ମାଞ୍ଚେଷ୍ଟର୍ ଟେଷ୍ଟ ପାଇଁ ଇଂଲଣ୍ଡ ସ୍କ୍ୱାଡ୍ ଘୋଷିତ

ଲଣ୍ଡନ: ମାଞ୍ଚେଷ୍ଟରରେ ଖେଳାଯିବାକୁଥିବା ପଞ୍ଚମ ତଥା ଶେଷ ଟେଷ୍ଟ ପାଇଁ ଇଂଲଣ୍ଡ ୧୬ ଜଣିଆ ସ୍କ୍ୱାଡର ଘୋଷଣା କରିଛି। ଏହି ଟେଷ୍ଟ ପାଇଁ ୱିକେଟକିପର ଜୋସ୍ ବଟଲର୍ ଓ ଅଫ୍ ସ୍ପିନର୍ ଜ୍ୟାକ୍ ଲିଚଙ୍କୁ ଡାକରା ମିଳିଛି। ସେହିପରି ବ୍ୟାଟ୍ସମ୍ୟାନ୍ ସାମ୍ ବିଲିଙ୍ଗସଙ୍କୁ ଟିମରୁ ରିଲିଜ୍ କରିଦିଆଯାଇଛି। ବଟଲର୍ ଚତୁର୍ଥ ଟେଷ୍ଟ ଖେଳିନଥିଲେ। ସେ ଦ୍ୱିତୀୟଥର ବାପା ହେବାକୁ ଯାଉଥିବାରୁ ଓଭାଲ ଟେଷ୍ଟରୁ ନିଜ ନାଁ ପ୍ରତ୍ୟହାର କରିନେଇଥିଲେ। ଏହାରି ଭିତରେ ବଟଲରଙ୍କ ପତ୍ନୀ ଏକ କନ୍ୟା […]

jos-butler

Ranjit Kumar Jena
  • Published: Tuesday, 07 September 2021
  • , Updated: 07 September 2021, 06:02 PM IST

ଲଣ୍ଡନ: ମାଞ୍ଚେଷ୍ଟରରେ ଖେଳାଯିବାକୁଥିବା ପଞ୍ଚମ ତଥା ଶେଷ ଟେଷ୍ଟ ପାଇଁ ଇଂଲଣ୍ଡ ୧୬ ଜଣିଆ ସ୍କ୍ୱାଡର ଘୋଷଣା କରିଛି। ଏହି ଟେଷ୍ଟ ପାଇଁ ୱିକେଟକିପର ଜୋସ୍ ବଟଲର୍ ଓ ଅଫ୍ ସ୍ପିନର୍ ଜ୍ୟାକ୍ ଲିଚଙ୍କୁ ଡାକରା ମିଳିଛି। ସେହିପରି ବ୍ୟାଟ୍ସମ୍ୟାନ୍ ସାମ୍ ବିଲିଙ୍ଗସଙ୍କୁ ଟିମରୁ ରିଲିଜ୍ କରିଦିଆଯାଇଛି।

ବଟଲର୍ ଚତୁର୍ଥ ଟେଷ୍ଟ ଖେଳିନଥିଲେ। ସେ ଦ୍ୱିତୀୟଥର ବାପା ହେବାକୁ ଯାଉଥିବାରୁ ଓଭାଲ ଟେଷ୍ଟରୁ ନିଜ ନାଁ ପ୍ରତ୍ୟହାର କରିନେଇଥିଲେ। ଏହାରି ଭିତରେ ବଟଲରଙ୍କ ପତ୍ନୀ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଟିମକୁ ଫେରିବା ପରେ ଇଂଲଣ୍ଡର ଏହି ଅଭିଜ୍ଞ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ପଞ୍ଚମ ଟେଷ୍ଟ ପାଇଁ ଉପଲବ୍ଧ ହେବେ। ସେହିପରି ସ୍ପିନର ଜ୍ୟାକ୍ ଲିଚ୍ ମଧ୍ୟ ଶେଷ ଟେଷ୍ଟରେ ଖେଳିପାରନ୍ତି।

ଯେହେତୁ ମାଞ୍ଚେଷ୍ଟର ପିଚ୍ ପେସରଙ୍କୁ ସୁହାଇବ, ତେଣୁ ଇଂଲଣ୍ଡ ତା’ର ଚୂଡ଼ାନ୍ତ ଏକାଦଶରେ ମାର୍କ ଉଡଙ୍କୁ ସାମିଲ୍ କରିପାରେ। ମାଞ୍ଚେଷ୍ଟର୍ ମଇଦାନ ଇଂଲଣ୍ଡର ଭେଟେରାନ୍ ପେସର୍ ଜେମ୍ସ ଆଣ୍ଡରସନଙ୍କର ହୋମ୍ ଗ୍ରାଉଣ୍ଡ। ତେଣୁ ପଞ୍ଚମ ଟେଷ୍ଟରେ ଆଣ୍ଡରସନଙ୍କ ମ୍ୟାଜିକ୍ ଦେଖିବାକୁ ମିଳିପାରେ।

https://twitter.com/englandcricket/status/1435196004723269632?s=20

ଚତୁର୍ଥ ଟେଷ୍ଟରେ ଇଂଲଣ୍ଡକୁ ୧୫୭ ରନରେ ହରାଇ ଭାରତ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜରେ ୨-୧ର ଅଗ୍ରଣୀ ହାସଲ କରିଛି। ସିରିଜର ଶେଷ ଟେଷ୍ଟ ସେପ୍ଟେମ୍ବର ୧୦ ତାରିଖରୁ ମାଞ୍ଚେଷ୍ଟରରେ ଆରମ୍ଭ ହେବ।

ଇଂଲଣ୍ଡ ସ୍କ୍ୱାଡ୍: ରୋରୀ ବର୍ନସ୍, ହସୀମ ହମୀଦ, ମୋଇନ୍ ଅଲୀ, ଜନ୍ନି ବେୟାରଷ୍ଟୋ, ଜୋ ରୁଟ୍ (କ୍ୟାପଟେନ), ଜୋସ ବଟଲର୍, ଡାନ୍ ଲରେନ୍ସ, ଓଲି ରବିନସନ୍, ସାମ୍ କୁରାନ୍, ମାର୍କ ଉଡ୍, ଜେମ୍ସ ଆଣ୍ଡରସନ୍, ଜ୍ୟାକ୍ ଲିଚ୍, ଓଲି ପପ୍, ଡାୱିଡ୍ ମଲାନ୍, କ୍ରେଗ୍ ଓଭରଟନ୍।

Related story