ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଘୋଷଣା ହେଲା ଭାରତୀୟ ମହିଳା କ୍ରିକେଟ ଟିମ୍‌

ନୂଆଦିଲ୍ଲୀ: ଇଂଲଣ୍ଡର ବର୍ମିଂହାମରେ ଆରମ୍ଭ ହେବାକୁ ଯାଉଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଏଥର ମହିଳା କ୍ରିକେଟର ମଜା ଉଠାଇବେ ଦର୍ଶକ। ପ୍ରଥମଥର ପାଇଁ ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ କ୍ରିକେଟକୁ ସାମିଲ କରାଯାଇଛି। ଜୁଲାଇ ୨୮ରୁ ଅଗଷ୍ଟ ୮ ଯାଏ ଖେଳା ଯିବାକୁ ଥିବା ଏହି କ୍ରୀଡ଼ା ମହାକୁମ୍ଭ ପାଇଁ ଆଜି ଭାରତୀୟ ମହିଳା କ୍ରିକେଟ ସ୍କ୍ୱାଡ ଘୋଷଣା କରାଯାଇଛି। ଅଭିଜ୍ଞ ହରମନପ୍ରୀତ କୌର ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ମହିଳା ଟିମର କମାଣ ସମ୍ଭାଳିବେ। ସେହିପରି ସ୍ମୃତି ମନ୍ଧାନା […]

Team-India

Team-India

Hemant Lenka
  • Published: Monday, 11 July 2022
  • Updated: 11 July 2022, 10:43 PM IST

Sports

Latest News

ନୂଆଦିଲ୍ଲୀ: ଇଂଲଣ୍ଡର ବର୍ମିଂହାମରେ ଆରମ୍ଭ ହେବାକୁ ଯାଉଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଏଥର ମହିଳା କ୍ରିକେଟର ମଜା ଉଠାଇବେ ଦର୍ଶକ। ପ୍ରଥମଥର ପାଇଁ ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ କ୍ରିକେଟକୁ ସାମିଲ କରାଯାଇଛି। ଜୁଲାଇ ୨୮ରୁ ଅଗଷ୍ଟ ୮ ଯାଏ ଖେଳା ଯିବାକୁ ଥିବା ଏହି କ୍ରୀଡ଼ା ମହାକୁମ୍ଭ ପାଇଁ ଆଜି ଭାରତୀୟ ମହିଳା କ୍ରିକେଟ ସ୍କ୍ୱାଡ ଘୋଷଣା କରାଯାଇଛି।

ଅଭିଜ୍ଞ ହରମନପ୍ରୀତ କୌର ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ମହିଳା ଟିମର କମାଣ ସମ୍ଭାଳିବେ। ସେହିପରି ସ୍ମୃତି ମନ୍ଧାନା ତାଙ୍କୁ ଡେପୁଟି ଦାୟିତ୍ୱ ତୁଲାଇବେ। ଟିମରେ ଶେଫାଳୀ ବର୍ମା ଓ ଏସ୍ ମେଘନା ରହିଛନ୍ତି। ତାନିୟ ଭାଟିଆ ଓ ୟାସ୍ତିକା ଭାଟିଆଙ୍କୁ ୱିକେଟ କିପର ଭାବେ ଚୟନ କରାଯାଇଛି।

ଏମାନଙ୍କ ବ୍ୟତୀତ ଅଲରାଉଣ୍ଡ ଦୀପ୍ତି ଶର୍ମା ଦଳରେ ଅଛନ୍ତି। ସ୍ପିନର ଭାବେ ରାଜେଶ୍ୱରୀ ଗାଏକ୍ୱାଡ, ରାଧା ଯାଦବ ଓ ସେହ୍ନା ରାଣାଙ୍କୁ ସ୍କ୍ୱାଡରେ ରଖାଯାଇଛି। ପୂଜା ଭସ୍ତ୍ରକର, ମେଘନା ସିଂହ, ଜେମିମା ରୋଡ୍ରିଗିୟସ, ରେଣୁକା ଠାକୁର ଓ ହରଲୀନ ଦେଓଲ ୧୫ ଜଣିଆ ମହିଳା ଟିମରେ ରହିଛନ୍ତି।
ଷ୍ଟାଣ୍ଡବାଏ ଖେଳାଳି ଭାବେ ସିମରନ ଦିଲ ବାହାଦୂର, ରିଚା ଘୋଷ ଓ ପୂନମ ଯାଦବଙ୍କୁ ରଖାଯାଇଛି।

ଭାରତୀୟ ମହିଳା ଟିମ ଅଷ୍ଟ୍ରେଲିଆ, ପାକିସ୍ତାନ ଓ ବାରବୋଡସ ସହ ଗ୍ରୁପରେ ସ୍ଥାନ ପାଇଛି। ସେହିପରି ଇଂଲଣ୍ଡ, ନ୍ୟୁଜିଲ୍ୟାଣ୍ତ, ସାଉଥ ଆଫ୍ରିକା ଓ ଶ୍ରୀଲଙ୍କା ଗ୍ରୁପ ବିରେ ରହିଛନ୍ତି। ଉଭୟ ଗ୍ରୁପର ଟପ୍‌ ୨ଟି ଟିମ ସେମି ଫାଇନାଲକୁ ଯିବେ। ଏହାପରେ ଫାଇନାଲ ଖେଳାଯିବ।

ଟିମ ଇଣ୍ଡିଆ ଗ୍ରୁପ ପର୍ଯ୍ୟାୟ ଲଢ଼େଇ ଅଷ୍ଟ୍ରେଲିଆ ବିପକ୍ଷରୁ ଆରମ୍ଭ କରିବ। ଜୁଲାଇ ୨୯ରେ ଏହି ମ୍ୟାଚ ଖେଳାଯିବ। ଏହାପରେ ଦଳ ୩୧ ଜୁଲାଇରେ ପାକିସ୍ତାନ ଓ ଅଗଷ୍ଟ ୩ରେ ବାରବୋଡସ ବିପକ୍ଷରେ ଶେଷ ଲିଗ୍‌ ମ୍ୟାଚ୍‌ ଖେଳିବ। ଭାରତର ତା’ର ୩ଟି ଯାକ ଲିଗ ମ୍ୟାଚ୍‌ ଏଜବାଷ୍ଟନରେ ଖେଳିବ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos