ରଣଜୀରେ କ୍ରୀଡ଼ାମନ୍ତ୍ରୀଙ୍କ ଦମଦାର ଇନିଂସ

କୋଲକାତା: ରଣଜୀ ମ୍ୟାଚ୍‌ରେ ନିଜର ଜଲୱା ଦେଖାଇଲେ ବେଙ୍ଗଲର କ୍ରୀଡ଼ାମନ୍ତ୍ରୀ ମନୋଜ ତିୱାରୀ। ମନ୍ତ୍ରୀ ହେବା ପରେ ମଧ୍ୟ ସେ ତାଙ୍କ ପ୍ରଥମ ପ୍ରେମ କ୍ରିକେଟକୁ ଭୁଲି ନାହାନ୍ତି। ମନ୍ତ୍ରୀ ହେବା ପରେ ବି ସେ ବେଙ୍ଗଲ ପାଇଁ ରଣଜୀ ମ୍ୟାଚ୍‌ ଖେଳିବା ଜାରି ରଖିଛନ୍ତି। ଝାରଖଣ୍ଡ ବିପକ୍ଷ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ମନୋଜ ତିୱାରୀ ଯଥାକ୍ରମେ ୭୩ ଓ ୧୩୬ ରନର ଇନିଂସ ଖେଳିଛନ୍ତି। ସେ ନିଜ ପ୍ରଥମ ଶ୍ରେଣୀ କ୍ରିକେଟ କ୍ୟାରିୟରର ୨୮ତମ ଶତକ […]

Ranji

Hemant Lenka
  • Published: Friday, 10 June 2022
  • , Updated: 13 June 2022, 06:14 PM IST

କୋଲକାତା: ରଣଜୀ ମ୍ୟାଚ୍‌ରେ ନିଜର ଜଲୱା ଦେଖାଇଲେ ବେଙ୍ଗଲର କ୍ରୀଡ଼ାମନ୍ତ୍ରୀ ମନୋଜ ତିୱାରୀ। ମନ୍ତ୍ରୀ ହେବା ପରେ ମଧ୍ୟ ସେ ତାଙ୍କ ପ୍ରଥମ ପ୍ରେମ କ୍ରିକେଟକୁ ଭୁଲି ନାହାନ୍ତି। ମନ୍ତ୍ରୀ ହେବା ପରେ ବି ସେ ବେଙ୍ଗଲ ପାଇଁ ରଣଜୀ ମ୍ୟାଚ୍‌ ଖେଳିବା ଜାରି ରଖିଛନ୍ତି। ଝାରଖଣ୍ଡ ବିପକ୍ଷ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ମନୋଜ ତିୱାରୀ ଯଥାକ୍ରମେ ୭୩ ଓ ୧୩୬ ରନର ଇନିଂସ ଖେଳିଛନ୍ତି। ସେ ନିଜ ପ୍ରଥମ ଶ୍ରେଣୀ କ୍ରିକେଟ କ୍ୟାରିୟରର ୨୮ତମ ଶତକ ହାସଲ କରିବା ପରେ ଶିଖର ଧୱନଙ୍କ ଶୈଳୀରେ ଜଙ୍ଘ ବାଢ଼େଇ ଏହାକୁ ସେଲିବ୍ରେସନ କରିଛନ୍ତି।

ମନୋଜ ତିୱାରୀଙ୍କ ଇନିଂସ ବଳରେ ବେଙ୍ଗଲ ପ୍ରତିପକ୍ଷ ଝାରଖଣ୍ଡ ବିପକ୍ଷରେ ତା’ର ଲିଡ୍‌କୁ ଶେଷ ଦିନରେ ୭୫୦ରୁ ଅଧିକ କରି ଦେଇଥିଲା। ଫଳରେ ମ୍ୟାଚ୍‌ ଡ୍ର ହୋଇଛି। ଏଥିସହ ବେଙ୍ଗଲ ପରବର୍ତ୍ତୀ ରାଉଣ୍ଡରେ ପ୍ରବେଶ କରିଛି। ବେଙ୍ଗଲ କ୍ରୀଡ଼ାମନ୍ତ୍ରୀ ତିୱାରୀ ୧୮୫ ବଲରେ ୧୩୬ ରନ୍‌ର ଦ୍ୱିତୀୟ ଇନିଂସରେ ଆଉଟ ହୋଇଛନ୍ତି। ସେ ବେଙ୍ଗଲର ମନ୍ତ୍ରୀ ହେବା ପରେ ଏହା ତାଙ୍କ ପ୍ରଥମ ଶ୍ରେଣୀ ମ୍ୟାଚ୍‌ର ପ୍ରଥମ ଶତକ।

ମନୋଜ ତିୱାରୀ ଶେଷଥର ପାଇଁ ୨୦୧୯-୨୦ରେ ହାଇଦ୍ରାବାଦ ବିପକ୍ଷରେ ଅପରାଜିତ ୩୦୩ ରନର ଇନିଂସ ଖେଳିଥିଲେ। ଏହାପରେ ତାଙ୍କ ବ୍ୟାଟରୁ ଶତକ ଦେଖିବାକୁ ମିଳି ନଥିଲା। ହେଲେ ଏବେ ସେ ଶତକ ମରୁଡ଼ିରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି।

୩୬ ବର୍ଷୀୟ ମନୋଜ ତିୱାରୀ ଏକଦା ବେଙ୍ଗଲ ଟିମ୍‌ର ଅଧିନାୟକ ରହିଥିଲେ। ସେ ବେଙ୍ଗଲ ବିଧାନସଭା ନିର୍ବାଚନ ପୂର୍ବରୁ ମମତା ବାନାର୍ଜୀଙ୍କ ଟିଏମସିରେ ଯୋଗଦେଇଥିଲେ। ଏଥିସହ ସେ ୨୦୨୧ରେ ବିଧାନସଭା ନିର୍ବାଚନରେ ବିଜେପିର ରତିନ ଚକ୍ରବର୍ତ୍ତୀଙ୍କୁ ହରାଇଥିଲେ। ବର୍ତ୍ତମାନ ସେ ମମତା ବାନାର୍ଜୀଙ୍କ ସରକାରରେ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଭାବେ କାମ କରୁଛନ୍ତି।

Related story