କରୋନାରେ ଚାଲିଗଲା ପୂର୍ବତନ ଅଲରାଉଣ୍ଡର ଜାଡେଜାଙ୍କ ଜୀବନ

ରାଜକୋଟ: ସୌରାଷ୍ଟ୍ରର ପୂର୍ବତନ ପେସ୍ ବୋଲର ଓ ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ) ରେଫରୀ ରାଜେନ୍ଦ୍ରସିଂହ ଜାଡେଜାଙ୍କ କରୋନା ସଂକ୍ରମଣ କାରଣରୁ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ଜାଡେଜାଙ୍କୁ ୬୬ ବର୍ଷ ହୋଇଥିଲା। ସୌରାଷ୍ଟ୍ର କ୍ରିକେଟ୍‌ ସଂଘ (ଏସସିଏ) ରବିବାର ଏହି ସୂଚନା ଦେଇଛି। ଏସସିଏ କହିଛନ୍ତି, ରାଜେନ୍ଦ୍ରସିଂହ ଜାଡେଜାଙ୍କ ଅସାମୟିକ ଦେହାନ୍ତରେ ଏସସିଏର ସବୁ ସଦସ୍ୟ ଅତ୍ୟନ୍ତ ଦୁଃଖିତ । ସେ ସୌରାଷ୍ଟ୍ରର ଅନ୍ୟତମ ଶ୍ରେଷ୍ଠ କ୍ରିକେଟର୍ ଥିଲେ । କୋଭିଡ୍‌ୟ-୧୯ ବିରୋଧରେ ଲଢ଼େଇରେ […]

bat-and-ball

Ranjit Kumar Jena
  • Published: Sunday, 16 May 2021
  • , Updated: 16 May 2021, 03:25 PM IST

ରାଜକୋଟ: ସୌରାଷ୍ଟ୍ରର ପୂର୍ବତନ ପେସ୍ ବୋଲର ଓ ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ) ରେଫରୀ ରାଜେନ୍ଦ୍ରସିଂହ ଜାଡେଜାଙ୍କ କରୋନା ସଂକ୍ରମଣ କାରଣରୁ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ଜାଡେଜାଙ୍କୁ ୬୬ ବର୍ଷ ହୋଇଥିଲା। ସୌରାଷ୍ଟ୍ର କ୍ରିକେଟ୍‌ ସଂଘ (ଏସସିଏ) ରବିବାର ଏହି ସୂଚନା ଦେଇଛି। ଏସସିଏ କହିଛନ୍ତି, ରାଜେନ୍ଦ୍ରସିଂହ ଜାଡେଜାଙ୍କ ଅସାମୟିକ ଦେହାନ୍ତରେ ଏସସିଏର ସବୁ ସଦସ୍ୟ ଅତ୍ୟନ୍ତ ଦୁଃଖିତ । ସେ ସୌରାଷ୍ଟ୍ରର ଅନ୍ୟତମ ଶ୍ରେଷ୍ଠ କ୍ରିକେଟର୍ ଥିଲେ । କୋଭିଡ୍‌ୟ-୧୯ ବିରୋଧରେ ଲଢ଼େଇରେ ସେ ଆଜି ହାରି ଯାଇଛନ୍ତି ।

ସେହିପରି ବିସିସିଆଇ ଓ ଏସସିଏର ପୂର୍ବତନ ସମ୍ପାଦକ ନିରଞ୍ଜନ ଶାହ ରାଜେନ୍ଦ୍ରସିଂହ ଜାଡେଜାଙ୍କ ଦେହାନ୍ତରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଶାହ କହିଛନ୍ତି, ରାଜେନ୍ଦ୍ରସିଂହ ଉନ୍ନତ ସ୍ତର, ଷ୍ଟାଇଲ୍, ନୈତିକତା ଓ ଜବରଦସ୍ତ କ୍ରିକେଟିଂ ଦକ୍ଷତା ଥିବା ବ୍ୟକ୍ତି ଥିଲେ । ତାଙ୍କର ଦେହାନ୍ତ କ୍ରିକେଟ୍‌ ଜଗତ ପାଇଁ ଅପୂରଣୀୟ କ୍ଷତି। କ୍ରିକେଟ୍ ପ୍ରତି ତାଙ୍କର ନିଷ୍ଠା ଓ ଯୋଗଦନାକୁ ସର୍ବଦା ମନେ ରଖାଯିବ । ମୁଁ ଯେଉଁମାନଙ୍କୁ ସାକ୍ଷାତ କରିଛି, ସେଥିମଧ୍ୟରୁ ରାଜେନ୍ଦ୍ର ସାର୍ ସବୁଠାରୁ ଉଜ୍ଜ୍ୱଳ ବ୍ୟକ୍ତି ଥିଲେ । ମୁଁ ଭାଗ୍ୟଶାଳୀ ଯେ ସେ ଆମର ମୁଖ୍ୟ କୋଚ୍, ମ୍ୟାନେଜର ଓ ମାର୍ଗଦର୍ଶକ ଥିଲେ ।

ଜାଡେଜା ଡାହାଣହାତୀ ବୋଲିଂ ସହ ଉନ୍ନତ ବ୍ୟାଟିଂ ମଧ୍ୟ କରୁଥିଲେ । ସେ ୫୦ ପ୍ରଥମ ଶ୍ରେଣୀ ଓ ୧୧ ଲିଷ୍ଟ-ଏ ମ୍ୟାଚ୍ ଖେଳି ଯଥାକ୍ରମେ ୧୩୪ ଓ ୧୪ ଓ୍ବିକେଟ୍‌ ନେଇଛନ୍ତି । ସେହିପରି ସେ ପ୍ରଥମ ଶ୍ରେଣୀରେ ୧୫୩୬ ରନ୍ ଓ ଲିଷ୍ଟ-ଏ’ରେ ୧୦୪ ରନ୍ କରିଛନ୍ତି । ସେହିପରି ଜାଡେଜା ୫୩ ପ୍ରଥମ ଶ୍ରେଣୀ, ୧୮ ଲିଷ୍ଟ-ଏ ଓ ୩୪ ଟି-୨୦ ମ୍ୟାଚରେ ବିସିସିଆଇର ଅଫିସିଆଲ୍ ରେଫରୀ ମଧ୍ୟ ରହିଛନ୍ତି । ସେ ସୌରାଷ୍ଟ୍ର କ୍ରିକେଟ୍‌ ଆସୋସିଏସନର ଚୟନକର୍ତ୍ତା, କୋଚ୍ ଓ ଟିମ୍ ମ୍ୟାନେଜର୍ ମଧ୍ୟ ରହିଛନ୍ତି ।

ନିକଟରେ ପୂର୍ବ ଦେଶର କିଛି ଖେଳାଳି କରୋନାରେ ଆଖି ବୁଜିଛନ୍ତି । ଏଥିରେ ରାଜସ୍ଥାନର କ୍ରିକେଟର୍ ବିବେକ ଯାଦବ, ଚେତନ ଚୌହାନ, କିଶନ ରୁଙ୍ଗଟା, ଅଲିମ୍ପିକ୍ ଗୋଲ୍ଡ ମେଡାଲିଷ୍ଟ ରବିନ୍ଦର ପାଲ୍‌ ସିଂହ, ଏମକେ କୌଶିକ, ହକି ଖେଳାଳି ୱିଲିୟମ୍ ଡିସୌଜା, ପୂର୍ବତନ ଫୁଟବଲର ନିଖିଲ ନନ୍ଦି ଓ ଅହମ୍ମଦ ହୁସେନ୍ ସାମିଲ୍‌ ଅଛନ୍ତି । ଏହାବ୍ୟତୀତ ବିସିସିଆଇର ପୂର୍ବତନ ଷ୍ଟାଟିଷ୍ଟିଆନ୍ ଦିନାର ଗୁପ୍ତାଙ୍କର ମଧ୍ୟ କରୋନାରେ ଦେହାନ୍ତ ହୋଇଥିଲା।

Related story