ପଞ୍ଜାବ ବିପକ୍ଷରେ ଦିଲ୍ଲୀର ବଡ଼ ବିଜୟ

ମୁମ୍ବାଇ: ପଞ୍ଜାବ କିଙ୍ଗସ ବିପକ୍ଷରେ ବଡ଼ ବିଜୟ ହାସଲ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ପ୍ରଥମେ ବୋଲିଂରେ କମାଲ କରିଥିବା ଦିଲ୍ଲୀ ବ୍ୟାଟିଂରେ ମଧ୍ୟ ନିଜର ଯାଦୁ ଦେଖାଇଛି। ପଞ୍ଜାବ ଦେଇଥିବା ୧୧୬ ରନ୍‌ର ଟାର୍ଗେଟକୁ ଦଳ ମାତ୍ର ୧ ଗୋଟିଏ ୱିକେଟ ହରାଇ ୫୭ ବଲ ପୂର୍ବରୁ ହାସଲ କରିନେଇଛି। ଦିଲ୍ଲୀ ପକ୍ଷରୁ ଡାଭିଡ ୱାର୍ଣ୍ଣର ଅପରାଜିତ ୬୦ ରନ୍‌ କରିଥିବା ବେଳେ ପୃଥ୍ୱୀ ଶ’ ଏକମାତ୍ର ବ୍ୟାଟର ଭାବେ ୪୧ ରନ୍‌ କରି ଆଉଟ ହୋଇଛନ୍ତି। […]

warner

warner

Hemant Lenka
  • Published: Wednesday, 20 April 2022
  • Updated: 20 April 2022, 10:41 PM IST

ମୁମ୍ବାଇ: ପଞ୍ଜାବ କିଙ୍ଗସ ବିପକ୍ଷରେ ବଡ଼ ବିଜୟ ହାସଲ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ପ୍ରଥମେ ବୋଲିଂରେ କମାଲ କରିଥିବା ଦିଲ୍ଲୀ ବ୍ୟାଟିଂରେ ମଧ୍ୟ ନିଜର ଯାଦୁ ଦେଖାଇଛି। ପଞ୍ଜାବ ଦେଇଥିବା ୧୧୬ ରନ୍‌ର ଟାର୍ଗେଟକୁ ଦଳ ମାତ୍ର ୧ ଗୋଟିଏ ୱିକେଟ ହରାଇ ୫୭ ବଲ ପୂର୍ବରୁ ହାସଲ କରିନେଇଛି।

ଦିଲ୍ଲୀ ପକ୍ଷରୁ ଡାଭିଡ ୱାର୍ଣ୍ଣର ଅପରାଜିତ ୬୦ ରନ୍‌ କରିଥିବା ବେଳେ ପୃଥ୍ୱୀ ଶ’ ଏକମାତ୍ର ବ୍ୟାଟର ଭାବେ ୪୧ ରନ୍‌ କରି ଆଉଟ ହୋଇଛନ୍ତି। ମ୍ୟାଚ୍‌ ଶେଷ ଯାଏ ୱାର୍ଣ୍ଣରଙ୍କ ସହ ସର୍ଫରାଜ ଖାନ ୧୨ ରନ୍‌ କରି କ୍ରିଜ୍‌ରେ ରହିଥିଲେ।

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ପଞ୍ଜାବ ଆରମ୍ଭରୁ ହିଁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଜିତେଶ ଶର୍ମା (୩୨) ଓ ଅଧିନାୟକ ମୟଙ୍କ ଅଗ୍ରୱାଲ(୨୪)ଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ପଞ୍ଜାବ ବ୍ୟାଟର ଦିଲ୍ଲୀ ବୋଲରଙ୍କ ମୁକାବିଲା କରି ପାରି ନଥିଲେ।

ବିଶେଷ କରି ଦିଲ୍ଲୀର ଦୁଇ ବାମହାତୀ ସ୍ପିନର କୁଲଦୀପ ଯାଦବ(୨୪/୨) ଓ ଅକ୍ଷର ପଟେଲ(୧୦/୨) ପଞ୍ଜାବ ବ୍ୟାଟରଙ୍କୁ ଆଦୌ ରନ୍‌ ସଂଗ୍ରହ କରିବାକୁ ଦେଇ ନଥିଲେ। ଶେଷରେ ପଞ୍ଜାବ ପୂରା ଟିମ୍‌ ନିର୍ଦ୍ଧାରିତ ୨୦ ଓଭର୍‌ରେ ସମସ୍ତ ୱିକେଟ ହରାଇ ୧୧୫ ରନ୍‌ କରିପାରି ଥିଲା।

ଦିଲ୍ଲୀ ପକ୍ଷରୁ ଶାର୍ଦ୍ଦୁଲ ଠାକୁରଙ୍କ ଛାଡ଼ି ଦେଲେ ବାକି ସବୁ ବୋଲର ୱିକେଟ ପାଇଛନ୍ତି। ଖଲୀଲ ଅହମଦ, ଲଳିତ ଯାଦବ, କୁଲଦୀପ ଯାଦବ ଓ ଅକ୍ଷର ପଟେଲ ୨ଟି ଲେଖା ୱିକେଟ ନେଇଥିବା ବେଳେ ମୁସ୍ତାଫିଜୁରଙ୍କୁ ଗୋଟିଏ ସଫଳତା ମିଳିଛି।

୧୧୬ ରନ୍‌ର ଟାର୍ଗେଟ ପାଇଥିବା ଦିଲ୍ଲୀ ପାଇଁ ଶ’ ଓ ୱାର୍ଣ୍ଣର ଯୋଡ଼ି ଦ୍ରୁତ ଆରମ୍ଭ କରିଥିଲେ। ପ୍ରଥମ ୬ ଓଭର୍‌ରେ ଉଭୟ ବିନା କୌଣସି ୱିକେଟ ହରାଇ ଦଳ ପାଇଁ ୮୧ ରନ୍‌ ସଂଗ୍ରହ କରିଥିଲେ। ତେବେ ୭ମ ଓଭର୍‌ରେ ବଡ଼ ଶଟ ଖେଳିବାକୁ ଯାଇ ପୃଥ୍ୱୀ ଶ’ ବାଉଣ୍ଡରୀ ପାଖରେ ଧରା ପଡ଼ି ଯାଇଥିଲେ।

ତାଙ୍କ ୱିକେଟ ରାହୁଲ ଚହରଙ୍କ ଖାତାକୁ ଯାଇଥିଲା। ଆଉଟ ହେବା ପୂର୍ବରୁ ସେ ୨୦ ବଲରେ ୪୧ ରନ୍‌ର ଇନିଂସ ଖେଳିଥିଲେ। ଏହି ଇନିଂସରେ ସେ ୭ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ଶ’ ଆଉଟ ହେବା ପରେ ୱାର୍ଣ୍ଣର କିଛି ବଡ଼ ଶଟ ଖେଳି ନିଜର ଅର୍ଦ୍ଧଶତକ ହାସଲ କରିଥିଲେ।

ସର୍ଫରାଜ ମଧ୍ୟ ତାଙ୍କୁ ଭରପୂର ସହଯୋଗ କରିଥିଲେ। ଦଳକୁ ଜିତିବା ପାଇଁ ୧ ରନ୍‌ ଦରକାର ଥିବା ବେଳେ ୱାର୍ଣ୍ଣର ସ୍ପିନର ରାହୁଲ ଚହରଙ୍କୁ ଚୌକା ମାରି ଦିଲ୍ଲୀ ପାଇଁ ବିଜୟ ମୁଣ୍ଡି ମାରିଥିଲେ। ମାତ୍ର ୩୦ ବଲ୍‌ରେ ୬୦ ରନ୍‌ର ଅପରାଜିତ ଇନିଂସ ଖେଳିଥିବା ୱାର୍ଣ୍ଣର ୧୦ଟି ଚୌକା ଓ ଗୋଟିଏ ଛକା ମାରିଛନ୍ତି। ୪ ଓଭର୍‌ରେ ୨୪ ରନ୍‌ ଦେଇ ୨ଟି ୱିକେଟ ହାସଲ କରିଥିବା କୁଲଦୀପଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ମିଳିଛି। ସେହିପରି ଅକ୍ଷର ପଟେଲ ସବୁଠାରୁ ମୂଲ୍ୟବାନ ଖେଳାଳି ପୁରସ୍କାର ପାଇଛନ୍ତି।

ଏହି ବିଜୟ ସହ ଦିଲ୍ଲୀ ପଏଣ୍ଟ ଟେବୁଲର ୬ଷ୍ଠ ସ୍ଥାନରେ ପହଞ୍ଚି ଯାଇଛି। ଏଯାଏ ୬ଟି ମ୍ୟାଚ୍‌ ଖେଳିଥିବା ଦିଲ୍ଲୀ ୩ଟିରେ ଜିତିଥିବା ବେଳେ ୩ଟିରେ ହାରିଛି। ସେହିପରି ପଞ୍ଜାବ ୭ମ ମ୍ୟାଚ୍‌ରୁ ୪ର୍ଥ ପରାଜୟ ସହ ପଏଣ୍ଟ ଟେବୁଲର ୮ମ ସ୍ଥାନକୁ ଖସି ଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story