ଟି-୨୦ ବିଶ୍ୱକପ: ଆଜି ଆଫଗାନ-ଆୟର୍ଲ୍ୟାଣ୍ଡ ଓ ଅଷ୍ଟ୍ରେଲିଆ-ଇଂଲଣ୍ଡ ଲଢ଼େଇ

ମେଲବର୍ଣ୍ଣ: ଚଳିତ ଟି-୨୦ ବିଶ୍ୱକପରେ ଶୁକ୍ରବାର ଅର୍ଥାତ ଡବଲ ହେଡର ଦେଖିବାକୁ ମିଳିବ। ସକାଳ ୯.୩୦ରେ ଆଫଗାନିସ୍ତାନ ଓ ଆୟର୍ଲ୍ୟାଣ୍ଡ ଲଢ଼େଇ କରିବେ। ସେହିପରି ଦିନ ୧.୩୦ରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମେଲବର୍ଣ୍ଣରେ ପରସ୍ପରକୁ ଭେଟିବେ। ଉଭୟ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ନିଜ ନିଜର ଗୋଟିଏ ଲେଖାଏ ମ୍ୟାଚ୍‌ ହାରି ସାରିଛନ୍ତି। ତେଣୁ ଆସନ୍ତାକାଲିର ମ୍ୟାଚ୍‌ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ। ଇଂଲଣ୍ଡ ପ୍ରଥମ ମ୍ୟାଚ୍‌ରେ ଆଫଗାନିସ୍ତାନକୁ ହରାଇଥିଲେ। କିନ୍ତୁ ଦ୍ୱିତୀୟ ମ୍ୟାଚ୍‌ରେ […]

Aus

Aus

Hemant Lenka
  • Published: Friday, 28 October 2022
  • Updated: 28 October 2022, 07:58 AM IST

Sports

Latest News

ମେଲବର୍ଣ୍ଣ: ଚଳିତ ଟି-୨୦ ବିଶ୍ୱକପରେ ଶୁକ୍ରବାର ଅର୍ଥାତ ଡବଲ ହେଡର ଦେଖିବାକୁ ମିଳିବ। ସକାଳ ୯.୩୦ରେ ଆଫଗାନିସ୍ତାନ ଓ ଆୟର୍ଲ୍ୟାଣ୍ଡ ଲଢ଼େଇ କରିବେ। ସେହିପରି ଦିନ ୧.୩୦ରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମେଲବର୍ଣ୍ଣରେ ପରସ୍ପରକୁ ଭେଟିବେ।

ଉଭୟ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ନିଜ ନିଜର ଗୋଟିଏ ଲେଖାଏ ମ୍ୟାଚ୍‌ ହାରି ସାରିଛନ୍ତି। ତେଣୁ ଆସନ୍ତାକାଲିର ମ୍ୟାଚ୍‌ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ। ଇଂଲଣ୍ଡ ପ୍ରଥମ ମ୍ୟାଚ୍‌ରେ ଆଫଗାନିସ୍ତାନକୁ ହରାଇଥିଲେ। କିନ୍ତୁ ଦ୍ୱିତୀୟ ମ୍ୟାଚ୍‌ରେ ଆଶ୍ଚର୍ଯ୍ୟଜନକ ଭାବେ ଆୟର୍ଲ୍ୟାଣ୍ତ ଠାରୁ ହାରି ଯାଇଥିଲା।

ଅବଶ୍ୟ ଏଥିରେ ବର୍ଷାର ଭୂମିକା ରହିଥିଲା। ବର୍ଷା ଯୋଗୁ ଆୟର୍ଲ୍ୟାଣ୍ଡ ଡିଏଲଏସ୍ ମେଥଡରେ ମ୍ୟାଚକୁ ୫ ରନରେ ଜିତିଥିଲା। ବର୍ଷା ହେବା ସମୟରେ ଇଂଲଣ୍ଡ ୧୪.୩ ଓଭରରେ ୫ ୱିକେଟ ହରାଇ ୧୦୫ ରନ କରିଥିଲା। ଡିଏଲଏସ୍ ମେଥଡ ଅନୁଯାୟୀ, ଇଂଲଣ୍ଡକୁ ୧୧୧ ରନର ଆବଶ୍ୟକ ଥିବା ବେଳେ ଦଳ କେବଳ ୧୦୫ ରନ କରିଥିଲା।

ତେବେ ଇଂଲଣ୍ଡ ତା’ର ବ୍ୟାଟିଂ ଲାଇନ ଅପକୁ ନେଇ ଚିନ୍ତାରେ ରହିଛି। ଜୋଶ ବଟଲର ଆୟର୍ଲ୍ୟାଣ୍ଡ ବିପକ୍ଷରେ ଖାତା ଖୋଲି ପାରି ନଥିଲେ। ଆଲେକ୍ସ ହେଲ୍ସ ମଧ୍ୟ ଲୟରେ ନାହାନ୍ତି। ଡାୱିଡ ମଲାନ ଓ ମୋଇନ ଅଲୀଙ୍କ ଉପରେ ଦଳ ଅଧିକ ନିର୍ଭର କରୁଛି। ବେନ ଷ୍ଟୋକ୍ସ ଦଳରେ ଥିଲେ ମଧ୍ୟ ନିଜ ଫର୍ମକୁ ନେଇ ସଂଘର୍ଷ କରୁଛନ୍ତି। ତେଣୁ ଆଜିର ମ୍ୟାଚ୍‌ ଜିତିବାକୁ ହେଲେ ଇଂଲଣ୍ଡକୁ ନିଜ ବ୍ୟାଟିଂ ଲାଇନ ଅପକୁ ଅଧିକ ଶକ୍ତିଶାଳୀ କରିବାକୁ ପଡ଼ିବ। ହେଲ୍ସଙ୍କ ବଦଳରେ ଫିଲ ସଲ୍ଟଙ୍କୁ ଆଜି ଇଂଲଣ୍ଡ ସୁଯୋଗ ଦେଇପାରେ। ଇଂଲଣ୍ଡ ନିଜର ଶେଷ ୫ ଟି-୨୦ରୁ ୪ଟିରେ ଜିତିଛି ଓ ଗୋଟିଏରେ ହାରିଛି।

ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ ଠାରୁ ହାରିଥିଲା। କିନ୍ତୁ ଶ୍ରୀଲଙ୍କାକୁ ହରାଇ ଡିଫେଣ୍ଡିଂ ଚାମ୍ପିୟନ ୱିନିଂ ଟ୍ରାକକୁ ଫେରିଛି। ତଥାପି ଅଧିନାୟକ ଆରୋନ ଫିଞ୍ଚଙ୍କ ଧିମା ବ୍ୟାଟିଂ ଓ ଡାଭିଡ ୱାର୍ଣ୍ଣରଙ୍କ କ୍ରମାଗତ ବିଫଳତା ଦଳର ଚିନ୍ତା ବଢ଼ାଇଛି।

ମିଚେଲ ମାର୍ଶ ମଧ୍ୟ ଆଖି ଦୃଶିଆ ପ୍ରଦର୍ଶନ କରି ପାରୁ ନାହାନ୍ତି। ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଗୋଟିଏ ସମୟରେ ସଂଘର୍ଷ କରୁଥିଲା। ହେଲେ ମାର୍କସ ଷ୍ଟୋଇନିସ କ୍ରିଜକୁ ଆସି ସ୍ଥିତି ବଦଳାଇଥିଲେ। ସେ ୧୮ ବଲରେ ଅପରାଜିତ ୫୯ ରନର ଇନିଂସ ଖେଳିବାରୁ ଦଳ ମ୍ୟାଚ ଜିତିଥିଲା।

ବୋଲିଂ ମଧ୍ୟ ଅଷ୍ଟ୍ରେଲିଆର ସେତେଟା ଫଳପ୍ରଦ ହେଉନି। ଜୋଶ ହେଜେଲଉଡ, ମିଚେଲ ଷ୍ଟାର୍କ ଓ ପାଟ କମିନ୍ସ ନିଜ ଦକ୍ଷତା ଅନୁସାରେ ପ୍ରଦର୍ଶନ କରିପାରୁ ନାହାନ୍ତି। କ୍ରମାଗତ ଭାବେ ଏମାନେ ରନ ଖର୍ଚ୍ଚ କରୁଛନ୍ତି। ପାୱାର ପ୍ଲେରେ ମଧ୍ୟ ୱିକେଟ ଦଖଲ କରିବାକୁ ସକ୍ଷମ ହେଉନାହାନ୍ତି।

କରୋନା ଯୋଗୁ ଆଡାମ ଜାମ୍ପା ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ ଖେଳି ନଥିଲେ। ତେଣୁ ଆଷ୍ଟନ ଆଗର ସୁଯୋଗ ପାଇଥିଲେ। ଏବେ ଜାମ୍ପା ସୁସ୍ଥ ହୋଇ ସାରିଥିବାରୁ ଆଜିର ମ୍ୟାଚ୍‌ ଖେଳିବେ। ଏପରି ସ୍ଥିତିରେ ଶ୍ରୀଲଙ୍କା ବିପକ୍ଷରେ ଦୁଇ ୱିକେଟ ନେଇଥିବା ଆଗରଙ୍କୁ ଚୂଡ଼ାନ୍ତ ଏକାଦଶରୁ ବାଦ ଦିଆଯିବ।

ସେହିପରି ମାଥ୍ୟୁ ୱେଡ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଯଦି ସେ ଆଜି ମ୍ୟାଚ୍‌ ନ ଖେଳିବେ, ତା’ହେଲେ ୱିକେଟ କିପିଂ କିଏ କରିବେ, ତାହା ସବୁଠାରୁ ବଡ଼ ପ୍ରଶ୍ନ। ୱାର୍ଣ୍ଣର ଯଦି ୱିକେଟ କିପିଂ କରନ୍ତି, ତା’ହେଲେ କାମେରନ ଗ୍ରୀନଙ୍କୁ ସୁଯୋଗ ମିଳିବ।

ଉଭୟ ଦଳ ଗୋଟିଏ ଲେଖାଏ ମ୍ୟାଚ୍‌ ହାରିଥିବାରୁ ଆଜି ଜିତିବାକୁ ପୂରା ଦମ ଲଗାଇବେ। ଏଥିସହ ରନରେଟକୁ ମଧ୍ୟ ସୁଧାରିବାକୁ ଚେଷ୍ଟା କରିବେ। ଗ୍ରୁପ ୧ର ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ଇଂଲଣ୍ଡ ରହିଛି। ଦଳର ରନ ରେଟ୍‌ ୦.୨୩୯। ସେହିପରି ଅଷ୍ଟ୍ରେଲିଆ ୫ମ ସ୍ଥାନରେ ଅଛି। ଏହାର ରନ ରେଟ୍‌ ବିଯୁକ୍ତ ୧.୫୫୫।

ଅନ୍ୟପକ୍ଷରେ ଆଫଗାନିସ୍ତାନ ଓ ଆୟର୍ଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍‌ ମଧ୍ୟ ବେଶ ରୋମାଞ୍ଚକର ହେବ। ଆଫଗାନିସ୍ତାନ ଗୋଟିଏ ମ୍ୟାଚ୍‌ ହାରିଛି। ସେହିପରି ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍‌ ବର୍ଷା ଯୋଗୁ ବାତିଲ ହୋଇଥିଲା। ତେଣୁ ମହମ୍ମଦ ନବିଙ୍କ ଦଳ ପ୍ରଥମ ବିଜୟ ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବ।

ହେଲେ ଆୟର୍ଲ୍ୟାଣ୍ଡ ଗତ ମ୍ୟାଚରେ ଇଂଲଣ୍ଡକୁ ହରାଇଥିବାରୁ ଆଫଗାନ ପକ୍ଷରେ ଏହାକୁ ମାତ ଦେବା ସେତେଟା ସହଜ ହେବନି। ଆୟର୍ଲ୍ୟାଣ୍ଡ ଅଧିନାୟକ ଆଣ୍ଡ୍ର୍ୟୁ ବାଲବିରନି ଫର୍ମରେ ରହିଛନ୍ତି। ସେ ଇଂଲଣ୍ଡ ବିପକ୍ଷରେ ୪୭ ବଲରେ ୬୨ ରନ କରିଥିଲେ। ସେହିପରି ଲୋରକାନ ଟକର ମଧ୍ୟ ଭଲ ଲୟରେ ଅଛନ୍ତି।

ଆୟର୍ଲ୍ୟାଣ୍ଡର ବୋଲିଂ ମଧ୍ୟ ବେଶ ଚମତ୍କାର। ଜୋଶ ଲିଟ, ବ୍ୟାରୀ ମ୍ୟାକକ୍ରାଥୀ, ଫିଓନ୍ନ ହ୍ୟାଣ୍ଡ ଓ ଜର୍ଜ ଡୋକରେଲ ଇଂଲଣ୍ଡ ବିପକ୍ଷରେ ଦମଦାର ବୋଲିଂ କରିଥିଲେ। ଏମାନଙ୍କୁ ଆଫଗାନ ବ୍ୟାଟର କେମିତି ସାମ୍ନା କରୁଛନ୍ତି, ତା’ ଉପରେ ସମସ୍ତଙ୍କ ନଜର ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story