ଅଶ୍ୱିନଙ୍କ ୫୦, ଦିଲ୍ଲୀକୁ ୧୬୧ ରନ୍‌ର ଟାର୍ଗେଟ

ମୁମ୍ବାଇ: ନିଶ୍ଚିତ ବିଜୟ ମୁକାବିଲାରେ ତାରକା ଖଚିତ ରାଜସ୍ଥାନ ରୟାଲ୍ସକୁ ୧୬୦ରେ ଅଟକାଇଛି ଦିଲ୍ଲୀ କ୍ୟାପିଟାଲ୍ସ। ପ୍ରମୋସନ ପାଇ ୩ନଂରେ ବ୍ୟାଟିଂ କରିବାକୁ ଆସିଥିବା ରବିଚନ୍ଦ୍ରନ ଅଶ୍ୱିନ ରାଜସ୍ଥାନ ପାଇଁ ୫୦ ରନ୍‌ କରିଥିଲେ ହେଁ ଦଳ ନିର୍ଦ୍ଧାରିତ ୨୦ ଓଭର୍‌ରେ ୬ ୱିକେଟ ହରାଇ ୧୬୦ ରନ କରିବାକୁ ସକ୍ଷମ ହୋଇଛି। ଫଳରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୧୬୧ ରନ୍‌ର ଟାର୍ଗେଟ ମିଳିଛି। ଅଶ୍ୱିନଙ୍କ ବ୍ୟତୀତ ଦେବଦତ୍ତ ପାଡିକ୍କଲ ୪୮ ରନ୍‌ର ଇନିଂସ ଖେଳିଛନ୍ତି। ଆଜିର ମ୍ୟାଚ୍‌ରେ […]

DC

DC

Hemant Lenka
  • Published: Wednesday, 11 May 2022
  • Updated: 11 May 2022, 09:26 PM IST

Sports

Latest News

ମୁମ୍ବାଇ: ନିଶ୍ଚିତ ବିଜୟ ମୁକାବିଲାରେ ତାରକା ଖଚିତ ରାଜସ୍ଥାନ ରୟାଲ୍ସକୁ ୧୬୦ରେ ଅଟକାଇଛି ଦିଲ୍ଲୀ କ୍ୟାପିଟାଲ୍ସ। ପ୍ରମୋସନ ପାଇ ୩ନଂରେ ବ୍ୟାଟିଂ କରିବାକୁ ଆସିଥିବା ରବିଚନ୍ଦ୍ରନ ଅଶ୍ୱିନ ରାଜସ୍ଥାନ ପାଇଁ ୫୦ ରନ୍‌ କରିଥିଲେ ହେଁ ଦଳ ନିର୍ଦ୍ଧାରିତ ୨୦ ଓଭର୍‌ରେ ୬ ୱିକେଟ ହରାଇ ୧୬୦ ରନ କରିବାକୁ ସକ୍ଷମ ହୋଇଛି। ଫଳରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୧୬୧ ରନ୍‌ର ଟାର୍ଗେଟ ମିଳିଛି। ଅଶ୍ୱିନଙ୍କ ବ୍ୟତୀତ ଦେବଦତ୍ତ ପାଡିକ୍କଲ ୪୮ ରନ୍‌ର ଇନିଂସ ଖେଳିଛନ୍ତି।

ଆଜିର ମ୍ୟାଚ୍‌ରେ ଦିଲ୍ଲୀ ଅଧିନାୟକ ଋଷଭ ପନ୍ତ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଏହାକୁ ସଠିକ୍‌ ସାବ୍ୟସ୍ତ କରି ଯୁବ ତାରକା ଚେତନ ସକାରିୟା ଇନଫର୍ମ ଜୋଶ ବଟଲର(୭)ଙ୍କୁ ନିଜର ଦ୍ୱିତୀୟ ଓଭର୍‌ରେ ପ୍ୟାଭିଲିୟନ ପଠାଇ ଦେଇଥିଲେ। ଏହାପରେ ଯଶ୍ୱସୀ ଜୈସୱାଲ ଓ ଅଶ୍ୱିନ ସ୍ଥିତି ସମ୍ଭାଳିବା ସହ ଦଳୀୟ ସ୍କୋରକୁ ୫୪ରେ ପହଞ୍ଚାଇଥିଲେ। ଏତିକି ବେଳେ ବଡ଼ ଶଟ ଖେଳିବା ଲୋଭରେ ଜୈସୱାଲ(୧୯) ମିଚେଲ ମାର୍ଶଙ୍କ ଶିକାର ବନିଥିଲେ।

ଅଶ୍ୱିନ ଓ ପାଡିକ୍କଲ ତୃତୀୟ ୱିକେଟ ପାଇଁ ପୁଣି ଗୋଟିଏ ଭଲ ଭାଗିଦାରୀ କରିଥିଲେ। ଏଥିସହ ଦଳୀୟ ସ୍କୋରକୁ ୧୦୭ରେ ପହଞ୍ଚାଇଥିଲେ। ଅଶ୍ୱିନ ମଧ୍ୟ ଚଳିତ ଆଇପିଏଲରେ ନିଜର ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିଲେ। କିନ୍ତୁ ଏହାପରେ ସେ ନିଜର କିମ୍ବା ଦଳୀୟ ସ୍କୋରକୁ ଆଗକୁ ନେଇ ପାରି ନଥିଲେ। ୩୮ ବଲ୍‌ରେ ୫୦ ରନ୍‌ କରିଥିବା ଅଶ୍ୱିନଙ୍କୁ ଆଉଟ କରି ମାର୍ଶ ରାଜସ୍ଥାନକୁ ତୃତୀୟ ଝଟକା ଦେଇଥିଲେ। ଅଶ୍ୱିନ ତାଙ୍କ ଇନିଂସରେ ୨ଟି ଛକା ଓ ୪ଟି ଚୌକା ମାରିଛନ୍ତି।

ଏହାପରେ ରାଜସ୍ଥାନ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଅଧିନାୟକ ସଞ୍ଜୁ ସାମସନ(୬) ଓ ରିୟାନ ପରାଗ(୯) ସମସ୍ତଙ୍କୁ ନିରାଶ କରିଥିଲେ। ସେହିପରି ୧୯ତମ ଓଭର୍‌ ବୋଲିଂ କରୁଥିବା ଅନରିଚ ନୋର୍ଖିୟା ୪୮ ରନ କରିଥିବା ପାଡିକ୍କଲଙ୍କୁ ଆଉଟ କରି ରାଜସ୍ଥାନର ରନ ସଂଗ୍ରହ ହାରରେ ରୋକ ଲଗାଇ ଦେଇଥିଲେ।

ଶେଷ ଭାଗରେ ରସେଇ ଭାନ ଡେର ଡୁସେନ ବଡ଼ ଶଟ ଖେଳିବାକୁ ଚାହିଁଥିଲେ ମଧ୍ୟ ଦିଲ୍ଲୀ ବୋଲରମାନେ ତାଙ୍କୁ କୌଣସି ସୁଯୋଗ ଦେଇ ନଥିଲେ। ସେ ଶେଷ ଯାଏ ୧୦ ବଲରେ ୧୨ ଓ ଟ୍ରେଣ୍ଟ ବୋଲ୍ଟଙ୍କ ଅପରାଜିତ ୩ ରନ୍‌ ବଳରେ ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭର୍‌ରେ ୬ ୱିକେଟ ହରାଇ ୧୬୦ ରନ୍‌ କରିବାକୁ ସକ୍ଷମ ହୋଇଥିଲା।

ଦିଲ୍ଲୀ ପକ୍ଷରୁ ମାର୍ଶ, ନୋର୍ଖିୟା ଓ ସକାରିୟା ୨ଟି ଲେଖାଏ ୱିକେଟ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos