ଆଣ୍ଡରସନଙ୍କୁ ଆଖି ଝଲସିଲା ଭଳି ଶଟ୍ ମାରିଲେ ପନ୍ତ, ସବୁ ଦେଖି ଆଶ୍ଚର୍ଯ୍ୟ

ଅହମ୍ମଦାବାଦ: ଯୁବ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ନିଜର ବିସ୍ଫୋରକ ବ୍ୟାଟିଂ ପାଇଁ ବେଶ୍ ପରିଚିତ। ଟେଷ୍ଟ ହେଉ କି ଦିନିକିଆ, ତାଙ୍କର ଖେଳିବା ଅନ୍ଦାଜ ଟି-୨୦ କ୍ରିକେଟ୍ ଭଳି। ଯେତେବେଳେ ସେ ମଇଦାନରେ ବ୍ୟାଟିଂ କରୁଥାନ୍ତି, ସେତେବେଳେ ତାଙ୍କ ବ୍ୟାଟରୁ ଅଜବ ଶଟ୍ ବାହାରିଥାଏ। ଏଭଳି କିଛି ଶଟ୍ ବୋଲରଙ୍କୁ ମଧ୍ୟ ହତୋତ୍ସାହିତ କରିଥାଏ। ଅହମ୍ମଦାବାଦରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ପନ୍ତ କିଛି ଭିନ୍ନ ଶଟ୍ ଖେଳିଛନ୍ତି, ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ […]

rishabh-pant

Ranjit Kumar Jena
  • Published: Friday, 05 March 2021
  • , Updated: 06 March 2021, 01:13 PM IST

ଅହମ୍ମଦାବାଦ: ଯୁବ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ନିଜର ବିସ୍ଫୋରକ ବ୍ୟାଟିଂ ପାଇଁ ବେଶ୍ ପରିଚିତ। ଟେଷ୍ଟ ହେଉ କି ଦିନିକିଆ, ତାଙ୍କର ଖେଳିବା ଅନ୍ଦାଜ ଟି-୨୦ କ୍ରିକେଟ୍ ଭଳି। ଯେତେବେଳେ ସେ ମଇଦାନରେ ବ୍ୟାଟିଂ କରୁଥାନ୍ତି, ସେତେବେଳେ ତାଙ୍କ ବ୍ୟାଟରୁ ଅଜବ ଶଟ୍ ବାହାରିଥାଏ। ଏଭଳି କିଛି ଶଟ୍ ବୋଲରଙ୍କୁ ମଧ୍ୟ ହତୋତ୍ସାହିତ କରିଥାଏ। ଅହମ୍ମଦାବାଦରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ପନ୍ତ କିଛି ଭିନ୍ନ ଶଟ୍ ଖେଳିଛନ୍ତି, ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି।

ପନ୍ତ ଆଉ କାହାକୁ ନୁହେଁ ବରଂ ଇଂଲଣ୍ଡ ପକ୍ଷରୁ ସର୍ବାଧିକ ୱିକେଟ୍ ନେଇଥିବା ଜେମ୍ସ ଆଣ୍ଡରସନଙ୍କୁ ଏହି ଅଜବ ଶଟ୍ ମାରିଛନ୍ତି। ୮୦ ଓଭର ପରେ ଇଂଲଣ୍ଡ ନୂଆ ବଲ୍ ନେଇଥିଲା ଏବଂ ବୋଲିଂ କରିବାକୁ ଆସିଥିଲେ ଆଣ୍ଡରସନ୍। ସେହି ସମୟରେ ବ୍ୟାଟିଂ କରୁଥିବା ପନ୍ତଙ୍କ ମନରେ ଯେପରି ନୂଆ ବଲର କୌଣସି ଭୟ ନଥିଲା। ନୂଆ ବଲରେ ଆଣ୍ଡରସନଙ୍କ ପ୍ରଥମ ବଲରେ ହିଁ ଆଗକୁ ଚଢ଼ି ପନ୍ତ ମିଡ୍ ଅନରେ ଚୌକା ମାରିଥିଲେ। ପରବର୍ତ୍ତୀ ବଲରେ ମଧ୍ୟ ପନ୍ତ ଆଉଏକ ଚୌକା ମାରିଥିଲେ।

https://twitter.com/theanalyst/status/1367787415507775489?s=20

https://twitter.com/rantworld101/status/1367818332154560519?s=20

ଆଣ୍ଡରସନଙ୍କ ପରବର୍ତ୍ତୀ ଓଭରରେ ପନ୍ତ ଏମିତି ଏକ ଶଟ୍ ଖେଳିଲେ, ଯାହା କମେଣ୍ଟ୍ରୀ ସମେତ ଷ୍ଟାଡିୟମରେ ଉପସ୍ଥିତ ସମସ୍ତ ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ସ୍ପୀଡଷ୍ଟର୍ ଆଣ୍ଡରସନଙ୍କୁ ପନ୍ତ ରିଭର୍ସ ସୁଇପ୍ ମାରିଥିଲେ ଏବଂ ବଲ୍ ସିଧା ବାଉଣ୍ଡ୍ରୀକୁ ଯାଇଥିଲା। ପନ୍ତଙ୍କ ଏହି ଶଟ୍ ଏବେ ସୋଶାଲ ମିଡିଆରେ ଖୁବ୍ ଭାଇରାଲ୍ ହୋଇଛି।

ପନ୍ତ ନିଜର ଦମଦାର ବ୍ୟାଟିଂ ଜାରି ରଖି ୧୧୫ ବଲରେ ଶତକ ହାସଲ କରିଛନ୍ତି। ତେବେ ଶତକ ମାରିବା ପରେ ପନ୍ତଙ୍କୁ ଆଣ୍ଡରସନ ଆଉଟ୍ କରିଥିଲେ। ପନ୍ତ ୧୧୮ ବଲରେ ୧୩ ଚୌକା ଓ ୨ ଛକା ସହ ୧୦୧ ରନ୍ କରିଥିଲେ।

Related story