ଇଂଲଣ୍ଡକୁ ୧୬୫ ରନର ଟାର୍ଗେଟ ଦେଲା ଭାରତୀୟ ମହିଳା ଦଳ

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସେମି ଫାଇନାଲ ମୁକାବିଲା ଜିତିବା ପାଇଁ ଶକ୍ତିଶାଳୀ ଇଂଲଣ୍ତ ଆଗରେ ୧୬୫ ରନ ଟାର୍ଗେଟ ରଖିଛି ଭାରତୀୟ ମହିଳା ଦଳ। ଓପନର ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ୩୨ ବଲରେ ୬୨ ରନ ବଳରେ ଭାରତୀୟ ମହିଳା କ୍ରିକେଟ ଟିମ୍‌ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୧୬୪ ରନ କରିଛନ୍ତି। ମନ୍ଧାନାଙ୍କ ବ୍ୟତୀତ ମଧ୍ୟକ୍ରମରେ ଜେମିମା ରୋଡ୍ରଗସଙ୍କ ୩୧ ବଲରେ ଅପରାଜିତ ୪୪ ରନର ଇନିଂସ ଖେଳିଛନ୍ତି। ଏହି ଟାର୍ଗେଟକୁ ଡିଫେଣ୍ଡ […]

Jemima

  • Published: Saturday, 06 August 2022
  • , Updated: 06 August 2022, 05:21 PM IST

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସେମି ଫାଇନାଲ ମୁକାବିଲା ଜିତିବା ପାଇଁ ଶକ୍ତିଶାଳୀ ଇଂଲଣ୍ତ ଆଗରେ ୧୬୫ ରନ ଟାର୍ଗେଟ ରଖିଛି ଭାରତୀୟ ମହିଳା ଦଳ। ଓପନର ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ୩୨ ବଲରେ ୬୨ ରନ ବଳରେ ଭାରତୀୟ ମହିଳା କ୍ରିକେଟ ଟିମ୍‌ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୧୬୪ ରନ କରିଛନ୍ତି। ମନ୍ଧାନାଙ୍କ ବ୍ୟତୀତ ମଧ୍ୟକ୍ରମରେ ଜେମିମା ରୋଡ୍ରଗସଙ୍କ ୩୧ ବଲରେ ଅପରାଜିତ ୪୪ ରନର ଇନିଂସ ଖେଳିଛନ୍ତି। ଏହି ଟାର୍ଗେଟକୁ ଡିଫେଣ୍ଡ କରିପାରିଲେ ଭାରତ ପ୍ରଥମ ଟିମ୍‌ ଭାବେ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଫାଇନାଲରେ ପ୍ରବେଶ କରିବ।

ଭାରତର ଅଧିନାୟକ ହରମନପ୍ରୀତ କୌର ଆଜିର ମ୍ୟାଚ୍‌ରେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଏହାକୁ ସଠିକ ସାବ୍ୟସ୍ତ କରି ଦଳର ଦୁଇ ଓପନର ମନ୍ଧାନା ଓ ଶେଫାଲି ବର୍ମା ଦମଦାର ଆରମ୍ଭ କରିଥିଲେ। ବିଶେଷ କରି ମନ୍ଧାନାଙ୍କ ବ୍ୟାଟରୁ ବଡ଼ବଡ଼ ଶଟ ଦେଖିବାକୁ ମିଳିଥିଲା। ଏଥିସହ ସେ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ନିଜର ଦ୍ୱିତୀୟ ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ।

ଶେଫାଲିଙ୍କ ସହ ମିଶି ସେ ୭.୫ ଓଭର ସୁଦ୍ଧା ପ୍ରଥମ ୱିକେଟ ପାଇଁ ୭୬ ରନ ମଧ୍ୟ ଯୋଡ଼ିଥିଲେ। ତେବେ ଏହି ସମୟରେ ଶେଫାଲି(୧୫) ରନ କରି ଫ୍ରେୟା କେମ୍ପଙ୍କ ବଲରେ ଆଉଟ ହୋଇ ଯାଇଥିଲେ। ମନ୍ଧାନା ଦଳୀୟ ସ୍କୋର ୭୭ ଥିବା ବେଳେ ୬୧ ରନ କରି ଇଂଲଣ୍ଡର ଅଧିନାୟକ ନାଟ ସ୍କିଭରଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ।

ଲଗାତର ଦୁଇଟି ୱିକେଟ ହରାଇ ଭାରତ ସଙ୍କଟରେ ପଡ଼ିଥିଲା। କିନ୍ତୁ ହରମନପ୍ରୀତ ଓ ଜେମିମା ସ୍ଥିତି ସମ୍ଭାଳି ଦଳୀୟ ସ୍କୋରକୁ ୧୦୬ରେ ପହଞ୍ଚାଇଥିଲେ। ଏତିକି ବେଳେ ହରମନପ୍ରୀତ(୨୦)ଙ୍କୁ କେମ୍ପ ଆଉଟ କରି ଭାରତକୁ ତୃତୀୟ ଝଟକା ଦେଇଥିଲେ। ଦୀପ୍ତି ଶର୍ମା ୨୨ ବେଶ କିଛି ସମୟ ଜେମିମାଙ୍କ ସାଥ ଦେଇଥିଲେ। ଏଥିସହ ଦଳୀୟ ସ୍କୋରକୁ ୧୫୯ରେ ପହଞ୍ଚାଇଥିଲେ। ଶେଷ ଓଭରରେ ଭାରତ ପୂଜା ବସ୍ତ୍ରକର(0)ଙ୍କୁ ରନ ଆଉଟ ରୂପେ ହରାଇଥିଲା। ଏଥିସହ ୨୦ ଓଭରରେ ଦଳ ୫ ୱିକେଟ ହରାଇ ୧୬୪ ରନ କରିବାକୁ ସକ୍ଷମ ହୋଇଥିଲା।

ଇଂଲଣ୍ଡ ପକ୍ଷରୁ କେମ୍ପ ୨ଟି ୱିକେଟ ନେଇଥିବା ବେଳେ ସ୍କିଭର ଓ କ୍ୟାଥେରିନ ବ୍ରଣ୍ଟ ଗୋଟିଏ ଲେଖାଏ ସଫଳତା ପାଇଛନ୍ତି।

Related story