ବିମାନଯାତ୍ରା ବେଳେ ହଜିଗଲା ଲଗେଜ୍, ମିଳିଲାନି ଖାଦ୍ୟ; ରାଗିଗଲେ ଦୀପକ ଚହର୍

ନୂଆଦିଲ୍ଲୀ: ବଦଳିଲା ବିମାନ, ହଜିଗଲା ସାମାନ୍, ମିଳିଲାନି ଖାଦ୍ୟ। ମାଲେସିଆ ଏୟାରଲାଇନ୍ସ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ଭାରତୀୟ କ୍ରିକେଟର ଦୀପକ ଚହର୍। ଟୁଇଟ୍ କରି ବଖାଣିଛନ୍ତି ବାଂଲାଦେଶ ଟୁର୍ ପାଇଁ ନ୍ୟୁଜିଲାଣ୍ଡରୁ ଢାକା ଯାତ୍ରା ବେଳର ତିକ୍ତ ଅନୁଭୂତି। ଆସନ୍ତାକାଲି ଠାରୁ ଭାରତ-ବାଂଲାଦେଶ ଦିନିକିଆ ସିରିଜ୍ ଆରମ୍ଭ ହେଉଥିବା ବେଳେ, ଆଜି ଏଭଳି ଟୁଇଟ୍ କରିଛନ୍ତି ଚହର। ସେ ଲେଖିଛନ୍ତି ମାଲେସିଆ ଏୟାର୍‌ଲାଇନ୍ସ ପକ୍ଷରୁ କୌଣସି ଆଗୁଆ ସୂଚନା ଦିଆନଯାଇ ସେମାନଙ୍କ ବିମାନ ବଦଳାଯାଇଥିଲା। ବିଜିନେସ୍ […]

dipak

dipak

Niranjan Mishra
  • Published: Saturday, 03 December 2022
  • Updated: 03 December 2022, 09:58 PM IST

Sports

Latest News

ନୂଆଦିଲ୍ଲୀ: ବଦଳିଲା ବିମାନ, ହଜିଗଲା ସାମାନ୍, ମିଳିଲାନି ଖାଦ୍ୟ। ମାଲେସିଆ ଏୟାରଲାଇନ୍ସ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ଭାରତୀୟ କ୍ରିକେଟର ଦୀପକ ଚହର୍। ଟୁଇଟ୍ କରି ବଖାଣିଛନ୍ତି ବାଂଲାଦେଶ ଟୁର୍ ପାଇଁ ନ୍ୟୁଜିଲାଣ୍ଡରୁ ଢାକା ଯାତ୍ରା ବେଳର ତିକ୍ତ ଅନୁଭୂତି। ଆସନ୍ତାକାଲି ଠାରୁ ଭାରତ-ବାଂଲାଦେଶ ଦିନିକିଆ ସିରିଜ୍ ଆରମ୍ଭ ହେଉଥିବା ବେଳେ, ଆଜି ଏଭଳି ଟୁଇଟ୍ କରିଛନ୍ତି ଚହର।

ସେ ଲେଖିଛନ୍ତି ମାଲେସିଆ ଏୟାର୍‌ଲାଇନ୍ସ ପକ୍ଷରୁ କୌଣସି ଆଗୁଆ ସୂଚନା ଦିଆନଯାଇ ସେମାନଙ୍କ ବିମାନ ବଦଳାଯାଇଥିଲା। ବିଜିନେସ୍ କ୍ଲାସ୍‌ରେ ଯାତ୍ରା କରୁଥିବା ସତ୍ତ୍ୱେ ସେଥିରେ କୌଣସି ଖାଦ୍ୟ ବ୍ୟବସ୍ଥା ନଥିଲା। ଏଥିସହ ୨୪ ଘଣ୍ଟା ହେଲାଣି ଆମେ ଆମ ଲଗେଜ୍‌କୁ ଅପେକ୍ଷା କରିଛୁ। ଏଭଳି ସ୍ଥିତିରେ ଆସନ୍ତାକାଲି ଆମର ମ୍ୟାଚ୍ ରହିଛି ବୋଲି ସେ ଉଦ୍‌ବେଗ ପ୍ରକାଶ କରିଛନ୍ତି।

ସୂଚନା ଅନୁସାରେ ଭାରତୀୟ କ୍ରିକେଟ୍ ଟିମ୍‌ର ଖେଳାଳି ଦୀପକ ଚହର, ଶିଖର ଧାଓ୍ୱନ, ଶ୍ରେୟସ୍ ଆୟର୍, ଶାର୍ଦ୍ଦୁଲ ଠାକୁର, ରିଶବ ପନ୍ଥ, ଓ୍ୱାଶିଂଟନ୍ ସୁନ୍ଦର ନ୍ୟୁଜିଲାଣ୍ଡ୍ ଖ୍ରୀଷ୍ଟଚର୍ଚ୍ଚ ଏୟାରପୋର୍ଟରୁ ମାଲେସିଆ କ୍ୱାଲାଲୁମ୍ପୁର୍ ଦେଇ ବାଂଲାଦେଶ ଢାକାକୁ ଯାତ୍ରା କରୁଥିଲେ। ଅନ୍ୟପକ୍ଷରେ ଚହରଙ୍କ ଏହି ଟୁଇଟ୍ ପରେ ତ୍ରୁଟି ଯୋଗୁଁ କ୍ଷମା ପ୍ରାର୍ଥନା କରିଛି ମାଲେସିଆ ଏୟାରଲାଇନ୍ସ। ବିମାନ ସଂସ୍ଥା ପକ୍ଷରୁ ଟୁଇଟ୍ କରାଯାଇଛି ଯେ, ବୈଷୟିକ, ପରିଚାଳନାଗତ ତ୍ରୁଟି କିମ୍ବା ପାଣିପାଗ ସମସ୍ୟା ଯୋଗୁଁ ଏଭଳି ଘଟିଛି। ଆପଣଙ୍କ ଜିନିଷପତ୍ର ଯଥାଶୀଘ୍ର ଆପଣଙ୍କ ପାଖରେ ପହଞ୍ଚିବା ନେଇ ଆମେ ସୁନିଶ୍ଚିତ କରୁଛୁ। ଆମର ଢାକା ଟିମ୍ ପକ୍ଷରୁ ଶୀଘ୍ର ଆପଣଙ୍କୁ ଯୋଗାଯୋଗ କରାଯିବ।

https://twitter.com/deepak_chahar9/status/1598874533616029696?s=20&t=bVLv97yM7oZxO1NAzKS4Bw

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos