ଇତିହାସ ରଚିଲେ ପୂଜାରା, ଡେବ୍ୟୁରେ ୨ ଶତକ ମାରିଲେ

ନୂଆଦିଲ୍ଲୀ: ଖରାପ ଫର୍ମ ପାଇଁ ଭାରତୀୟ ଟେଷ୍ଟ ଟିମ୍‌ରୁ ବାଦ ପଡ଼ିଥିବା ଅଭିଜ୍ଞ ଚେତେଶ୍ୱର ପୂଜାରା ନିଜର ଦମ ଦେଖାଇଛନ୍ତି। ବର୍ତ୍ତମାନ ଭାରତରେ ଆଇପିଏଲ ଚାଲିଥିବା ବେଳେ ପୂଜରା ଇଂଲିଶ କାଉଣ୍ଟି କ୍ରିକେଟରେ ଭାଗ ନେଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଛନ୍ତି। ଇଂଲିଶ କାଉଣ୍ଟି ଟିମ୍‌ ସକସେକ୍ସ ପାଇଁ ଡେବ୍ୟୁ କରି ପୂଜାରା ଆଜି ଦୁଇ ଶତକ ହାସଲ କରିଛନ୍ତି। ପୂର୍ବରୁ କୌଣସି ଭାରତୀୟ ଖେଳାଳିଙ୍କ ନାଁରେ ଏପରି ରେକର୍ଡ ଯୋଡ଼ି ହୋଇ ନଥିଲା। ପୂଜାରା ଡର୍ବିଶାୟର […]

Pujara

Hemant Lenka
  • Published: Monday, 18 April 2022
  • , Updated: 18 April 2022, 04:47 PM IST

ନୂଆଦିଲ୍ଲୀ: ଖରାପ ଫର୍ମ ପାଇଁ ଭାରତୀୟ ଟେଷ୍ଟ ଟିମ୍‌ରୁ ବାଦ ପଡ଼ିଥିବା ଅଭିଜ୍ଞ ଚେତେଶ୍ୱର ପୂଜାରା ନିଜର ଦମ ଦେଖାଇଛନ୍ତି। ବର୍ତ୍ତମାନ ଭାରତରେ ଆଇପିଏଲ ଚାଲିଥିବା ବେଳେ ପୂଜରା ଇଂଲିଶ କାଉଣ୍ଟି କ୍ରିକେଟରେ ଭାଗ ନେଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଛନ୍ତି। ଇଂଲିଶ କାଉଣ୍ଟି ଟିମ୍‌ ସକସେକ୍ସ ପାଇଁ ଡେବ୍ୟୁ କରି ପୂଜାରା ଆଜି ଦୁଇ ଶତକ ହାସଲ କରିଛନ୍ତି। ପୂର୍ବରୁ କୌଣସି ଭାରତୀୟ ଖେଳାଳିଙ୍କ ନାଁରେ ଏପରି ରେକର୍ଡ ଯୋଡ଼ି ହୋଇ ନଥିଲା। ପୂଜାରା ଡର୍ବିଶାୟର ବିପକ୍ଷରେ ଡବଲ ସେଞ୍ଚୁରି ହାସଲ କରିଛନ୍ତି। ୩୮୩ ବଲରରେ ଅପରାଜିତ ୨୦୧ ରନ୍‌ କରି ପୂଜାରା ତାଙ୍କ ସମାଲୋଚକମାନଙ୍କୁ ଜବାବ ଦେଇଛନ୍ତି। ଏହି ମାରାଥନ ଇନିଂସରେ ସେ ୨୩ଟି ଚୌକା ମଧ୍ୟ ମାରିଛନ୍ତି।

ପୂଜାରା ଏହି ମ୍ୟାଚର ପ୍ରଥମ ଇନିଂସରେ ୧୫ ବଲର ସାମ୍ନା କରି ୬ ରନ୍‌ କରିବାକୁ ସକ୍ଷମ ହୋଇଥିଲେ। ସକସେକ୍ସ ମଧ୍ୟ ୧୭୪ ରନ୍‌ରେ ଅଲଆଉଟ ହୋଇଯାଇଥିଲା। ଡର୍ବିଶାୟର ୫୦୫ ରନର ଜବାବରେ ସକସେକ୍ସ ୧୭୪ ରନରେ ଅଲଆଉଟ ହୋଇ ନିଜର ଦ୍ୱିତୀୟ ଇନିଂସ ଆରମ୍ଭ କରିଥିଲା। ଦ୍ୱିତୀୟ ଇନିଂସରେ ପୂଜାରା ତାଙ୍କର କ୍ଲାସ ଦେଖାଇଛନ୍ତି। ସେ କେବଳ ଦ୍ୱିତୀୟ ଶତକ ହାସଲ କରି ନାହାନ୍ତି, ନିଜ ଟିମକୁ ପରାଜୟର ମୁହଁରୁ ବି ରକ୍ଷା କରିବାରେ କିଛି ମାତ୍ରାରେ ସଫଳ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ପୂଜାରା ପ୍ରଥମ ଶ୍ରେଣୀର କ୍ରିକେଟରେ ୧୪ଥର ଡବଲ ସେଞ୍ଚୁରୀ ହାସଲ କରିସାରିଲେଣି। ଏକବିଂଶ ଶତାବ୍ବୀ ଆରମ୍ଭ ହେବା ପରଠାରୁ କୌଣସି କ୍ରିକେଟରେ ପ୍ରଥମ ଶ୍ରେଣୀ କ୍ରିକେଟରେ ଏପରି ରେକର୍ଡ କରିନାହାନ୍ତି। ମ୍ୟାଚ୍‌ କଥା ବିଚାରକୁ ନେଲେ, ପୂଜାରାଙ୍କ ବ୍ୟତୀତ ସକସେକ୍ସର ଅଧିନାୟକ ଟମ ହାଇନେସ ମଧ୍ୟ ଡବଲ ସେଞ୍ଚୁରୀ ହାସଲ କରିଛନ୍ତି। ଉଭୟ ୩ୟ ୱିକେଟ ପାଇଁ ୩୫୧ ରନ୍ ଯୋଡ଼ିଛନ୍ତି। ଏଥିସହ ୧୭୬.୧ ଓଭର ସୁଦ୍ଧା ସକସେକ୍ସ ସ୍କୋରକୁ ୫୧୩/୩ରେ ପହଞ୍ଚାଇ ଦେଇଛନ୍ତି। ସକସେକ୍ସ ପାଇଁ ୧୯୨୧ ପରେ ପ୍ରଥମଥର କୌଣସି ଗୋଟିଏ ଇନିଂସରେ ଦୁଇ ଜଣ ବ୍ୟାଟର ଦୁଇ ଶତକ ହାସଲ କରିବାର ରେକର୍ଡ କରିଛନ୍ତି।

ପୂଜାରା ଦ୍ୱିତୀୟ ଭାରତୀୟ ଭାବେ ଇଂଲିଶ କାଉଣ୍ଟି କ୍ରିକେଟରେ ଦୁଇ ଶତକ ହାସଲ କରିଛନ୍ତି। ତାଙ୍କ ପୂର୍ବରୁ ମହମ୍ମଦ ଆଝାରୁଦ୍ଦିନ ଏପରି କୀର୍ତ୍ତିମାନ ସ୍ଥାପନ କରିଥିଲେ। ପ୍ରକୃତରେ ପୂଜରା ସକସେକ୍ସ ପାଇଁ ସଂରକ୍ଷିତ ଖେଳାଳି ଭାବେ ରହିଥିଲେ। ଟ୍ରାଭିସ ହେଡ୍ ଅନ୍ତର୍ଜାତୀୟ ପ୍ରତିଶ୍ରୁତି ମୁତାବକ ସକସେକ୍ସ ପାଇଁ ମ୍ୟାଚ୍ ଖେଳିବାକୁ ଉପଲବ୍ଧ ହୋଇ ନଥିଲେ। ତେଣୁ ପୂଜାରାଙ୍କୁ ମ୍ୟାଚ୍ ଖେଳିବାକୁ ସୁଯୋଗ ମିଳିଥିଲା।

Related story