କ୍ୟାଚ୍ ଓ ରନ୍‌ ଆଉଟ୍ ଛାଡ଼ି ମ୍ୟାଚ୍ ହାରିଲା ଭାରତ

ପର୍ଥ: ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ଆଜି ଖେଳା ଯାଇଥିବା ମ୍ୟାଚ୍‌ରେ ଭାରତକୁ ୫ ୱିକେଟରେ ହରାଇଲା ଦକ୍ଷିଣ ଆଫ୍ରିକା। ୨ଟି ବଲ୍ ବାକି ଥାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି ପ୍ରତିପକ୍ଷ ଟିମ୍। ଏହି ମ୍ୟାଚ୍‌ ଖୁବ୍ ସଂଘର୍ଷପୂର୍ଣ୍ଣ ଥିଲା। ଭାରତ ପକ୍ଷରୁ ଏକାଧିକ କ୍ୟାଚ୍ ଓ ରନ୍‌ ଆଉଟ ଚାନ୍ସକୁ ହାତ ଛଡ଼ା କରାଯାଇଛି। କୋହଲି ଓ କ୍ୟାପଟେନ୍ ରୋହିତ୍ ନିଶ୍ଚିତ କ୍ୟାଚ୍ ଓ ରନ୍‌ ଆଉଟ ଅବସରକୁ ହାତଛଡ଼ା କରିଥିଲେ। ଯାହା ମ୍ୟାଚ୍‌ ପରାଜୟର […]

sa

sa

Niranjan Mishra
  • Published: Sunday, 30 October 2022
  • Updated: 30 October 2022, 08:26 PM IST

Sports

Latest News

ପର୍ଥ: ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ଆଜି ଖେଳା ଯାଇଥିବା ମ୍ୟାଚ୍‌ରେ ଭାରତକୁ ୫ ୱିକେଟରେ ହରାଇଲା ଦକ୍ଷିଣ ଆଫ୍ରିକା। ୨ଟି ବଲ୍ ବାକି ଥାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି ପ୍ରତିପକ୍ଷ ଟିମ୍। ଏହି ମ୍ୟାଚ୍‌ ଖୁବ୍ ସଂଘର୍ଷପୂର୍ଣ୍ଣ ଥିଲା। ଭାରତ ପକ୍ଷରୁ ଏକାଧିକ କ୍ୟାଚ୍ ଓ ରନ୍‌ ଆଉଟ ଚାନ୍ସକୁ ହାତ ଛଡ଼ା କରାଯାଇଛି। କୋହଲି ଓ କ୍ୟାପଟେନ୍ ରୋହିତ୍ ନିଶ୍ଚିତ କ୍ୟାଚ୍ ଓ ରନ୍‌ ଆଉଟ ଅବସରକୁ ହାତଛଡ଼ା କରିଥିଲେ। ଯାହା ମ୍ୟାଚ୍‌ ପରାଜୟର ମୁଖ୍ୟ କାରଣ ହୋଇଛି। ସେପଟେ ଜୀବନଦାନ ପାଇବା ପରେ ଐଦେନ ମାରକ୍ରମ ଓ ମିଲରଙ୍କ ଲଢ଼ୁଆ ଅର୍ଦ୍ଧଶତକ ଦକ୍ଷିଣ ଆଫ୍ରିକାକୁ ବିଜୟ ଦେଇଥିଲା।

ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ୧୩୩ ରନ୍ କରିପାରିଥିଲା। ଦକ୍ଷିଣ ଆଫ୍ରିକା ଲକ୍ଷ୍ୟକୁ ପିଛା କରି ୧୯.୪ ଓଭରରେ ୫ ୱିକେଟ ହରାଇ ୧୩୭ ରନ୍ କରି ନେଇଥିଲା।

ଦକ୍ଷିଣ ଆଫ୍ରିକା ପକ୍ଷରୁ ଓପନର କ୍ୱିଣ୍ଟନ୍ ଡି’କକ୍ ୧ ରନ୍, ଅଧିନାୟକ ତେମ୍ବା ବଭୂମା ୧୦ ରନ୍‌ ଓ ତାଙ୍କ ପରେ ଆସିଥିବା ରିଲି ରୋସୋୟୁ ବିନା କୌଣସି ରନ୍‌ରେ ଆଉଟ୍‌ ହୋଇଥିଲେ। ଦଳୀୟ ସ୍କୋର ୨୪ ରନ୍‌ରେ ୩ ୱିକେଟ ହରାଇ ବିପଦରେ ପଡ଼ିଥିଲା ଏହି ଦଳ। ତେବେ ଏମାନଙ୍କ ପରେ ଆସିଥିବା ଐଦେନ ମାରକ୍ରମ ୫୨ ରନ୍(୪୧ ବଲ୍, ୬ ଚୌକା, ଗୋଟିଏ ଛକା) ଓ ଡେଭିଲ ମିଲର ଅପରାଜିତ ୫୯ ରନ୍(୪୬ ବଲ୍, ୩ ଚୌକା, ୩ ଛକା)ର ଗୁରୁତ୍ୱପୂର୍ଣ୍ଣ ପାଳି ଖେଳିଥିଲେ। ତ୍ରିସ୍ତନ ଷ୍ଟବ୍ସ ୬ ରନ୍, ୱେନ ପାର୍ଣ୍ଣେଲ୍‌ ଅପରାଜିତ ୨ ରନ୍ କରିଥିଲେ।

ଭାରତ ପକ୍ଷରୁ ଭୁବନେଶ୍ୱର କୁମାର ୨ଟି, ମହମ୍ମଦ ସାମି, ହାର୍ଦିକ ପାଣ୍ଡ୍ୟା ଓ ଅଶ୍ୱିନ ଗୋଟାଏ ଲେଖାଏଁ ୱିକେଟ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos