କରୋନା ପାଇଁ ବଦଳିଲା ଦିଲ୍ଲୀ-ପଞ୍ଜାବ ମ୍ୟାଚର ଭେନ୍ୟୁ

ମୁମ୍ବାଇ: ଦିଲ୍ଲୀ କ୍ୟାପିଟାଲ୍ସ କ୍ୟାମ୍ପରେ ମହାମାରୀ କରୋନା ଭାଇରସ ପ୍ରବେଶ କରିବା ପରେ ବଦଳିଛି ମ୍ୟାଚର ଭେନ୍ୟୁ। ଦିଲ୍ଲୀର ମିଚେଲ ମାର୍ଶଙ୍କ ସମେତ ୫ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହି କାରଣରୁ ଦଳର ପଞ୍ଜାବ କିଙ୍ଗସ ବିପକ୍ଷ ମ୍ୟାଚ୍‌ର ଭେନ୍ୟୁକୁ ପରିବର୍ତ୍ତନ କରାଯାଇଛି। ଦିଲ୍ଲୀ ଓ ପଞ୍ଜାବ ମଧ୍ୟରେ ଆସନ୍ତାକାଲି ପୁଣେରେ ମ୍ୟାଚ୍‌ ଖେଳାଯିବାର ଥିଲା। କିନ୍ତୁ ଏବେ ଏହି ମ୍ୟାଚ୍‌ଟି ମୁମ୍ବାଇର ବ୍ରାବୋର୍ଣ୍ଣ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ସଂକ୍ରମଣକୁ ଦୃଷ୍ଟିରେ ରଖି ବିସିସିଆଇ ଏପରି […]

DC

Hemant Lenka
  • Published: Tuesday, 19 April 2022
  • , Updated: 19 April 2022, 02:51 PM IST

ମୁମ୍ବାଇ: ଦିଲ୍ଲୀ କ୍ୟାପିଟାଲ୍ସ କ୍ୟାମ୍ପରେ ମହାମାରୀ କରୋନା ଭାଇରସ ପ୍ରବେଶ କରିବା ପରେ ବଦଳିଛି ମ୍ୟାଚର ଭେନ୍ୟୁ। ଦିଲ୍ଲୀର ମିଚେଲ ମାର୍ଶଙ୍କ ସମେତ ୫ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହି କାରଣରୁ ଦଳର ପଞ୍ଜାବ କିଙ୍ଗସ ବିପକ୍ଷ ମ୍ୟାଚ୍‌ର ଭେନ୍ୟୁକୁ ପରିବର୍ତ୍ତନ କରାଯାଇଛି।

ଦିଲ୍ଲୀ ଓ ପଞ୍ଜାବ ମଧ୍ୟରେ ଆସନ୍ତାକାଲି ପୁଣେରେ ମ୍ୟାଚ୍‌ ଖେଳାଯିବାର ଥିଲା। କିନ୍ତୁ ଏବେ ଏହି ମ୍ୟାଚ୍‌ଟି ମୁମ୍ବାଇର ବ୍ରାବୋର୍ଣ୍ଣ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ସଂକ୍ରମଣକୁ ଦୃଷ୍ଟିରେ ରଖି ବିସିସିଆଇ ଏପରି ନିଷ୍ପତ୍ତି ନେଇଛି। ଦିଲ୍ଲୀ କ୍ୟାମ୍ପରୁ ସଂକ୍ରମିତ ଚିହ୍ନଟ ହେବା ପରେ ଟିମ୍‌ର ସଦସ୍ୟମାନେ କାଲି ଠାରୁ ମୁମ୍ବାଇ ହୋଟେଲରେ ରହିଛନ୍ତି। ସେମାନଙ୍କ ପୁଣେ ଗସ୍ତ ମଧ୍ୟ ବାତିଲ କରାଯାଇଥିଲା।

ବିସିସିଆଇ ପକ୍ଷରୁ ଗୋଟିଏ ବିଜ୍ଞପ୍ତି ଜାରି କୁହାଯାଇଛି ଯେ ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ମ୍ୟାଚର ଭେନ୍ୟୁକୁ ପରିବର୍ତ୍ତନ କରାଯାଇଛି। ବିସିସିଆଇ ଦିଲ୍ଲୀର କେଉଁମାନେ ସବୁ କରୋନାରେ ଆକ୍ରାନ୍ତ ହୋଇଛନ୍ତି, ସେମାନଙ୍କ ନାଁ ଜାରି କରାଯାଇଛି। ଦିଲ୍ଲୀର ଫିଜିଓ ପ୍ୟାଟ୍ରିକ ଫରହାର୍ଟ(ଏପ୍ରିଲ ୧୫), ସ୍ପୋର୍ଟସ ମ୍ୟାସେଜ ଥେରାପିଷ୍ଟ ଚେତନ କୁମାର(ଏପ୍ରିଲ ୧୬), ଖେଳାଳି ମିଚେଲ ମାର୍ଶ (ଏପ୍ରିଲ ୧୮), ଦଳର ଡାକ୍ତର ଅଭିଜିତ ସାଲଭି(ଏପ୍ରିଲ ୧୮) ଓ ସୋଶାଲ ମିଡିଆ ସଦସ୍ୟ ଆକାଶ ମାନେ(ଏପ୍ରିଲ ୧୮) କରୋନାରେ ଆକ୍ରାନ୍ତ ହୋଇଛନ୍ତି।

ସମସ୍ତ କରୋନା ଆକ୍ରାନ୍ତ ଏବେ ଆଇସୋଲେସନରେ ଅଛନ୍ତି ଓ ଦିଲ୍ଲୀର ଅନ୍ୟ ସଦସ୍ୟମାନଙ୍କ ଆରଟି ପିସିଆର ଟେଷ୍ଟ ପୁଣି ବୁଧବାର ସକାଳେ ହେବ। କରୋନାରେ ଆକ୍ରାନ୍ତ ହୋଇଥିବା ସଦସ୍ୟଙ୍କ ଟେଷ୍ଟ ୬ଷ୍ଠ ଓ ୭ମ ଦିନ କରାଯିବ। ଯଦି ରିପୋର୍ଟ କ୍ରମାଗତ ଭାବେ ନେଗେଟିଭ ଆସିବ, ତା’ହେଲେ ସେମାନଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସର ବାୟୋ ବବଲ୍ସ ଭିତରେ ପ୍ରବେଶ ପାଇଁ ଅନୁମତି ମିଳିବ ବୋଲି ବିସିସିଆଇ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି।

ଏଥିରେ ଆହୁରି କୁହାଯାଇଛି ଯେ ଏପ୍ରିଲ ୧୬ରୁ ଦିଲ୍ଲୀ କ୍ୟାମ୍ପର ସବୁ ସଦସ୍ୟଙ୍କର ନିୟମିତ କରୋନା ଟେଷ୍ଟ କରାଯାଉଛି। ୧୯ ତାରିଖ ସକାଳେ ହୋଇଥିବା ୪ର୍ଥ ରାଉଣ୍ଡ ଟେଷ୍ଟରେ ସମସ୍ତଙ୍କ ରିପୋର୍ଟ ନେଗେଟିଭ ଆସିଛି। ଏପ୍ରିଲ ୨୦ ତାରିଖ ସକାଳେ ପୁଣି ସମସ୍ତଙ୍କର ଆରଟି ପିସିଆର ଟେଷ୍ଟ କରାଯିବା ପରେ ମ୍ୟାଚ୍‌ ଖେଳିବାକୁ ଅନୁମତି ମିଳିବ।

Related story