ଧୋନି ଓ ରୋହିତ ପ୍ଲେ ଅଫ ରେସରୁ ଆଉଟ! ଟପ୍‌ ୪ ଟିମର ହିସାବ ଜାଣନ୍ତୁ

ମୁମ୍ବାଇ: ଚଳିତ ଆଇପିଏଲରେ ବୁଧବାର ସୁଦ୍ଧା ୪୯ଟି ମ୍ୟାଚ୍‌ ଖେଳା ଯାଇ ସାରିଛି। ୪୯ଟି ମ୍ୟାଚ୍‌ ପରେ ମୋଟ ୧୦ ଟିମ୍‌ ମଧ୍ୟରୁ ୨ଟି ଦଳ ପ୍ଲେ-ଅଫ ରେସ୍‌ରୁ ଏକ ପ୍ରକାରର ବାଦ ପଡ଼ିଛନ୍ତି। ଏବେ ବାକି ୮ ଟିମ୍‌ ମଧ୍ୟରୁ ୪ଟି ଫ୍ଲେ-ଅଫ ଟିକେଟ ପାଇଁ ଲଢ଼େଇ କରୁଛନ୍ତି। ୪ ଥର ଆଇପିଏଲ ଟ୍ରଫି ଜିତିଥିବା ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ଓ ୫ଥର ଚାମ୍ପିୟନ ହୋଇଥିବା ରୋହିତ ଶର୍ମାଙ୍କ ମୁମ୍ବାଇ ପାଇଁ ଚଳିତ ସିଜିନ […]

Doni

Hemant Lenka
  • Published: Thursday, 05 May 2022
  • , Updated: 05 May 2022, 05:10 PM IST

ମୁମ୍ବାଇ: ଚଳିତ ଆଇପିଏଲରେ ବୁଧବାର ସୁଦ୍ଧା ୪୯ଟି ମ୍ୟାଚ୍‌ ଖେଳା ଯାଇ ସାରିଛି। ୪୯ଟି ମ୍ୟାଚ୍‌ ପରେ ମୋଟ ୧୦ ଟିମ୍‌ ମଧ୍ୟରୁ ୨ଟି ଦଳ ପ୍ଲେ-ଅଫ ରେସ୍‌ରୁ ଏକ ପ୍ରକାରର ବାଦ ପଡ଼ିଛନ୍ତି। ଏବେ ବାକି ୮ ଟିମ୍‌ ମଧ୍ୟରୁ ୪ଟି ଫ୍ଲେ-ଅଫ ଟିକେଟ ପାଇଁ ଲଢ଼େଇ କରୁଛନ୍ତି। ୪ ଥର ଆଇପିଏଲ ଟ୍ରଫି ଜିତିଥିବା ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ଓ ୫ଥର ଚାମ୍ପିୟନ ହୋଇଥିବା ରୋହିତ ଶର୍ମାଙ୍କ ମୁମ୍ବାଇ ପାଇଁ ଚଳିତ ସିଜିନ ଆଦୌ ଭଲ ରେଜଲ୍ଟ ଆଣିନି।

ମୁମ୍ବାଇ ୯ଟି ମ୍ୟାଚ୍‌ରୁ ଗୋଟିଏ ଜିତି ପ୍ଲେ ଅଫ ଦୌଡ଼ରୁ ପ୍ରାୟତଃ ବାଦ ପଡ଼ିଛି। ସେହିପରି ଚେନ୍ନାଇ ୧୦ଟି ମ୍ୟାଚ୍‌ରୁ ମାତ୍ର ୩ଟିରେ ଜିତିଛି। ଏବେ ବି ଚେନ୍ନାଇ ପାଇଁ ଫ୍ଲେ ଅଫ ଖେଳିବାର ଗୋଟିଏ ସୁଯୋଗ ରହିଛି। ହେଲେ ତାହା କୌଣସି ଚମତ୍କାରିତା ଠାରୁ କମ ନୁହେଁ।

ଆମେ ପଏଣ୍ଟ ଟେବୁଲ ଉପରେ ନଜର ପକାଇଲେ ଦେଖିବା ଯେ ମୁମ୍ବାଇ ୨ ପଏଣ୍ଟ ସହ ତାଲିକାର ୧୦ମ ସ୍ଥାନରେ ଓ ଚେନ୍ନାଇ ୬ ପଏଣ୍ଟ ସହ ୯ମ ସ୍ଥାନରେ ରହିଛି। ଏବେ ରୋହିତଙ୍କ ପାଖରେ ୫ଟି ଓ ଧୋନିଙ୍କ ପାଖରେ ୪ଟି ମ୍ୟାଚ୍‌ ଖେଳିବାର ସୁଯୋଗ ରହିଛି। ଯଦି ଉଭୟ ଦଳ ସେମାନଙ୍କ ବଳକା ସବୁ ମ୍ୟାଚ୍‌ ଜିତି ନିଅନ୍ତି, ତା’ହେଲେ ମୁମ୍ବାଇର ପଏଣ୍ଟ ସଂଖ୍ୟା ୧୨ ଓ ଚେନ୍ନାଇର ପଏଣ୍ଟ ସଂଖ୍ୟା ୧୪ରେ ପହଞ୍ଚିଯିବ। ଏହାର ଅର୍ଥ ପ୍ଲେ-ଅଫରେ ପହଞ୍ଚିବା ମୁମ୍ବାଇ ପାଇଁ ଅସମ୍ଭବ।

ସେହିପରି ଚେନ୍ନାଇର ପ୍ଲେ ଅଫ ଭାଗ୍ୟ ଅନ୍ୟ ଟିମ୍‌ ଗୁଡ଼ିକର ଜିତିବା/ହାରିବା, ରନ ରେଟ୍‌ ଓ ପଏଣ୍ଟ ଉପରେ ନିର୍ଭର କରିବ। ତେବେ ଏହା ପୂର୍ବରୁ ଚେନ୍ନାଇକୁ ପ୍ରଥମେ ତା’ର ବାକି ୪ଟି ଯାକ ମ୍ୟାଚ୍‌ ବଡ଼ ବ୍ୟବଧାନରେ ଜିତିବାକୁ ପଡ଼ିବ। ଯଦି ଚେନ୍ନାଇ ଗୋଟିଏ ବି ମ୍ୟାଚ୍‌ ହାରିବ, ତା’ହେଲେ ଦଳର ପ୍ଲେ-ଅଫ ସ୍ୱପ୍ନ ଭାଙ୍ଗିଯିବ।

[caption id="attachment_732378" align="alignnone" width="1098"] ଆଇପିଏଲ ପଏଣ୍ଟ ଟେବୁଲ[/caption]

ଏବେ ପଏଣ୍ଟ ଟେବୁଲର ୧ନଂ ସ୍ଥାନରେ ଗୁଜରାଟ ଟାଇଟନ୍ସ ୧୬ ପଏଣ୍ଟ ସହ ରହିଛି। ସେହିପରି ଲକ୍ଷ୍ନୌ ସୁପର ଜିଆଣ୍ଟସ ୧୪ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛି। ଏହି ଦୁଇ ନୂଆ ଦଳ ପ୍ଲେ ଅଫରେ ପ୍ରବେଶ କରିବା ଏକ ପ୍ରକାରର ନିଶ୍ଚିତ ହୋଇଛି। ବାକି ୨ଟି ସ୍ଥାନ ପାଇଁ ୬ଟି ଟିମ୍‌ ମଧ୍ୟରେ ଜୋରଦାର ଲଢ଼େଇ ଚାଲିଛି।

ରାଜସ୍ଥାନ ଓ ବାଙ୍ଗାଲୋର ସମାନ ୧୨ ପଏଣ୍ଟ ଲେଖାଏ ପାଇ ପଏଣ୍ଟ ଟେବୁଲର ୩ୟ ଓ ୪ର୍ଥ ସ୍ଥାନରେ ରହିଛନ୍ତି। ରାଜସ୍ଥାନ ଆହୁରି ୪ଟି ମ୍ୟାଚ୍‌ ଖେଳିବାକୁ ଥିବା ବେଳେ ଆରସିବି ପାଖରେ ୩ଟି ମ୍ୟାଚ୍‌ ରହିଛି। ଏହି ମ୍ୟାଚ୍‌ ଗୁଡ଼ିକ ମଧ୍ୟରୁ ଉଭୟ ଟିମ୍‌କୁ ପ୍ଲେଅଫ ଟିକେଟ ପାଇଁ ଅତିକମରେ ୨ଟି ଲେଖାଏ ମ୍ୟାଚ୍‌ ଜିତିବାକୁ ପଡ଼ିବ। ଯଦି ଏମିତି ହୁଏ, ତା’ହେଲେ ଉଭୟ ଟିମ୍‌ ପ୍ଲେଅଫରେ ପ୍ରବେଶ କରିବା ଏକ ପ୍ରକାରର ନିଶ୍ଚିତ ହୋଇଯିବ।

ରାଜସ୍ଥାନ ଓ ଆରସିବି ବ୍ୟତୀତ ସମାନ ୧୦ ପଏଣ୍ଟ ଲେଖାଏ ପାଇ ହାଇଦ୍ରାବାଦ ଓ ପଞ୍ଜାବ ମଧ୍ୟ ପ୍ଲେ ଅଫ ଦୌଡ଼ରେ ରହିଛନ୍ତି। ହାଇଦ୍ରାବାଦ ୫ମ ଓ ପଞ୍ଜାବ ୬ଷ୍ଠ ସ୍ଥାନରେ ରହିଛି। ଦିଲ୍ଲୀ ଓ କୋଲକାତା ୮ ପଏଣ୍ଟ ଲେଖାଏ ପାଇଛନ୍ତି। ଦିଲ୍ଲୀ ଆହୁରି ୫ଟି ମ୍ୟାଚ୍‌ ଖେଳିବାକୁ ଥିବା ବେଳେ କୋଲକାତା ପାଖରେ ୪ଟି ମ୍ୟାଚ୍‌ ବାକି ରହିଛି। ତେଣୁ ଏହି ଦୁଇ ଦଳ ଯଦି ସେମାନଙ୍କର ସବୁ ମ୍ୟାଚ୍‌ ଜିତିବେ, ତା’ହେଲେ ପ୍ଲେଅଫ ଖେଳିବାର ସୁଯୋଗ ମଧ୍ୟ ପାଇପାରିବେ।

Related story