ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଲେ ମୋର୍ଗାନ

ଲଣ୍ଡନ: ସରିଗଲା ଇଓନ ମୋର୍ଗାନ ଯୁଗ। ଆଉ ଇଂଲଣ୍ଡ ପାଇଁ ସେ ଖେଳିବେନି। କାରଣ ମୋର୍ଗାନ ଆଜି ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି। ମୋର୍ଗାନଙ୍କ କ୍ୟାପ୍ଟେନ୍ସରେ ଇଂଲଣ୍ଡ ପ୍ରଥମଥର ପାଇଁ ୨୦୧୯ରେ ଦିନିକିଆରେ ବିଶ୍ୱ ଜିତିବାର କୀର୍ତ୍ତିମାନ ହାସଲ କରିଥିଲା। ହେଲେ ଏବେ ଆଉ ତାଙ୍କ ଇଂଲଣ୍ଡର ଜର୍ସିରେ ଦେଖିବାକୁ ମିଳିବ ନାହିଁ। ୨୦୧୯ ବିଶ୍ୱକପ ପରଠାରୁ ବାମହାତୀ ବ୍ୟାଟର ମୋର୍ଗାନ ନିଜର ଫିଟନେଶ ଓ ଫର୍ମକୁ ନେଇ ସଂଘର୍ଷ କରୁଥିଲେ। ନିକଟରେ ନେଦରଲ୍ୟାଣ୍ଡ୍ସ ବିପକ୍ଷରେ ସେ […]

Morgan

Morgan

Hemant Lenka
  • Published: Tuesday, 28 June 2022
  • Updated: 28 June 2022, 08:43 PM IST

Sports

Latest News

ଲଣ୍ଡନ: ସରିଗଲା ଇଓନ ମୋର୍ଗାନ ଯୁଗ। ଆଉ ଇଂଲଣ୍ଡ ପାଇଁ ସେ ଖେଳିବେନି। କାରଣ ମୋର୍ଗାନ ଆଜି ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି। ମୋର୍ଗାନଙ୍କ କ୍ୟାପ୍ଟେନ୍ସରେ ଇଂଲଣ୍ଡ ପ୍ରଥମଥର ପାଇଁ ୨୦୧୯ରେ ଦିନିକିଆରେ ବିଶ୍ୱ ଜିତିବାର କୀର୍ତ୍ତିମାନ ହାସଲ କରିଥିଲା। ହେଲେ ଏବେ ଆଉ ତାଙ୍କ ଇଂଲଣ୍ଡର ଜର୍ସିରେ ଦେଖିବାକୁ ମିଳିବ ନାହିଁ।

୨୦୧୯ ବିଶ୍ୱକପ ପରଠାରୁ ବାମହାତୀ ବ୍ୟାଟର ମୋର୍ଗାନ ନିଜର ଫିଟନେଶ ଓ ଫର୍ମକୁ ନେଇ ସଂଘର୍ଷ କରୁଥିଲେ। ନିକଟରେ ନେଦରଲ୍ୟାଣ୍ଡ୍ସ ବିପକ୍ଷରେ ସେ ଦଳର କମାଣ ସମ୍ଭାଳିଥିଲେ ମଧ୍ୟ ନିଜ ବ୍ୟାଟରେ ଗୋଟିଏ ବି ରନ୍‌ କରିବାକୁ ସକ୍ଷମ ହୋଇ ନଥିଲେ। କାଲି ଠାରୁ ତାଙ୍କ ଅବସର ଚର୍ଚ୍ଚା ସ୍ଥାନୀୟ ଗଣମାଧ୍ୟମରେ ଚାଲିଥିଲା। ସତକୁ ସତ ଆଜି ସେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କରି ଦେଇଛନ୍ତି। ଇଂଲଣ୍ଡ କ୍ରିକେଟ ବୋର୍ଡ ଏହି ଖବରକୁ ନିଶ୍ଚିତ କରିବା ସହ ମୋର୍ଗାନ ଟିମକୁ ଦେଇଥିବା ସେବା ପାଇଁ ତାଙ୍କୁ ଧନ୍ୟବାଦ ଜଣାଇଛି।

ଇଂଲଣ୍ଡ କ୍ରିକେଟ ବୋର୍ଡକୁ ମୋର୍ଗାନ ଦେଇଥିବା ବିବୃତିରେ କହିଛନ୍ତି ଯେ ସବୁ କିଛି ଭାବିବା ପରେ ଓ ଆଲୋଚନା କରିବା ପରେ ମୁଁ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରୁଛି। ମୋ କ୍ୟାରିୟରର ସବୁଠାରୁ ପସନ୍ଦର ଜିନିଷକୁ ଛାଡ଼ିବା ମୋ ପାଇଁ ଆଦୌ ସହଜ ନଥିଲା। କିନ୍ତୁ ମୁଁ ଭାବିଲି ଯେ ଅଲବିଦା କହିବା ପାଇଁ ଏଇଟା ହିଁ ଉପଯୁକ୍ତ ସମୟ। ମୋ ପାଇଁ ଓ ଇଂଲଣ୍ଡର ସୀମିତ ଓଭର ଟିମ୍‌ ପାଇଁ ଏହା ଏକ ଭଲ ନିଷ୍ପତ୍ତି ବୋଲି ସେ କହିଛନ୍ତି।

ଇସିବି ଟ୍ୱିଟ କରି ମୋର୍ଗାନ ଦିନିକିଆ ବିଶ୍ୱକପ ଉଠାଇବା ବେଳର ଫଟୋ ପୋଷ୍ଟ କରିଛି। ଇସିବି କହିଛି ଯେ “ତୁମେ ଇଂଲଣ୍ଡ କ୍ରିକେଟକୁ ସବୁଦିନ ପାଇଁ ବଦଳାଇ ଦେଇଛି। ତୁମେ ଜଣେ ଉଦ୍ଭାବକ ଓ ଜଣେ ଚାମ୍ପିୟନ। ତୁମର ଲିଗାସି ଜାରି ରହିବ। ଧନ୍ୟବାଦ ମୋର୍ଗାନ।”

୩୫ ବର୍ଷୀୟ ମୋର୍ଗାନ ଦୀର୍ଘ ୧୩ ବର୍ଷ ହେଲା ଇଂଲଣ୍ଡ ପାଇଁ ଖେଳି ଆସୁଥିଲେ। ୨୦୧୯ରେ ତାଙ୍କ କ୍ୟାପ୍ଟେନ୍ସିରେ ଇଂଲଣ୍ଡ ଲର୍ଡ୍ସସରେ ପ୍ରଥମଥର ଦିନିକିଆ ବିଶ୍ୱକପ ଜିତିଥିଲା। ସେହିପରି ୨୦୧୦ରେ ଇଂଲଣ୍ଡର ଟି-୨୦ ବିଶ୍ୱକପ ବିଜେତା ଟିମ୍‌ରେ ମୋର୍ଗାନ ରହିଥିଲେ। ୨୦୧୫ରେ ତାଙ୍କୁ ଇଂଲଣ୍ଡର ସୀମିତ ଓଭର ଅଧିନାୟକ ପଦ ମିଳିଥିଲା। ଆଲିଷ୍ଟର କୁକଙ୍କ ପରେ ସେ ଅଧିନାୟକ ପଦ ସମ୍ଭାଳିଥିଲେ। ଏହି ସମୟରେ ଇଂଲଣ୍ଡ ଦିନିକିଆ ରାଙ୍କିଙ୍ଗର ୧ନଂ ସ୍ଥାନରେ ମଧ୍ୟ ପହଞ୍ଚିଥିଲା।

୨୦୧୬ ଟି-୨୦ ବିଶ୍ୱକପ ଫାଇନାଲ ଇଂଲଣ୍ଡ ମୋର୍ଗାନଙ୍କ କ୍ୟାପ୍ଟେନ୍ସିରେ ଖେଳିଥିଲା। ହେଲେ ଦଳ ୱେଷ୍ଟଇଣ୍ଡିଜ ଠାରୁ ହାରି ଯାଇଥିଲେ। ୨୦୧୭ ଚାମ୍ପିୟନଶିପ ଟ୍ରଫି ଓ ୨୦୨୧ ଟି-୨୦ ବିଶ୍ୱକପ ସେମି ଫାଇନାଲରେ ମଧ୍ୟ ଇଂଲଣ୍ଡକୁ ମୋର୍ଗାନ ପହଞ୍ଚାଇଥିଲେ। ମୋର୍ଗାନ ୨୦୦୬ରେ ପ୍ରଥମେ ଆୟର୍ଲ୍ୟାଣ୍ତ ପାଇଁ ଦିନିକିଆରେ ଡେବ୍ୟୁ କରିଥିଲେ। ହେଲେ ଏହାର ୪ ବର୍ଷ ପରେ ସେ ଇଂଲଣ୍ଡ ପାଇଁ ଟି-୨୦ରେ ଡେବ୍ୟୁ କରି ନିଜର ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ।

ଇଂଲଣ୍ଡ ପାଇଁ ସେ ୨୨୫ଟି ଦିନିକିଆ ଓ ଆୟର୍ଲ୍ୟାଣ୍ତ ୨୩ଟି ଦିନିକିଆ ଖେଳିଛନ୍ତି। ମୋଟ ୨୪୮ଟି ଦିନିକିଆରେ ସେ ୭,୭୦୧ ରନ କରିଛନ୍ତି। ଏଥିରେ ୧୪ଟି ଶତକ ଓ ୪୭ଟି ଅର୍ଦ୍ଧଶତକ ରହିଛି।

ମୋର୍ଗାନ ଇଂଲଣ୍ଡ ପାଇଁ ୧୧୫ଟି ଟି-୨୦ ମ୍ୟାଚ୍‌ ଖେଳି ୨୪୫୮ ରନ କରିଛନ୍ତି। ତେବେ ଟେଷ୍ଟରେ ମୋର୍ଗାନଙ୍କୁ ବେଶୀ ସୁଯୋଗ ମିଳି ନଥିଲେ। ସେ ୧୩ ବର୍ଷର କ୍ୟାରିୟର ମଧ୍ୟରେ କେବଳ ୧୬ଟି ଟେଷ୍ଟ ମ୍ୟାଚ୍‌ ଖେଳି ୭୦୦ ରନ କରିବାକୁ ସକ୍ଷମ ହୋଇଛନ୍ତି। ୨୦୧୦ରୁ ସେ ଆଇପିଏଲରେ ବିଭିନ୍ନ ଦଳ ପକ୍ଷରୁ ଖେଳି ଆସୁଛନ୍ତି। ଏପରି କି ସେ କୋଲକାତାର ଅଧିନାୟକ ଭାବେ ମଧ୍ୟ ଦାୟିତ୍ୱ ତୁଲାଇ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story