କେକେଆରର ମୁଖ୍ୟ କୋଚ୍‌ ହେଲେ ଚନ୍ଦ୍ରକାନ୍ତ ପଣ୍ଡିତ

କୋଲକାତା: କୋଲକାତା ନାଇଟ ରାଇଡର୍ସ(କେକେଆର) ଆଜି ଦଳର ମୁଖ୍ୟ କୋଚଙ୍କ ନାଁ ଘୋଷଣା କରିଛି। ପୂର୍ବତନ କ୍ରିକେଟର ତଥା ଘରୋଇ କ୍ରିକେଟର କିମ୍ବଦନ୍ତୀ କୋଚ୍ ଚନ୍ଦ୍ରକାନ୍ତ ପଣ୍ଡିତ କେକେଆରର ମୁଖ୍ୟ କୋଚ୍‌ ଭାବେ ନିଯୁକ୍ତି ପାଇଛନ୍ତି। ପୂର୍ବରୁ ନ୍ୟୁଜିଲ୍ୟାଣ୍ଡର ବ୍ରେଣ୍ଡନ ମ୍ୟାକକୁଲମ କେକେଆରର କୋଚ୍‌ ଭାବେ କାମ କରୁଥିଲେ। ହେଲେ ଚଳିତ ସଂସ୍କରଣ ପରେ ସେ କେକେଆର୍‌ ମୁଖ୍ୟ କୋଚ୍‌ ପଦ ଛାଡ଼ିଥିଲେ। ଏବେ ମ୍ୟାକକୁଲମ ଇଂଲଣ୍ଡ ଟିମ୍‌ର ମୁଖ୍ୟ କୋଚ୍‌ ଭାବେ କାର୍ଯ୍ୟ କରୁଛନ୍ତି। ଦୁଇ […]

chandraKant-pandit

  • Published: Wednesday, 17 August 2022
  • , Updated: 17 August 2022, 08:43 PM IST

କୋଲକାତା: କୋଲକାତା ନାଇଟ ରାଇଡର୍ସ(କେକେଆର) ଆଜି ଦଳର ମୁଖ୍ୟ କୋଚଙ୍କ ନାଁ ଘୋଷଣା କରିଛି। ପୂର୍ବତନ କ୍ରିକେଟର ତଥା ଘରୋଇ କ୍ରିକେଟର କିମ୍ବଦନ୍ତୀ କୋଚ୍ ଚନ୍ଦ୍ରକାନ୍ତ ପଣ୍ଡିତ କେକେଆରର ମୁଖ୍ୟ କୋଚ୍‌ ଭାବେ ନିଯୁକ୍ତି ପାଇଛନ୍ତି। ପୂର୍ବରୁ ନ୍ୟୁଜିଲ୍ୟାଣ୍ଡର ବ୍ରେଣ୍ଡନ ମ୍ୟାକକୁଲମ କେକେଆରର କୋଚ୍‌ ଭାବେ କାମ କରୁଥିଲେ। ହେଲେ ଚଳିତ ସଂସ୍କରଣ ପରେ ସେ କେକେଆର୍‌ ମୁଖ୍ୟ କୋଚ୍‌ ପଦ ଛାଡ଼ିଥିଲେ। ଏବେ ମ୍ୟାକକୁଲମ ଇଂଲଣ୍ଡ ଟିମ୍‌ର ମୁଖ୍ୟ କୋଚ୍‌ ଭାବେ କାର୍ଯ୍ୟ କରୁଛନ୍ତି।

ଦୁଇ ଥର ଆଇପିଏଲ ଟ୍ରଫି ଜିତିଥିବା କେକେଆର ୨୦୨୧ ଫାଇନାଲ ମଧ୍ୟ ଖେଳିଥିଲା। ହେଲେ ଦଳକୁ ପରାଜୟର ସ୍ୱାଦ ଚାଖିବାକୁ ପଡ଼ିଥିଲେ। ୨୦୨୨ ସଂସ୍କରଣରେ ମଧ୍ୟ କେକେଆରର ପ୍ରଦର୍ଶନ ସେତେଟା ଆଖି ଦୃଶିଆ ନଥିଲେ। ତେଣୁ ଆଗାମୀ ସଂସ୍କରଣରେ ଚନ୍ଦ୍ରକାନ୍ତ ପଣ୍ଡିତଙ୍କ ପାଇଁ ଅନେକ ଚ୍ୟାଲେଞ୍ଜ ରହିବ।

ନିକଟରେ ପଣ୍ଡିତଙ୍କ କୋଚିଂ ବଳରେ ମଧ୍ୟପ୍ରଦେଶ ପ୍ରଥମଥର ପାଇଁ ରଣଜୀ ଟ୍ରଫି ଟାଇଟଲ ଜିତିବାକୁ ସକ୍ଷମ ହୋଇଥିଲା। ୨୦୧୮ ଓ ୨୦୧୯ରେ ସେ ବିର୍ଦ୍ଦଭ ଟିମ୍‌ର କୋଚିଂ ଭାର ସମ୍ଭାଳିଥିଲେ। ଏଥିସହ ବିର୍ଦ୍ଦଭ ମଧ୍ୟ ଟାଇଟଲ ଜିତିଥିଲା। ଭାରତୀୟ ଘରୋଇ କ୍ରିକେଟର ସବୁଠାରୁ ସଫଳ ଟିମ୍‌ ମୁମ୍ବାଇର କୋଚିଂ ଦାୟିତ୍ୱ ତୁଲାଇବାର ଅଭିଜ୍ଞତା ମଧ୍ୟ ପଣ୍ଡିତଙ୍କ ପାଖରେ ରହିଛି।

ନିଜର ଖେଳିବା ସମୟରେ ଚନ୍ଦ୍ରକାନ୍ତ ପଣ୍ଡିତ ଜଣେ ୱିକେଟ କିପର ବ୍ୟାଟର ଭାବେ ଜଣାଶୁଣା ଥିଲେ। ସେ ଭାରତ ପାଇଁ ୫ଟି ଟେଷ୍ଟ ଓ ୩୬ଟି ଦିନିକିଆ ମ୍ୟାଚ୍‌ ଖେଳିଛନ୍ତି। ଘରୋଇ କ୍ରିକେଟରେ ପଣ୍ଡିତ ୪୮ ହାରରେ ୮ ହଜାରରୁ ଅଧିକ ରନ କରିଥିଲେ।

ଆଜି ତାଙ୍କ ନିଯୁକ୍ତି ସମ୍ପର୍କରେ ଘୋଷଣା କରି କେକେଆରର ସିଇଓ ଭେଙ୍କୀ କହିଛନ୍ତି, “ଆମେ ବେଶ ଉତ୍ସାହିତର ସହ ଘୋଷଣା କରିବାକୁ ଚାହୁଁଛୁ ଯେ ଚନ୍ଦୁ(ଚନ୍ଦ୍ରକାନ୍ତ ପଣ୍ଡିତ) ନାଇଟ ରାଇଡର୍ସ ପରିବାର ସହ ଯୋଡ଼ି ହେବାକୁ ଯାଉଛନ୍ତି। ଏଥିସହ ସେ ଆମର ଆଗାମୀ ଯାତ୍ରାରେ ନେତୃତ୍ୱ ନେବେ। ସେ କ’ଣ କରିଛନ୍ତି ଓ ଘରୋଇ କ୍ରିକେଟରେ ସେ ହାସଲ କରିଥିବା ସଫଳତା ସମ୍ପର୍କରେ ସମସ୍ତେ ଅବଗତ। ଆମ ଅଧିନାୟକ ଶ୍ରେୟସ ଆୟରଙ୍କ ସହ ତାଙ୍କର ପାର୍ଟନରଶିପକୁ ଆମେ ବେଶ ଉତ୍ସୁକତାର ସହ ଦେଖିବାକୁ ଅପେକ୍ଷା କରିଛୁ।”

Related story