ଜିମ୍ବାୱେ ସିରିଜ ପାଇଁ ଘୋଷଣା ହେଲା ଟିମ ଇଣ୍ଡିଆ, ଫେରିଲେ ଦୀପକ ଚହର

ନୂଆଦିଲ୍ଲୀ: ଆସନ୍ତା ୧୮ ତାରିଖରୁ ଆରମ୍ଭ ହେଉଥିବା ଜିମ୍ବାୱେ ବିପକ୍ଷ ୩ଟିକିଆ ଦିନିକିଆ ସିରିଜ ପାଇଁ ଆଜି ଭାରତୀୟ ଦଳ ଘୋଷଣା କରାଯାଇଛି। ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍‌ ଭଳି ଜିମ୍ବାୱେରେ ମଧ୍ୟ ଟିମ ଇଣ୍ଡିଆର କମାଣ ସମ୍ଭାଳିବେ ଶିଖର ଧୱନ। ସେହିପରି ଆଇପିଏଲ ପୂର୍ବରୁ ଆହତ ହୋଇଥିବା ଦୀପକ ଚହର ଏବେ ସୁସ୍ଥ ହୋଇ ସାରିଛନ୍ତି। ତେଣୁ ତାଙ୍କୁ ଜିମ୍ବାୱେ ବିପକ୍ଷ ଦିନିକିଆ ସିରିଜରେ ସାମିଲ କରାଯାଇଛି। ଫର୍ମ ପାଇଁ ସଂଘର୍ଷ କରୁଥିବା ବିରାଟ କୋହଲି […]

BCCI

  • Published: Saturday, 30 July 2022
  • , Updated: 30 July 2022, 09:00 PM IST

ନୂଆଦିଲ୍ଲୀ: ଆସନ୍ତା ୧୮ ତାରିଖରୁ ଆରମ୍ଭ ହେଉଥିବା ଜିମ୍ବାୱେ ବିପକ୍ଷ ୩ଟିକିଆ ଦିନିକିଆ ସିରିଜ ପାଇଁ ଆଜି ଭାରତୀୟ ଦଳ ଘୋଷଣା କରାଯାଇଛି। ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍‌ ଭଳି ଜିମ୍ବାୱେରେ ମଧ୍ୟ ଟିମ ଇଣ୍ଡିଆର କମାଣ ସମ୍ଭାଳିବେ ଶିଖର ଧୱନ। ସେହିପରି ଆଇପିଏଲ ପୂର୍ବରୁ ଆହତ ହୋଇଥିବା ଦୀପକ ଚହର ଏବେ ସୁସ୍ଥ ହୋଇ ସାରିଛନ୍ତି। ତେଣୁ ତାଙ୍କୁ ଜିମ୍ବାୱେ ବିପକ୍ଷ ଦିନିକିଆ ସିରିଜରେ ସାମିଲ କରାଯାଇଛି।

ଫର୍ମ ପାଇଁ ସଂଘର୍ଷ କରୁଥିବା ବିରାଟ କୋହଲି ଜିମ୍ବାୱେ ବିପକ୍ଷ ଦିନିକିଆ ସିରିଜ ଖେଳିବେ ବୋଲି କୁହାଯାଉଥିଲା। କିନ୍ତୁ ତାଙ୍କୁ ୧୫ ଜଣିଆ ସ୍କ୍ୱାଡରେ ସାମିଲ କରାଯାଇନି। ସେହିପରି ରବୀନ୍ଦ୍ର ଜାଡେଜାଙ୍କୁ ମଧ୍ୟ ଜିମ୍ବାୱେ ବିପକ୍ଷ ସିରିଜରେ ବିଶ୍ରାମ ଦିଆଯାଇଛି। ୟୁଜବେନ୍ଦର ଚହଲ ମଧ୍ୟ ଦଳରେ ନାହାନ୍ତି। କୁଲଦୀପ ଯାଦବ ଓ ୱାଶିଂଟନ ସୁନ୍ଦର ଜିମ୍ବାୱେ ବିପକ୍ଷ ସିରିଜରେ ସୁଯୋଗ ପାଇଛନ୍ତି।

ନୂଆ ମୁହଁ ଭାବେ ରାହୁଲ ତ୍ରିପାଠୀଙ୍କୁ ଭାରତର ଦିନିକିଆ ସ୍କ୍ୱାଡରେ ସାମିଲ କରାଯାଇଛି। ପୂର୍ବରୁ ସେ ଆୟର୍ଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ ବେଳେ ଭାରତୀୟ ଟିମରେ ଥିଲେ। କିନ୍ତୁ ତାଙ୍କୁ ମ୍ୟାଚ୍‌ ଖେଳିବାକୁ ସୁଯୋଗ ମିଳି ନଥିଲା। ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍‌ରେ ଥିବା ସୂର୍ଯ୍ୟ କୁମାର ଯାଦବ ଜିମ୍ବାୱେ ଗସ୍ତରେ ଯିବେ ନାହିଁ।

ଭାରତୀୟ ସ୍କ୍ୱାଡରେ ସଞ୍ଜୁ ସାମସନ ଓ ଈଶାନ କିଶନଙ୍କୁ ୱିକେଟ କିପର ଭାବେ ଚୟନ କରାଯାଇଛି। ସେହିପରି ଦଳରେ ଶୁବମନ ଗିଲ, ଋତୁରାଜ ଗାଏକ୍ୱାଡ, ଦୀପକ ହୁଡ୍ଡା, ଶାର୍ଦ୍ଦୁଲ ଠାକୁର, ଅକ୍ଷର ପଟେଲ, ଆଭେଶ ଖାନ, ପ୍ରସିଦ୍ଧ କ୍ରିଷ୍ଣା ଓ ମହମ୍ମଦ ସିରାଜ ରହିଛନ୍ତି। ରୋହିତ ଶର୍ମା, ଭୁବନେଶ୍ୱର କୁମାର ଓ ଯଶପ୍ରୀତ ବୁମ୍ରାଙ୍କୁ ଏହି ସିରିଜ୍‌ରେ ବିଶ୍ରାମ ଦିଆଯାଇଛି। ସେହିପରି ଋଷଭ ପନ୍ତ ମଧ୍ୟ ସ୍କ୍ୱାଡରେ ନାହାନ୍ତି।

Related story