କ୍ରିକେଟ୍ରେ ‘ପୁଷ୍ପା’ କ୍ରେଜ୍, ପଡିଆରେ ବୋଲର୍ ଦେଖାଇଲେ ଅଲ୍ଲୁ ଅର୍ଜୁନ ଷ୍ଟାଇଲ୍
ଢ଼ାକା: ଚାରିଆଡେ ସାଉଥ ଫିଲ୍ମ ପୁଷ୍ପାକୁ ନେଇ କ୍ରେଜ। ଫିଲ୍ମର ଗୀତ, ଡାଏଲଗ୍ଠାରୁ ଆରମ୍ଭ କରି ଆକ୍ସନ ଯାଏଁ ସବୁ କିଛି ଏବେ ଟ୍ରେଣ୍ଡ କରୁଛି। ଲୋକେ ଫିଲ୍ମର ଡାଏଲଗ ଓ ହୁକ୍ ଷ୍ଟେପ୍ କରୁଛନ୍ତି କପି। ମାଳ ମାଳ ରିଲ୍ ଭିଡିଓ ସବୁ ସୋଶାଲ ମିଡିଆରେ ଘୁରି ବୁଲୁଛି। ଏହାରି ଭିତରେ ଏବେ କ୍ରିକେଟରେ ମଧ୍ୟ ଦେଖିବାକୁ ମିଳିଛି ପୁଷ୍ପାର କ୍ରେଜ। ମ୍ୟାଚ୍ ମଝିରେ ପିଚ୍ ଉପରେ ବୋଲର୍ ଦେଖାଇଛନ୍ତି ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଷ୍ଟାଇଲ୍। ଯାହା ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ବାଙ୍ଗଲାଦେଶ ପ୍ରିମିଅର ଲିଗରେ ପଶିଲା ‘ପୁଷ୍ପା’ କେଜ୍ର। ଟି-୨୦ ମ୍ୟାଚ୍ ମଝିରେ ବୋଲର୍ ଦେଖାଇଲେ ଅଲ୍ଲୁ ଅର୍ଜୁନ ଷ୍ଟାଇଲ। ବିପିଏଲ ଲିଗ୍ରେ ସିଲହେଟ୍ ସନରାଇଜର୍ସଙ୍କ ପାଇଁ ଖେଳୁଥିବା ଲେଫ୍ଟ ଆର୍ମ ସ୍ପିନର ନଜମୁଲ ଇସଲାମ, କୋମିଲା ଭିକ୍ଟୋରିଆନ୍ସଙ୍କ ବିରୋଧରେ ଶୋହିଦୁଲ ଇସଲାମର ୱିକେଟ୍ ନେବା ପରେ ଆଲୁ ଅର୍ଜୁନଙ୍କ ପ୍ରସିଦ୍ଧ ଡାଏଲଗକୁ କପି କରିବାକୁ ଚେଷ୍ଟା କରିଥିଲେ। ‘ଝୁକେଗା ନେହିଁ’ ଷ୍ଟାଇଲ୍ରେ କରିଥିଲେ ଆକ୍ସନ।
ବାସ୍ତବରେ ବ୍ୟାଟ୍ସମ୍ୟାନ୍ ଶୋହିଦୁଲ ଇସଲାମ ମିଡ୍ ଅଫ୍ର ଉପରୁ ନଜମୁଲ ଇସଲାମଙ୍କୁ ଏକ ବଡ ସଟ୍ ମାରିବାକୁ ଚେଷ୍ଟା କରିଥିଲେ କିନ୍ତୁ ବଲକୁ ବାଉଣ୍ଡ୍ରି ପାଖରେ ହିଁ ରବି ବୋପାରା ଏକ ବଡ଼ ଡାଇଭ୍ ମାରି କ୍ୟାଚ୍ କରିନେଇଥିଲେ, ଯାହା ପରେ ନଜମୁଲ ଖୁସିରେ ପିଚ୍ ଉପରେ ‘ପୁଷ୍ପରାଜ’କୁ କପି କରିଥିବା ଦେଖିବାକୁ ମିଳିଥିଲା।
ଏହା ପୂର୍ବରୁ ଅଷ୍ଟ୍ରୋଲିଆର ଓପନିଂ ବ୍ୟାଟ୍ସ ମ୍ୟାନ୍ ଡେଭିନ ୱାର୍ଣ୍ଣର ମଧ୍ୟ ପୁଷ୍ପା ରାଜର ଏକ ଗୀତରେ ଡ୍ୟାନ୍ସ କରିଥିବା ଦେଖିବାକୁ ମିଳିଥିଲା। ସେହିପରି ଭାରତୀ ଅଲରାଉଣ୍ଟର କ୍ରିକେଟର ରବୀନ୍ଦ୍ର ଜାଡେଜା ମଧ୍ୟ ପୁଷ୍ପାରାଜ ଡାଏଲଗ୍କୁ କପି କରି ଏକ ଭିଡିଓ ପୋଷ୍ଟ କରିଥିଲେ।
ସିଲହେଟ ସନରାଇଜର୍ସ ଏବଂ କୋମିଲା ଭିକ୍ଟୋରିଆନ୍ସଙ୍କ ମଧ୍ୟରେ ହୋଇଥିବା ମ୍ୟାଚରେ ନଜମୁଲ ଇସଲାମ ୪ ଓଭରରେ ୧୭ ରନ୍ ଦେଇ ୩ଟି ୱିକେଟ୍ ନେଇଥିଲେ। ତେବେ କମ୍ ସ୍କୋରିଂ ମୁକାବିଲାରେ କୋମିଲା ଭିକ୍ଟୋରିଆନ୍ସ ସିଲହେଟ ସନରାଇଜର୍ସଙ୍କୁ ୨ ୱିକେଟରେ ପରାସ୍ତ କରିଥିଲା। ପ୍ରଥମେ ବ୍ୟାଟିଂ କରି ସିଲହେଟ ମାତ୍ର ୯୬ରନ୍ ସଂଗ୍ରହ କରିଥିଲା ଏବଂ ଭିକ୍ଟୋରିଆନ୍ସଙ୍କୁ ୯୭ ରନ୍ର ଟାର୍ଗେଟ ଦେଇଥିଲେ। ଏହି ଲକ୍ଷ୍ୟ ହାସଲ କରିବା ପାଇଁ ଭିକ୍ଟୋରିଆନମାନଙ୍କୁ ମଧ୍ୟ ଅନେକ ସଂଘର୍ଷ କରିବାକୁ ପଡିଥିଲା | ୮ଟି ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା ଭିକ୍ଟୋରିଆନ୍ସ।
Hype is Real…..@alluarjun 🙏🔥
Craze beyond boundaries means this only …..
Bangladesh Premier league
Celebration of a Player by taking a wicket….#ThaggedheLe #PushpaRaj #PushpaTheRise pic.twitter.com/nWLOk8XWfI— Censor Buzz (@CensorBuz) January 22, 2022
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।