ଧୋନିଙ୍କ ପରେ କିଏ ହେବ ଚେନ୍ନାଇ କ୍ୟାପଟେନ୍?

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ)ର ପ୍ରଥମ ସଂସ୍କରଣରୁ ମହେନ୍ଦ୍ର ସିଂ ଧୋନି ଚେନ୍ନାଇ ସୁପର୍ କିଙ୍ଗସ୍ ଟିମର କ୍ୟାପଟେନ୍ ରହିଆସିଛନ୍ତି। ଧୋନିଙ୍କ ଯିବା ପରେ ସିଏସକେର କ୍ୟାପଟେନ୍ ପଦ କାହାକୁ ମିଳିବ, ତାହା ସବୁଠାରୁ ବଡ଼ ପ୍ରଶ୍ନ। ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇସାରିଥିବା ଧୋନିଙ୍କ ସମ୍ବନ୍ଧରେ ସିଏସକେର ସିଇଓ ସ୍ପଷ୍ଟ କରିସାରିଛନ୍ତି ଯେ ସିଏସକେର ଧୋନିଙ୍କର ଏହା ଅନ୍ତିମ ବର୍ଷ ହେବ ନାହିଁ। ଏହା ପ୍ରଶଂସକଙ୍କୁ ନିଶ୍ଚିତ ଆଶ୍ୱସ୍ତି ଦେଇଛି, କିନ୍ତୁ ପ୍ରଶ୍ନ ତଥାପି ଉଠୁଛି […]

ms-dhoni

ms-dhoni

Ranjit Kumar Jena
  • Published: Tuesday, 20 April 2021
  • Updated: 20 April 2021, 04:11 PM IST

Sports

Latest News

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ)ର ପ୍ରଥମ ସଂସ୍କରଣରୁ ମହେନ୍ଦ୍ର ସିଂ ଧୋନି ଚେନ୍ନାଇ ସୁପର୍ କିଙ୍ଗସ୍ ଟିମର କ୍ୟାପଟେନ୍ ରହିଆସିଛନ୍ତି। ଧୋନିଙ୍କ ଯିବା ପରେ ସିଏସକେର କ୍ୟାପଟେନ୍ ପଦ କାହାକୁ ମିଳିବ, ତାହା ସବୁଠାରୁ ବଡ଼ ପ୍ରଶ୍ନ। ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇସାରିଥିବା ଧୋନିଙ୍କ ସମ୍ବନ୍ଧରେ ସିଏସକେର ସିଇଓ ସ୍ପଷ୍ଟ କରିସାରିଛନ୍ତି ଯେ ସିଏସକେର ଧୋନିଙ୍କର ଏହା ଅନ୍ତିମ ବର୍ଷ ହେବ ନାହିଁ। ଏହା ପ୍ରଶଂସକଙ୍କୁ ନିଶ୍ଚିତ ଆଶ୍ୱସ୍ତି ଦେଇଛି, କିନ୍ତୁ ପ୍ରଶ୍ନ ତଥାପି ଉଠୁଛି ଯେ ଧୋନିଙ୍କ ପରେ ସିଏସକେର ଉତ୍ତରାଧିକାରୀ କିଏ ହେବ।

ଏହି ବଡ଼ ପ୍ରଶ୍ନରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଇଂଲଣ୍ଡର ପୂର୍ବତନ କ୍ୟାପଟେନ୍ ମାଇକେଲ୍ ଭନ୍। ଧୋନିଙ୍କ ପରେ ରବୀନ୍ଦ୍ର ଜାଡେଜାଙ୍କୁ ହିଁ ସିଏସକେର କ୍ୟାପଟେନ୍ ପଦ ମିଳିବା ଦରକାର ବୋଲି ଭନ୍ କହିଛନ୍ତି। କ୍ରିକ୍‌ବଜ୍ ସହ ଆଲୋଚନା ସମୟରେ ଭନ୍ କହିଛନ୍ତି, 'ଆପଣ କହିପାରନ୍ତି ଯେ ଧୋନି ଆହୁରି ଦୁଇ-ତିନି ବର୍ଷ ଖେଳିବେ। କିନ୍ତୁ ସତ କହିବାକୁ ଗଲେ ଚଳିତ ସଂସ୍କରଣ ପରେ ଧୋନିଙ୍କର ନଖେଳିବା ଭଲ ହେବ। ଧୋନିଙ୍କ ବଦଳରେ କିଏ ଟିମକୁ ଆଗକୁ ନେଇପାରିବ, ତାକୁ ଦେଖିବାର ସମୟ ଆସିଯାଇଛି। ମୋ ମତରେ ଧୋନିଙ୍କ ପରେ ଜାଡେଜା ହିଁ ଏକମାତ୍ର ଖେଳାଳି, ଯିଏ ଟିମକୁ ସଠିକ୍ ଭାବେ ଗଢ଼ି ପାରିବେ। ଜାଡେଜା ଦମଦାର ବୋଲିଂ ସହ ମଇଦାନରେ ଉଚ୍ଚକୋଟୀର ଫିଲ୍ଡିଂ ମଧ୍ୟ କରିପାରିବେ। ଏହାସହ ବ୍ୟାଟିଂରେ ମଧ୍ୟ ସେ ଅନେକ ସମୟରେ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି।'

ଭନ୍ ଆହୁରି କହିଛନ୍ତି, ଜାଡେଜା ଏଭଳି ଜଣେ ଖେଳାଳି, ଯାହାଙ୍କୁ ଚତୁର୍ଥ କିମ୍ବା ପଞ୍ଚମ ସ୍ଥାନରେ ବ୍ୟାଟିଂ କରିବାକୁ ପଠାଯାଇ ପାରିବ। ଏପରିକି ତାଙ୍କୁ ଓପ୍ନର ବୋଲିଂ ଭାବେ ମଧ୍ୟ ବ୍ୟବହାର କରାଯାଇ ପାରିବ। ଜାଡେଜା ଏସବୁ ଦାୟିତ୍ୱ ତୁଲାଇବା ପାଇଁ ସମ୍ପୂର୍ଣ୍ଣ ଫିଟ୍। ମୋ ମତରେ ଜାଡେଜା ବର୍ତ୍ତମାନ ଜଣେ ପୂର୍ଣ୍ଣ କ୍ରିକେଟର୍ ହୋଇସାରିଛନ୍ତି।

ସୂଚନାଯୋଗ୍ୟ, ଚଳିତ ସଂସ୍କରଣରେ ଚେନ୍ନାଇ ସୁପର୍ କିଙ୍ଗସର ପ୍ରଦର୍ଶନ ଏପର୍ଯ୍ୟନ୍ତ ଭଲ ରହିଆସିଛି। ଦଳ ତିନୋଟି ମ୍ୟାଚରୁ ଦୁଇଟି ବିଜୟ ସହ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି। ସୋମବାର ଚେନ୍ନାଇ ୪୫ ରନରେ ରାଜସ୍ଥାନ ରୟାଲ୍ସକୁ ହରାଇଥିଲା। ଏହି ମ୍ୟାଚରେ ଜାଡେଜା ଦମଦାର ବୋଲିଂ କରି ୨ଟି ମୂଲ୍ୟବାନ ୱିକେଟ୍ ନେଇଥିଲେ। ଜାଡେଜା ରାଜସ୍ଥାନରେ ଜୋସ୍ ବଟଲର ଓ ଶିବମ୍ ଦୁବେଙ୍କୁ ଆଉଟ୍ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story