହାରେ, ସବୁଠି ତାଙ୍କର ପ୍ରଦର୍ଶନ ଜବରଦସ୍ତ ରହିଛି । ତାଙ୍କ ବିରୋଧରେ ରନ୍ କରିବା ବିରୋଧୀ ବ୍ୟାଟ୍ସମ୍ୟାନଙ୍କ ପକ୍ଷେ କଷ୍ଟକର ହୋଇପଡ଼ୁଥିଲା । ଏହା ଆମେ କହୁଛୁ, କହିଛନ୍ତି ଶ୍ରୀଲଙ୍କାର ମହାନ ବ୍ୟାଟ୍ସମ୍ୟାନ୍ କୁମାର ସାଙ୍ଗାକାରା । ସାଙ୍ଗାକାରା କହିଛନ୍ତି ଯେ କୁମ୍ବଲେଙ୍କ ବିରୋଧରେ ରନ୍ କରିବା ତାଙ୍କ ପକ୍ଷେ ସହଜ ନଥିଲା । ଏପରିକି […]

kumar-sangakkara

kumar-sangakkara

Ranjit Kumar Jena
  • Published: Friday, 21 May 2021
  • Updated: 21 May 2021, 11:23 PM IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଇତିହାସର ସବୁଠାରୁ ସଫଳ ବୋଲର ହେଉଛନ୍ତି ଅନୀଲ କୁମ୍ବଲେ । ଭାରତ ହେଉ କି ଭାରତ ବାହାରେ, ସବୁଠି ତାଙ୍କର ପ୍ରଦର୍ଶନ ଜବରଦସ୍ତ ରହିଛି । ତାଙ୍କ ବିରୋଧରେ ରନ୍ କରିବା ବିରୋଧୀ ବ୍ୟାଟ୍ସମ୍ୟାନଙ୍କ ପକ୍ଷେ କଷ୍ଟକର ହୋଇପଡ଼ୁଥିଲା । ଏହା ଆମେ କହୁଛୁ, କହିଛନ୍ତି ଶ୍ରୀଲଙ୍କାର ମହାନ ବ୍ୟାଟ୍ସମ୍ୟାନ୍ କୁମାର ସାଙ୍ଗାକାରା ।

ସାଙ୍ଗାକାରା କହିଛନ୍ତି ଯେ କୁମ୍ବଲେଙ୍କ ବିରୋଧରେ ରନ୍ କରିବା ତାଙ୍କ ପକ୍ଷେ ସହଜ ନଥିଲା । ଏପରିକି କୁମ୍ବଲେଙ୍କ କାରଣରୁ ସେ ରାତିରେ ଶୋଇ ପାରୁନଥିଲେ । ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ପକ୍ଷରୁ ଟୁଇଟ୍ କରାଯାଇଥଆବା ଏକ ଭିଡିଓରେ ସାଙ୍ଗାକାରା କହିଛନ୍ତି, ଜଣେ ବ୍ୟାଟ୍ସମ୍ୟାନ୍ ଭାବେ କୁମ୍ବଲେଙ୍କ କାରଣରୁ ମୁଁ ଅନେକ ରାତି ଶୋଇପାରିନଥିଲି । ଯଦିଓ ସେ ଅର୍ଥୋଡକ୍ସ ଲେଗ୍ ସ୍ପିନର୍ ନଥିଲେ ।

ସାଙ୍ଗାକାରା କହିଛନ୍ତି, ଦ୍ରୁତ ବୋଲିଂ ଓ ଷ୍ଟ୍ରେଟ୍ ବୋଲିଂ ଦ୍ୱାରା ରନ୍ କରିବା ସହଜ ହୋଇନଥାଏ । ଯଦି ବୋଲିଂରେ ସ୍ପୀଡ୍‌ ଥାଏ, ତାହେଲେ ବ୍ୟାଟ୍ସମ୍ୟାନଙ୍କ ପକ୍ଷେ ରନ୍ ବାହାର କରିବା କଷ୍ଟକର ହୋଇଥାଏ । କୁମ୍ବଲେ ଜଣେ ଭଲ ମଣିଷ ଓ ଜଣେ ଚାମ୍ପିୟନ୍ ଖେଳାଳି ବୋଲି ସାଙ୍ଗାକାରା କହିଛନ୍ତି ।

ସୂଚନାଯୋଗ୍ୟ, କୁମ୍ବଲେ ଭାରତର ସର୍ବଶ୍ରେଷ୍ଠ ବୋଲର। ସେ ଭାରତ ପକ୍ଷରୁ ୧୩୨ ଟେଷ୍ଟ ଓ ୨୭୧ ଦିନିକିଆ ଖେଳିଛନ୍ତି । ଟେଷ୍ଟ କ୍ରିକେଟରେ ତାଙ୍କ ନାଁରେ ୬୧୯ ଏବଂ ଦିନିକିଆରେ ସେ ୩୩୭ ୱିକେଟ୍ ନେଇଛନ୍ତି । ୨୦୦୫ରେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ୧୮ ବର୍ଷ ଧରି କ୍ରିକେଟ୍ ଖେଳିବା ପରେ କୁମ୍ବଲେ ୨୦୦୮ରେ ସନ୍ନ୍ୟାସ ନେଇଥିଲେ ।

୨୦୧୨ରେ କୁମ୍ବଲେଙ୍କୁ ଆଇସିସିର କ୍ରିକେଟ୍ କମିଟିର ଚେୟାରମ୍ୟାନ୍ ଭାବେ ନିଯୁକ୍ତ କରାଯାଇଥିଲା । ଏହା ପରେ ଜୁନ୍ ୨୪, ୨୦୧୬ରେ ତାଙ୍କୁ ଭାରତୀୟ କ୍ରିକେଟ୍ ଟିମର କୋଚ୍ କରାଯାଇଥିଲା, କିନ୍ତ ବର୍ଷକ ପରେ ସେ ନିଜ ପଦରୁ ଇସ୍ତଫା ଦେଇଥିଲେ ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos