ଟି-୨୦ ରାଙ୍କିଙ୍ଗ: ଦୀନେଶ କାର୍ତ୍ତିକଙ୍କୁ ମିଳିଲା ଫାଇଦା, ଟପ୍‌ ୧୦ରେ ଈଶାନ କିଶନ

ଦୁବାଇ: ଦୀର୍ଘ ବର୍ଷ ପରେ ଆଇସିସି ଟି-୨୦ ବ୍ୟାଟିଂ ରାଙ୍କିଙ୍ଗର ଟପ୍ ୧୦୦କୁ କମବ୍ୟାକ କରିଛନ୍ତି ଟିମ୍‌ ଇଣ୍ଡିଆର ଭେଟରାନ କ୍ରିକେଟର ଦୀନେଶ କାର୍ତ୍ତିକ। ଦକ୍ଷିଣ ଆଫ୍ରିକା ବିପକ୍ଷ ୫ ଟିକିଆ ଟି-୨୦ ସିରିଜ୍‌ରେ କାର୍ତ୍ତିକ ଦମଦାର ପ୍ରଦର୍ଶନ କରିଥିବାରୁ ତାଙ୍କୁ ରାଙ୍କିଙ୍ଗରେ ଫାଇଦା ମିଳିଛି। କାର୍ତ୍ତିକ ଏକାଥରକେ ୧୦୮ଟି ସ୍ଥାନ ଡିଆଁ ମାରି ରାଙ୍କିଙ୍ଗର ୮୭ତମ ସ୍ଥାନରେ ପହଞ୍ଚି ଯାଇଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ୪ର୍ଥ ଟି-୨୦ରେ କାର୍ତ୍ତିକ ଅର୍ଦ୍ଧଶତକ ହାସଲ କରିବା ପରେ ଆଇସିସି […]

Dinesh

Hemant Lenka
  • Published: Wednesday, 22 June 2022
  • , Updated: 22 June 2022, 08:23 PM IST

ଦୁବାଇ: ଦୀର୍ଘ ବର୍ଷ ପରେ ଆଇସିସି ଟି-୨୦ ବ୍ୟାଟିଂ ରାଙ୍କିଙ୍ଗର ଟପ୍ ୧୦୦କୁ କମବ୍ୟାକ କରିଛନ୍ତି ଟିମ୍‌ ଇଣ୍ଡିଆର ଭେଟରାନ କ୍ରିକେଟର ଦୀନେଶ କାର୍ତ୍ତିକ। ଦକ୍ଷିଣ ଆଫ୍ରିକା ବିପକ୍ଷ ୫ ଟିକିଆ ଟି-୨୦ ସିରିଜ୍‌ରେ କାର୍ତ୍ତିକ ଦମଦାର ପ୍ରଦର୍ଶନ କରିଥିବାରୁ ତାଙ୍କୁ ରାଙ୍କିଙ୍ଗରେ ଫାଇଦା ମିଳିଛି। କାର୍ତ୍ତିକ ଏକାଥରକେ ୧୦୮ଟି ସ୍ଥାନ ଡିଆଁ ମାରି ରାଙ୍କିଙ୍ଗର ୮୭ତମ ସ୍ଥାନରେ ପହଞ୍ଚି ଯାଇଛନ୍ତି।

ଦକ୍ଷିଣ ଆଫ୍ରିକା ବିପକ୍ଷ ୪ର୍ଥ ଟି-୨୦ରେ କାର୍ତ୍ତିକ ଅର୍ଦ୍ଧଶତକ ହାସଲ କରିବା ପରେ ଆଇସିସି ଟି-୨୦ ବ୍ୟାଟିଂ ରାଙ୍କିଙ୍ଗର ୬୪ତମ ସ୍ଥାନରେ ପହଞ୍ଚି ଯାଇଥିଲେ। ତେବେ ବର୍ଷା ଯୋଗୁ ୫ମ ଟି-୨୦ ଧୋଇ ଯିବାରୁ ସେ ୮୭ତମ ସ୍ଥାନକୁ ଖସି ଯାଇଛନ୍ତି। ୨୦୧୯ ପରେ ଦୀନେଶ କାର୍ତ୍ତିକ ଦକ୍ଷିଣ ଆଫ୍ରିକା ସିରିଜ୍‌ରେ ଟିମ ଇଣ୍ଡିଆକୁ କମବ୍ୟାକ କରିଥିଲେ।

ତାଙ୍କୁ ୨୦୨୨ ଆଇପିଏଲର ପ୍ରଦର୍ଶନ ଆଧାରରେ ଚୟନ କରାଯାଇଥିଲା। ସେ ଆରିସିବି ପାଇଁ ଫିନଶର ଭୂମିକାରେ ଅବତୀର୍ଣ୍ଣ ହୋଇ ୧୮୦ ଷ୍ଟ୍ରାଇକ ରେଟରେ ୩୩୦ ରନ୍ କରିଥିଲେ। ଏହାପରେ ତାଙ୍କୁ ଜାତୀୟ ଦଳରେ ଚୟନ କରାଯାଇଛି। ସେ ଭାରତୀୟ ଟିମ୍ ସହ ୨ଟିକିଆ ଟି-୨୦ ସିରିଜ ଖେଳିବାକୁ ଆୟର୍ଲ୍ୟାଣ୍ଡ ମଧ୍ୟ ଯିବେ।

ଦକ୍ଷିଣ ଆଫ୍ରିକା ବିପକ୍ଷରେ ବିପକ୍ଷ ସିରିଜ୍‌ରେ କାର୍ତ୍ତିକ ୪୦ରୁ ଅଧିକ ହାରରେ ୯୨ ରନ୍‌ କରିଥିଲେ। ତାଙ୍କ ଷ୍ଟ୍ରାଇକ ରେଟ୍‌ ୧୬୦ ପାଖରେ ରହିଥିଲା। ସେ ୪ର୍ଥ ଟି-୨୦ରେ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିଲେ। ଏହି ମ୍ୟାଚ୍‌କୁ ଜିତି ଭାରତ ସିରିଜ ମଧ୍ୟ ବରାବର କରିଥିଲା।

ଅନ୍ୟପକ୍ଷରେ ଟି-୨୦ ବ୍ୟାଟିଂ ରାଙ୍କିଙ୍ଗର ଟପ୍‌ ୧୦ରେ ଏକମାତ୍ର ଭାରତୀୟ ଭାବେ ଓପନର ଈଶାନ କିଶନ ସ୍ଥାନ ପାଇଛନ୍ତି। ସେ ୮୦୩ ପଏଣ୍ଟ ସହ ତାଲିକାର ୬ ନଂ ସ୍ଥାନରେ ରହିଛନ୍ତି। ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ୨ଟି ଅର୍ଦ୍ଧଶତକ ସହ ୨୦୬ ରନ କରିଥିଲେ। ଅନ୍ୟ ଭାରତୀୟଙ୍କ ମଧ୍ୟରେ କେଏଲ ରାହୁଲ ୧୫ତମ ସ୍ଥାନରେ ଥିବା ବେଳେ ରୋହିତ ଶର୍ମା ୧୮, ଶ୍ରେୟସ ଆୟର ୧୯ ଓ ବିରାଟ କୋହଲି ୨୧ତମ ସ୍ଥାନରେ ରହିଛନ୍ତି।

ଟି-୨୦ ବ୍ୟାଟିଂ ରାଙ୍କିଙ୍ଗର ୧ନଂ ସ୍ଥାନରେ ପାକିସ୍ତାନର ଅଧିନାୟକ ବାବର ଆଜମ ରହିଛନ୍ତି। ଦ୍ୱିତୀୟରେ ମହମ୍ମଦ ରିଜୱାନ, ତୃତୀୟ ଆଡେନ ମାର୍କମ, ୪ର୍ଥରେ ଡାୱିଡ ମଲାନ, ୫ମରେ ଆରୋନ ଫିଞ୍ଚ, ୬ଷ୍ଠରେ ଈଶାନ କିଶନ, ୭ମରେ ଡେଭୋନ କନୱେ, ୮ମରେ ପାଥୁମ ନିଶାଙ୍କା, ୯ମରେ ରସି ଭାନ ଡେର ଡୁସେନ ଓ ୧୦ମ ସ୍ଥାନରେ ମାର୍ଟିନ ଗପ୍ଟିଲ ଅଛନ୍ତି।

Related story