୧୪ କୋଟିରେ କିଣା ହୋଇଥିବା ଦୀପକ ଚହର ପୂରା ଆଇପିଏଲରୁ ଆଉଟ

ଚେନ୍ନାଇ: ଚଳିତ ଆଇପିଏଲରେ ଏଯାଏ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ଡିଫେଣ୍ଡିଂ ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗସକୁ ବହୁତ ବଡ଼ ଝଟକା ଲାଗିଛି। କାରଣ ମେଗା ନିଲାମ ବେଳେ ଦଳ ୧୪ କୋଟି ଟଙ୍କାରେ କିଣିଥିବା ଦ୍ରୁତ ବୋଲର ଦୀପକ ଚହର ପୂରା ଆଇପିଏଲରୁ ବାଦ ପଡ଼ିଛନ୍ତି। ଆହତ ସମସ୍ୟା ଯୋଗୁ ସେ ଆଇପିଏଲ ଆରମ୍ଭରୁ ମଧ୍ୟ ଚେନ୍ନାଇ ପାଇଁ ଖେଳି ନଥିଲେ। ଏବେ ସେ ପିଠିରେ ଯନ୍ତ୍ରଣା ଅନୁଭବ କରିବାରୁ ପୂରା ଆଇପିଏଲ ଖେଳିବାକୁ ବଞ୍ଚିତ ହୋଇଛନ୍ତି। […]

deepak

Hemant Lenka
  • Published: Tuesday, 12 April 2022
  • , Updated: 12 April 2022, 04:21 PM IST

ଚେନ୍ନାଇ: ଚଳିତ ଆଇପିଏଲରେ ଏଯାଏ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ଡିଫେଣ୍ଡିଂ ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗସକୁ ବହୁତ ବଡ଼ ଝଟକା ଲାଗିଛି। କାରଣ ମେଗା ନିଲାମ ବେଳେ ଦଳ ୧୪ କୋଟି ଟଙ୍କାରେ କିଣିଥିବା ଦ୍ରୁତ ବୋଲର ଦୀପକ ଚହର ପୂରା ଆଇପିଏଲରୁ ବାଦ ପଡ଼ିଛନ୍ତି।

ଆହତ ସମସ୍ୟା ଯୋଗୁ ସେ ଆଇପିଏଲ ଆରମ୍ଭରୁ ମଧ୍ୟ ଚେନ୍ନାଇ ପାଇଁ ଖେଳି ନଥିଲେ। ଏବେ ସେ ପିଠିରେ ଯନ୍ତ୍ରଣା ଅନୁଭବ କରିବାରୁ ପୂରା ଆଇପିଏଲ ଖେଳିବାକୁ ବଞ୍ଚିତ ହୋଇଛନ୍ତି। ଏଯାଏ ୪ଟି ମ୍ୟାଚ୍‌ ଖେଳିଥିବା ଚେନ୍ନାଇ ବିଜୟ ସ୍ୱାଦ ଚାଖିନି। ଦଳରେ ଷ୍ଟ୍ରାଇକ ବୋଲର ଦୀପକ ଚହର ନଥିବାରୁ ଚେନ୍ନାଇ ଅନଭିଜ୍ଞ ଦ୍ରୁତ ବୋଲିଂ କମ୍ବିନେସନ ସହ ବାଧ୍ୟ ହୋଇ ପଡ଼ିଆକୁ ଓହ୍ଲାଉଛୁ।

ତେବେ ଏପ୍ରିଲ ୨ ସପ୍ତାହ ବେଳକୁ ଚହର ଦଳକୁ ଫେରିବେ ଓ ଏହାପରେ ଚେନ୍ନାଇ ୱିନିଂ ଟ୍ରାକକୁ କମବ୍ୟାକ୍ କରିବ ବୋଲି ସମସ୍ତେ ଆଶା ରଖିଥିଲେ। ହେଲେ ଏବେ ବ୍ୟାକ ଇଞ୍ଜୁରୀ ସବୁ ଆଶାରେ ପାଣି ପକାଇ ଦେଇଛି।

ମିଳିଥିବା ସୂଚନା ଅନୁଯାୟୀ, ଆହତ ସମସ୍ୟା ଦେଇ ଗତି କରୁଥିବା ଚହର ଏବେ ବେଙ୍ଗାଲୁରୁରେ ଥିବା ନ୍ୟାଶନାଲ କ୍ରିକେଟ ଏକାଡେମୀ(ଏନସିଏ)ର ରିହାବରେ ଅଛନ୍ତି। ଏଠାରେ ଅଭ୍ୟାସ କରୁଥିବା ବେଳେ ସେ ବ୍ୟାକ ଇଞ୍ଜୁରୀର ସମ୍ମୁଖୀନ ହୋଇଛନ୍ତି। ଫେବୃଆରୀ ମାସରେ ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ ବେଳେ ଚହର quadricep tearର ସମସ୍ୟାରେ ପଡ଼ିଥିଲେ।

ସେବେଠାରୁ ସେ ଏନସିଏରେ ରହିଥିଲେ। କୁହାଯାଉଥିଲା ଯେ ଏପ୍ରିଲ ୨ ସପ୍ତାହ ବେଳକୁ ସେ ସୁସ୍ଥ ହୋଇ ଆଇପିଏଲକୁ ଫେରିବେ। କିନ୍ତୁ ରିହାବ ବେଳେ ସେ ବ୍ୟାକ ଇଞ୍ଜୁରୀରେ ପଡ଼ିଛନ୍ତି। ତେଣୁ ତାଙ୍କୁ ଠିକ୍‌ ହେବାକୁ ଆହୁରି ୨ ମାସରୁ ଅଧିକ ସମୟ ଲାଗିବ। ତେଣୁ ଆଇପିଏଲ ଖେଳିବାକୁ ସେ ଆଉ ଉପଲବ୍ଧ ହେବେନାହିଁ।

Related story