ଖାତା ଖୋଲିପାରିଲେନି କୋହଲି, ଭାରତ ୧୨୫/୪

ନଟ୍ଟିଂହାମ୍: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିବସ ଖେଳ ବର୍ଷା ବାଧାପ୍ରାପ୍ତ ହୋଇଛି। ବର୍ଷା ବାଧାପ୍ରାପ୍ତ ଦ୍ୱିତୀୟ ଦିବସରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ଘଟିଛି। ଦୁଇ ଓପ୍ନର ରୋହିତ୍ ଶର୍ମା ଓ ଲୋକେଶ ରାହୁଲ୍ ଭଲ ଆରମ୍ଭ କରିଥିଲେ, କିନ୍ତୁ ମିଡଲ୍ ଅର୍ଡରରେ ବ୍ୟାଟିଂ ଲାଇନ୍ ଭୁଶୁଡ଼ି ଯାଇଛି। ଭାରତ ୪ ୱିକେଟ୍ ହରାଇ ୧୨୫ ରନ୍ କରିଥିବା ବେଳେ ବର୍ଷା ଯୋଗୁ ଖେଳ ବନ୍ଦ ରହିଛି। ଏହି ସମୟରେ ରାହୁଲ୍ […]

james-anderson

Ranjit Kumar Jena
  • Published: Thursday, 05 August 2021
  • , Updated: 05 August 2021, 08:14 PM IST

ନଟ୍ଟିଂହାମ୍: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିବସ ଖେଳ ବର୍ଷା ବାଧାପ୍ରାପ୍ତ ହୋଇଛି। ବର୍ଷା ବାଧାପ୍ରାପ୍ତ ଦ୍ୱିତୀୟ ଦିବସରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ଘଟିଛି। ଦୁଇ ଓପ୍ନର ରୋହିତ୍ ଶର୍ମା ଓ ଲୋକେଶ ରାହୁଲ୍ ଭଲ ଆରମ୍ଭ କରିଥିଲେ, କିନ୍ତୁ ମିଡଲ୍ ଅର୍ଡରରେ ବ୍ୟାଟିଂ ଲାଇନ୍ ଭୁଶୁଡ଼ି ଯାଇଛି। ଭାରତ ୪ ୱିକେଟ୍ ହରାଇ ୧୨୫ ରନ୍ କରିଥିବା ବେଳେ ବର୍ଷା ଯୋଗୁ ଖେଳ ବନ୍ଦ ରହିଛି। ଏହି ସମୟରେ ରାହୁଲ୍ (୫୭) ଓ ଋଷଭ ପନ୍ତ (୭) ବ୍ୟାଟିଂ କରୁଥିଲେ। ଭାରତ ଏବେବି ପ୍ରଥମ ଇନିଂସରେ ୫୮ ରନରେ ପଛୁଆ ରହିଛି।

ବୋଲରଙ୍କ ଘାତକ ପ୍ରଦର୍ଶନ ବଳରେ ଭାରତ ଘରୋଇ ଦଳକୁ ପ୍ରଥମ ଇନିଂସରେ ୧୮୩ ରନରେ ସୀମିତ ରଖିଥିଲା। ଜବାବେର ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଭାରତ ବିନା ୱିକେଟରେ ୨୧ ରନ୍ କରିଥିଲା। ଆଜି ଏହିଠାରୁ ଭାରତ ଖେଳ ଆରମ୍ଭ କରିଥିଲେ। ରୋହିତ୍ ଓ ରାହୁଲ୍ ଆରମ୍ଭରୁ ଧୈର୍ଯ୍ୟର ସହ ବ୍ୟାଟିଂ କରିଥିଲେ ଏବଂ ଭାରତକୁ କୌଣସି କ୍ଷତି ସହିବାକୁ ଦେଇନଥିଲେ। ଦୁହେଁ ପ୍ରଥମ ୱିକେଟ୍ ପାଇଁ ୯୭ ରନ୍ ଯୋଡ଼ିଥିଲେ।

ରୋହିତ୍ ବ୍ୟକ୍ତିଗତ ୩୬ (୬ ଚୌକା) ରନ୍ କରିଥିବା ବେଳେ ଓଲି ରବିନସନଙ୍କ ବଲରେ ପୁଲ୍ ଶଟ୍ ମାରିବାକୁ ଯାଇ ସ୍କୋୟାର୍ ଲେଗରେ ସାମ୍ କୁରାନଙ୍କ ଦ୍ୱାରା ଧରା ପଡ଼ିଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଚେତେଶ୍ୱର ପୂଜାରା (୪) ନିରାଶ କରିଥିଲେ। ପୂଜାରାଙ୍କୁ ଇଂଲଣ୍ଡର ଅଭିଜ୍ଞ ପେସର୍ ଜେମ୍ସ ଆଣ୍ଡରସନ୍ ପ୍ୟାଭିଲିୟନ୍ ପଠାଇଥିଲେ। ପୂଜାରାଙ୍କ ଆଉଟ୍ ହେବାର ପରବର୍ତ୍ତୀ ବଲରେ ହିଁ ଆଣ୍ଡରସନ୍ ଭ୍ରମଣକାରୀ ଦଳର କ୍ୟାପଟେନ୍ ବିରାଟ୍ କୋହଲିଙ୍କୁ ମଧ୍ୟ ନିଜର ଶିକାର ବନାଇଥିଲେ। କୋହଲି ମ୍ୟାଚରେ ନିଜର ପ୍ରଥମ ବଲରେ ହିଁ ଆଉଟ୍ ହୋଇଥିଲେ।

ଟିମର ଭାଇସ୍ କ୍ୟାପଟେନ୍ ଅଜିଙ୍କ୍ୟ ରାହାଣେ (୫) ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ରନଆଉଟ୍ ହୋଇଥିଲେ। ଏହିପରି ଭାବେ ୧୫ ରନ୍ ଭିତରେ ଭାରତର ୪ ୱିକେଟ୍ ନେଇ ଇଂଲଣ୍ଡ ମ୍ୟାଚକୁ କମବ୍ୟାକ୍ କରିଛି। ଏବେ ରାହୁଲ୍ ଓ ପନ୍ତଙ୍କ ଉପରେ ଟିମର ବ୍ୟାଟିଂ ନିର୍ଭର କରିବ। ଦୁହେଁ ଅତି କମରେ ଭାରତକୁ ପ୍ରଥମ ଇନିଂସ୍ ଲିଡ୍ କରିବାକୁ ଚାହିଁବେ। ଇଂଲଣ୍ଡ ପକ୍ଷରୁ ଆଣ୍ଡରସନ୍ ୨ଟି ଓ ରବିନସନ୍ ଗୋଟିଏ ୱିକେଟ୍ ନେଇଛନ୍ତି।

Related story