ବିଶ୍ୱ ରେକର୍ଡ କଲେ ଏହି ୧୮ ବର୍ଷୀୟ ବ୍ୟାଟର

ପ୍ୟାରିସ: ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ବିଶ୍ୱ କୌଣସି କିଶୋର ଯାହା କରି ପାରି ନଥିଲା, ତାହା କରି ଦେଖାଇଛନ୍ତି ଫ୍ରାନ୍ସର ୧୮ ବର୍ଷୀୟ ବ୍ୟାଟର ଗୁସ୍ତାବ ମ୍ୟାକେଓନ। ସୋମବାର ଗୁସ୍ତାବ ସର୍ବକନିଷ୍ଠ କ୍ରିକେଟର ଭାବେ କୌଣସି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍‌ରେ ଶତକ ହାସଲ କରିବାର ରେକର୍ଡ କରିଛନ୍ତି। ଫିନଲ୍ୟାଣ୍ଡରେ ଖେଳା ଯାଉଥିବା ସ୍ୱିଜରଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍‌ରେ ଗୁସ୍ତାବ ମାତ୍ର ୬୧ଟି ବଲରେ ୧୦୯ ରନର ଇନିଂସ ଖେଳିଛନ୍ତି। ଆଇସିସି ଟି-୨୦ ବିଶ୍ୱକପ ଅନ୍ତର୍ଗତ ସବ ରିଜନାଲ ୟୁରୋପୀୟ […]

Gustav

  • Published: Tuesday, 26 July 2022
  • , Updated: 26 July 2022, 01:19 PM IST

ପ୍ୟାରିସ: ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ବିଶ୍ୱ କୌଣସି କିଶୋର ଯାହା କରି ପାରି ନଥିଲା, ତାହା କରି ଦେଖାଇଛନ୍ତି ଫ୍ରାନ୍ସର ୧୮ ବର୍ଷୀୟ ବ୍ୟାଟର ଗୁସ୍ତାବ ମ୍ୟାକେଓନ। ସୋମବାର ଗୁସ୍ତାବ ସର୍ବକନିଷ୍ଠ କ୍ରିକେଟର ଭାବେ କୌଣସି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍‌ରେ ଶତକ ହାସଲ କରିବାର ରେକର୍ଡ କରିଛନ୍ତି। ଫିନଲ୍ୟାଣ୍ଡରେ ଖେଳା ଯାଉଥିବା ସ୍ୱିଜରଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍‌ରେ ଗୁସ୍ତାବ ମାତ୍ର ୬୧ଟି ବଲରେ ୧୦୯ ରନର ଇନିଂସ ଖେଳିଛନ୍ତି।

ଆଇସିସି ଟି-୨୦ ବିଶ୍ୱକପ ଅନ୍ତର୍ଗତ ସବ ରିଜନାଲ ୟୁରୋପୀୟ ଯୋଗ୍ୟତା ପର୍ଯ୍ୟାୟର ଗ୍ରୁପ ବିର ଗୋଟିଏ ମ୍ୟାଚ୍‌ରେ ଗୁସ୍ତାବ ନିଜର ଜଲୱା ଦେଖାଇଛନ୍ତି। ସେ ସ୍ୱିସ ବୋଲରଙ୍କୁ ୯ଟି ଛକା ଓ ୫ଟି ଚୌକା ମାରି ନିଜର ଶତକ ହାସଲ କରିଛନ୍ତି। ନିଜର ଦ୍ୱିତୀୟ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳୁଥିଲେ ମଧ୍ୟ ଗୁସ୍ତାବ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଏହାପୂର୍ବରୁ ଚେକ ଗଣରାଜ୍ୟ ବିପକ୍ଷ ଡେବ୍ୟୁ ମ୍ୟାଚରେ ଗୁସ୍ତାବ ୫୪ ବଲରେ ୭୬ ରନ କରିଥିଲେ। ଫଳରେ ଫ୍ରାନ୍ସ ଏହି ମ୍ୟାଚ୍‌କୁ ୫୪ ରନରେ ଜିତିଥିଲା।

ସ୍ୱିସ ବିପକ୍ଷ ମ୍ୟାଚ୍‌ରେ ଶତକ ହାସଲ କରିବା ପରେ ଗୁସ୍ତାବଙ୍କ ନାଁରେ ବିଶ୍ୱ ରେକର୍ଡ ଯୋଡ଼ି ହୋଇଯାଇଛି। ଗୁସ୍ତାବଙ୍କ ବୟସ ଏବେ ୧୮ ବର୍ଷ ୨୮୦ ଦିନ। ସେ ବିଶ୍ୱର ସର୍ବ କନିଷ୍ଠ ବ୍ୟାଟର ଭାବେ ଟି-୨୦ରେ ଶତକ ହାସଲ କରିଛନ୍ତି। ତାଙ୍କ ପୂର୍ବରୁ ଆଫଗାନିସ୍ତାନର ହଜରତୁଲ୍ଲା ଜଜାଇ ୨୦ ବର୍ଷ ୩୩୭ ଦିନରେ ଶତକ ହାସଲ କରିଥିଲେ। ୨୦୧୯ରେ ଜଜାଇ ଆୟର୍ଲ୍ୟାଣ୍ଡ ବିପକ୍ଷରେ ଶତକ ହାସଲ କରିଥିଲେ।

ସେହିପରି ରୋମାନିଆର ଶିବକୁମାର ପେରିୟାଲୱର ୨୧ ବର୍ଷ ୧୬୧ ଦିନ, ରାୱାଣ୍ଡାର ଓରଚିଡ ତୁୟିସେଙ୍ଗେ ୨୧ ବର୍ଷ ୧୯୦ ଦିନ ଓ ନେପାଳର ଦିପେନ୍ଦର ସିଂହ ୨୨ ବର୍ଷ ୬୮ ଦିନ ବୟସରେ ଶତକ ହାସଲ କରିଥିଲେ।

ମ୍ୟାଚ୍‌ କଥା ଦେଖିଲେ ଗୁସ୍ତାବଙ୍କ ଶତକୀୟ ଇନିଂସ ସତ୍ତ୍ୱେ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୧୫୭ ରନ କରିଥିଲା। ଏହାର ଜବାବରେ ସ୍ୱିଜରଲ୍ୟାଣ୍ଡ ୯ ୱିକେଟ ହରାଇ ଶେଷ ବଲରେ ମ୍ୟାଚ୍‌କୁ ଜିତି ନେଇଛି।

Related story