ୟୁସୁଫ ପଠାନଙ୍କୁ କରୋନା

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ପୂର୍ବତନ ସଦସ୍ୟ ୟୁସୁଫ ପଠାନ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଶନିବାର ସେ ଏହି ସୂଚନା ଦେଇଥିଲେ। ସେ ଟ୍ୱିଟ୍‌ କରି କହିଥିଲେ, ମୁଁ ଆଜି କୋଭିଡ୍‌-୧୮ ପଜିଟିଭ୍ ଚିହ୍ନଟ ହୋଇଛି। ମୋ ପାଖରେ ସାମାନ୍ୟ ଲକ୍ଷଣ ରହିଛି। ଏହା ସ୍ପଷ୍ଟ ହୋଇଯିବା ପରେ ମୁଁ ଘରେ ଆଇସୋଲେସନ୍‌ରେ ରହିଛି ଓ ଆବଶ୍ୟକ ସମସ୍ତ ସତର୍କତାମୂଳକ ପଦକ୍ଷେପ ଆପଣାଇଛି। ତା’ସହିତ ଆବଶ୍ୟକ ଔଷଧ ଗ୍ରହଣ କରୁଛି।’ ଏହା ସହିତ ୟୁସୁଫ ତାଙ୍କ ସଂସ୍ପର୍ଶରେ ଆସିଥିବା […]

Yusuf Pathan

Yusuf Pathan

Jitendra Garnayak
  • Published: Sunday, 28 March 2021
  • Updated: 28 March 2021, 10:39 AM IST

Sports

Latest News

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ପୂର୍ବତନ ସଦସ୍ୟ ୟୁସୁଫ ପଠାନ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଶନିବାର ସେ ଏହି ସୂଚନା ଦେଇଥିଲେ। ସେ ଟ୍ୱିଟ୍‌ କରି କହିଥିଲେ, ମୁଁ ଆଜି କୋଭିଡ୍‌-୧୮ ପଜିଟିଭ୍ ଚିହ୍ନଟ ହୋଇଛି। ମୋ ପାଖରେ ସାମାନ୍ୟ ଲକ୍ଷଣ ରହିଛି। ଏହା ସ୍ପଷ୍ଟ ହୋଇଯିବା ପରେ ମୁଁ ଘରେ ଆଇସୋଲେସନ୍‌ରେ ରହିଛି ଓ ଆବଶ୍ୟକ ସମସ୍ତ ସତର୍କତାମୂଳକ ପଦକ୍ଷେପ ଆପଣାଇଛି। ତା’ସହିତ ଆବଶ୍ୟକ ଔଷଧ ଗ୍ରହଣ କରୁଛି।’

ଏହା ସହିତ ୟୁସୁଫ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକଙ୍କୁ ଯଥାଶୀଘ୍ର କରୋନା ଟେଷ୍ଟ୍ କରାଇ ନେବା ପାଇଁ ପରାମର୍ଶ ଦେଇଛନ୍ତି।

ୟୁସୁଫ ପଠାନଙ୍କ ପୂର୍ବରୁ ଗତକାଲି ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏନେଇ ସେ ଗତକାଲି ସକାଳେ ଟ୍ୱିଟ୍ କରି କହିଥିଲେ। ତେବେ ତାଙ୍କ ଘରେ ଅନ୍ୟ ସମସ୍ତ ସଦସ୍ୟଙ୍କ ରିପୋର୍ଟ ନେଗେଟିଭ୍ ଆସିଛି।

ସୂଚନାଯୋଗ୍ୟ, ଉଭୟ ସଚିନ୍ ଓ ୟୁସୁଫ ନିକଟରେ ରାୟପୁରରେ ଶେଷ ହୋଇଥିବା ରୋଡ୍ ସେଫ୍‌ଟି ୱାଲ୍ଡ ସିରିଜ୍ ଚ୍ୟାଲେଞ୍ଜ ଭେଟେରାନ୍‌ସ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିଲେ। ଏଥିରେ ଶ୍ରୀଲଙ୍କା ଲିଜେଣ୍ଡସକୁ ହରାଇ ଇଣ୍ଡିଆ ଲିଜେଣ୍ଡ୍ସ ଚାମ୍ପିଅନ ହୋଇଥିଲା। ଇଣ୍ଡିଆ ଲିଜେଣ୍ଡ୍ସର ନେତୃତ୍ୱ ସଚିନ ତେନ୍ଦୁଲକର ନେଇଥିଲେ। ଟୁର୍ଣ୍ଣାମେଣ୍ଟରେ ସଚିନଙ୍କ ବ୍ୟାଟରୁ ମଧ୍ୟ ରନ୍‌ ବର୍ଷା ହୋଇଥିଲା।

୨୪ ଘଣ୍ଟାରେ ୬୨ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ

ଦେଶରେ ଗତ ୨୪ ଘଣ୍ଟାରେ ପୁଣି ୬୨, ୭୧୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଏହି ସମୟ ମଧ୍ୟରେ ଆଉ ୩୧୨ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଫଳରେ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୧ ହଜାର ୫୫୨କୁ ବୃଦ୍ଧି ପାଇଛି।

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସଂଖ୍ୟା ୧ କୋଟି ୧୯ ଲକ୍ଷ ୭୧ ହଜାର ୬୨୪କୁ ବୃଦ୍ଧି ପାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧,୧୩,୨୩,୭୬୨ ସୁସ୍ଥ ହୋଇସାରିଛନ୍ତି। ୪,୮୬,୩୧୦ ଜଣ ଚିକିତ୍ସାଧୀନ ଅଛନ୍ତି। ସେହିପରି ଏଯାବତ୍ ଦେଶରେ ୬ କୋଟି ୨ ଲକ୍ଷ ୬୯ ହଜାର ୭୮୨ ଲୋକ ଟିକା ନେଇ ସାରିଲେଣି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos