ଇଣ୍ଡିଜ ବିପକ୍ଷ ସିରିଜ୍‌ ପାଇଁ ଭେନ୍ୟୁ ଘୋଷଣା, ବାଦ୍‌ ପଡ଼ିଲା ବାରବାଟୀ

ନୂଆଦିଲ୍ଲୀ: ଯାହା ଆଶା କରାଯାଉଥିଲା, ସେଇଆ ହେଲା। ଭାରତ- ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ହେବାକୁ ଥିବା ଟି-୨୦ ସିରିଜ୍‌ ଆୟୋଜନରୁ ବାଦ ପଡ଼ିଛି କଟକର ବାଟବାଟୀ ଷ୍ଟାଡିୟମ। ଦେଶରେ କରୋନାର ତୃତୀୟ ଲହର ଦ୍ରୁତଗତିରେ ବଢ଼ୁଛି। ଏହାକୁ ଦୃଷ୍ଟିରେ ରଖି ଆଜି ବିସିସିଆଇ ଇଣ୍ଡିଜ ବିପକ୍ଷ ଦିନିକିଆ ଓ ଟି-୨୦ ସିରିଜ ପାଇଁ ସଂଶୋଧିତ ଭେନ୍ୟୁର ନାଁ ଘୋଷଣା କରିଛି। ଏହି ସଂଶୋଧିତ ତାଲିକାରେ ବାରବାଟୀ ନାହିଁ। ବିସିସିଆଇ କହିଛି ଯେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗୋଟିଏ […]

Cricket

Cricket

Hemant Lenka
  • Published: Saturday, 22 January 2022
  • Updated: 22 January 2022, 09:21 PM IST

Sports

Latest News

ନୂଆଦିଲ୍ଲୀ: ଯାହା ଆଶା କରାଯାଉଥିଲା, ସେଇଆ ହେଲା। ଭାରତ- ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ହେବାକୁ ଥିବା ଟି-୨୦ ସିରିଜ୍‌ ଆୟୋଜନରୁ ବାଦ ପଡ଼ିଛି କଟକର ବାଟବାଟୀ ଷ୍ଟାଡିୟମ। ଦେଶରେ କରୋନାର ତୃତୀୟ ଲହର ଦ୍ରୁତଗତିରେ ବଢ଼ୁଛି। ଏହାକୁ ଦୃଷ୍ଟିରେ ରଖି ଆଜି ବିସିସିଆଇ ଇଣ୍ଡିଜ ବିପକ୍ଷ ଦିନିକିଆ ଓ ଟି-୨୦ ସିରିଜ ପାଇଁ ସଂଶୋଧିତ ଭେନ୍ୟୁର ନାଁ ଘୋଷଣା କରିଛି। ଏହି ସଂଶୋଧିତ ତାଲିକାରେ ବାରବାଟୀ ନାହିଁ।

ବିସିସିଆଇ କହିଛି ଯେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗୋଟିଏ ଭେନ୍ୟୁରେ ହିଁ ୩ଟି ଯାକ ଦିନିକିଆ ମ୍ୟାଚ ଖେଳାଯିବ। ସେହିପରି ୩ଟି ଯାକ ଟି-୨୦ ମ୍ୟାଚ୍‌ ପାଇଁ ସମାନ ନିୟମ ଲାଗୁ ହେବ। ନିଷ୍ପତ୍ତି ଅନୁଯାୟୀ, ଦୁଇ ଦେଶ ମଧ୍ୟରେ ୩ଟି ଯାକ ଦିନିକିଆ ମ୍ୟାଚ୍‌ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। କୋଲକାତାର ଇଡେନ ଗାର୍ଡେନରେ ଭାରତ ଓ ଇଣ୍ଡିଜ୍‌ ମଧ୍ୟରେ ୩ଟି ଯାକ ଟି-୨୦ ମ୍ୟାଚ୍‌ ଅନୁଷ୍ଠିତ ହେବ।

କୌଣସି ମ୍ୟାଚ୍‌ରେ ଦର୍ଶକ ଷ୍ଟାଡିୟମରେ ପ୍ରବେଶ କରିପାରିବେ ନାହିଁ। ପୂରା ସୁରକ୍ଷା ବଳୟ ମଧ୍ୟରେ ଉଭୟ ଦିନିକିଆ ଓ ଟି-୨୦ ସିରିଜ୍‌ ଖେଳାଯିବ। ପୂର୍ବରୁ ୬ଟି ସ୍ଥାନରେ ମ୍ୟାଚ୍‌ ଖେଳାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ହେଲେ ଏବେ ପରିସ୍ଥିତିକୁ ଦେଖି ଏହାବୁ ପରବର୍ତ୍ତନ କରାଯାଇଥିବା ବିସିସିଆଇ କହିଛି।

ପୂର୍ବ କାର୍ଯ୍ୟସୂଚୀ ମୁତାବକ ଭାରତ-ଇଣ୍ଡିଜ୍‌ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ସିରିଜର ପ୍ରଥମ ମ୍ୟାଚ୍‌ ଫେବୃଆରୀ ୧୫ରେ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯିବାର ଥିଲା। ଏହାପରେ ବାକି ଦୁଇଟି ମ୍ୟାଚ୍ ଫେବୃଆରୀ ୧୮ ଓ ୨୦ ତାରିଖରେ ଯଥାକ୍ରମେ ବିଶାଖାପାଟଣା ଓ ଥିରୁବନନ୍ତପୁରମରେ ଖେଳାଯିବାକୁ ଯୋଜନା ହୋଇଥିଲା। କିନ୍ତୁ ଏବେ ସବୁ କିଛି ଫସର ପାଟିଛି।

କରୋନା ସଂକ୍ରମଣ ବଢ଼ୁଥିବାର ଦେଖି ଟୁର୍ ଓ ଫିକ୍ସଚର କମିଟି ସିରିଜକୁ ଅହମଦାବାଦ ଓ କୋଲକାତାରେ ସୀମିତ ରଖିବାକୁ ବିସିସିଆଇକୁ ସୁପାରିସ୍ କରିଥିଲା। ଏହାପରେ ବିସିସିଆଇ ସଂଶୋଧିତ ଭେନ୍ୟୁ ଘୋଷଣା କରିଛି।

ଫେବୃଆରୀ ୬, ୯ ଓ ୧୧ ତାରିଖରେ ଦୁଇ ଦେଶ ମଧ୍ୟରେ ଦିନିକିଆ ମ୍ୟାଚ୍‌ ଅନୁଷ୍ଠିତ ହେବ। ଫେବୃଆରୀ ୧୬, ୧୮ ଓ ୨୦ ତାରିଖରେ ୩ଟି ଯାକ ଟି-୨୦ ମ୍ୟାଚ୍‌ ଖେଳାଯିବ।

ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆରେ ହେବାକୁଥିବା ଟି-୨୦ ବିଶ୍ୱକପ୍ ସହ ୨୦୨୨ରେ ଭାରତକୁ ଅନେକ ଦିନିକିଆ ଓ ଟି-୨୦ ମ୍ୟାଚ୍ ଖେଳିବାର ଅଛି। ୱେଷ୍ଟଇଣ୍ଡିଜ୍ ଗସ୍ତ ପରେ ଭାରତ ଘରୋଇ ମାଟିରେ ଶ୍ରୀଲଙ୍କା ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍ ଖେଳିବ।

ସୂଚନାଯୋଗ୍ୟ, ୱେଷ୍ଟଇଣ୍ଡିଜ୍ ଟିମ୍ ଫେବୃଆରୀ ୧ ତାରିଖରେ ଭାରତରେ ପହଞ୍ଚିବ। ଏହି ଗସ୍ତରେ ୱେଷ୍ଟଇଣ୍ଡିଜ୍ ତିନୋଟି ଦିନିକିଆ ଓ ସମାନ ସଂଖ୍ୟକ ଟି-୨୦ ମ୍ୟାଚ୍ ଖେଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story