ଏଲଏଲସିସି ଡ୍ୟୁଜ ବଲ କ୍ରିକେଟ: ସୌମ୍ୟଙ୍କ ବିସ୍ଫୋରକ ୨୦୩, ଜିତିଲା ଗ୍ରୀନ୍ସ

ଭୁବନେଶ୍ୱର: ଆଇଆରସି ସ୍ଥିତ ଏଲଏଲସିସି କ୍ରିକେଟ ଗ୍ରାଉଣ୍ଡରେ ଚାଲିଥିବା ଅଣ୍ଡର ୧୪ ଡ୍ୟୁଜ ବଲ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟର ୬ଷ୍ଠ ମୁକାବିଲାରେ ବାଜିମାତ କରିଛି ଗ୍ରୀନ୍ସ କ୍ରିକେଟ ଏକାଡେମୀ। ସୌମ୍ୟ ପାଣ୍ଡେଙ୍କ ବିସ୍ଫୋରକ ୨୦୩ ରନ୍‌ ବଳରେ ଗ୍ରୀନ୍ସ ପ୍ରତିପକ୍ଷ ସୋଲାର କ୍ରିକେଟ କ୍ଲବକୁ ୮୩ ରନ୍‌ରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଗ୍ରୀନ୍ସ ନିର୍ଦ୍ଧାରିତ ୩୫ ଓଭର୍‌ରେ ୭ ୱିକେଟ ହରାଇ ୩୬୮ ରନ୍‌ କରିଥିଲା। ଏହାର ଜବାବରେ ସୋଲାର କେବଳ ୪ ୱିକେଟ ହରାଇ […]

LLCC1

Hemant Lenka
  • Published: Friday, 15 April 2022
  • , Updated: 15 April 2022, 02:35 PM IST

ଭୁବନେଶ୍ୱର: ଆଇଆରସି ସ୍ଥିତ ଏଲଏଲସିସି କ୍ରିକେଟ ଗ୍ରାଉଣ୍ଡରେ ଚାଲିଥିବା ଅଣ୍ଡର ୧୪ ଡ୍ୟୁଜ ବଲ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟର ୬ଷ୍ଠ ମୁକାବିଲାରେ ବାଜିମାତ କରିଛି ଗ୍ରୀନ୍ସ କ୍ରିକେଟ ଏକାଡେମୀ। ସୌମ୍ୟ ପାଣ୍ଡେଙ୍କ ବିସ୍ଫୋରକ ୨୦୩ ରନ୍‌ ବଳରେ ଗ୍ରୀନ୍ସ ପ୍ରତିପକ୍ଷ ସୋଲାର କ୍ରିକେଟ କ୍ଲବକୁ ୮୩ ରନ୍‌ରେ ପରାସ୍ତ କରିଛି।

ପ୍ରଥମେ ବ୍ୟାଟିଂ କରିଥିବା ଗ୍ରୀନ୍ସ ନିର୍ଦ୍ଧାରିତ ୩୫ ଓଭର୍‌ରେ ୭ ୱିକେଟ ହରାଇ ୩୬୮ ରନ୍‌ କରିଥିଲା। ଏହାର ଜବାବରେ ସୋଲାର କେବଳ ୪ ୱିକେଟ ହରାଇ ୨୮୫ ରନ୍‌ କରିବାକୁ ସକ୍ଷମ ହୋଇଛି। ଆଜିର ମ୍ୟାଚ ଜିତି ଗ୍ରୀନ୍ସ ପରବର୍ତ୍ତୀ ରାଉଣ୍ଡରେ ପ୍ରବେଶ କରିଥିବା ବେଳେ ସୋଲାର ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛି।

ଆଜିର ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଗ୍ରୀନ୍ସ ପାଇଁ ଆରମ୍ଭରୁ ହିଁ ସୌମ୍ୟ ପାଣ୍ଡେ ଦ୍ରୁତଗତିରେ ରନ୍ ସଂଗ୍ରହ କରିବା  କରିଥିଲେ। ସେ ମାତ୍ର ୯୩ଟି ବଲରେ ୨୦୩ ରନର ଇନିଂସ ଖେଳିଛନ୍ତି। ତାଙ୍କ ବ୍ୟତୀତ ଅଭିଜିତ ମହାନ୍ତି ୨୦ ବଲରେ ୪୨ ରନ୍‌ ରନ କରିଛନ୍ତି। ପାଣ୍ଡେ ଓ ଅଭିଜିତଙ୍କ ଇନିଂସ ବଳରେ ଗ୍ରୀନ୍ସ ୭ ୱିକେଟ ହରାଇ ୩୬୮ ରନ୍‌ କରିଥିଲା। ସୋଲାର ପକ୍ଷରୁ ଶୋହନ ମହାନ୍ତି ୭ ଓଭରରେ ୬୩ ରନ୍ ଦେଇ ଗୋଟିଏ ୱିକେଟ ନେଇଛନ୍ତି।

୩୬୯ ରନର ଟାର୍ଗେଟ ପାଇଥିବା ସୋଲାର ପକ୍ଷରୁ ସମ୍ବିତ ବେଜା ୫୩ ବଲରେ ୮୩, ଶୋହନ ମହାନ୍ତି ୫୫ ବଲରେ ୭୭ ଓ ରୁଦ୍ର ସ୍ୱାଇଁ ୫୨ ବଲରେ ୬୦ ରନ୍‌ର ଇନିଂସ ଖେଳିଥିଲେ। ହେଲେ ଏହା ସୋଲାରକୁ ଜିତାଇବା ପାଇଁ ଯଥେଷ୍ଟ ହୋଇନଥିଲା। ଶେଷ ଦଳ ୪ ୱିକେଟ ହରାଇ ୨୮୫ ରନ୍‌ରେ ଅଟକି ଯାଇଥିଲା।

ଗ୍ରୀନ୍ସ ପାଇଁ ଦମଦାର ଡବଲ ସେଞ୍ଚୁରୀ ହାସଲ କରିଥିବା ସୌମ୍ୟ ପାଣ୍ତେ ବୋଲିଂରେ ମଧ୍ୟ ୧ ୱିକେଟ ନେଇଛନ୍ତି। ସେହିପରି ଅଂଶୁମାନ ରାଜଗୁର ୫ ଓଭର୍‌ରେ ୩୬ ରନ୍‌ ଦେଇ ସୋଲାରର ଦୁଇ ଜଣ ବ୍ୟାଟରଙ୍କୁ ଆଉଟ କରିଥିଲା। ଟୁର୍ଣ୍ଣାମେଣ୍ଟରେ ପ୍ରଥମଥର ପାଇଁ ଦୁଇ ଶତକ ହାସଲ କରିଥିବା ସୌମ୍ୟ ପାଣ୍ତେଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍‌ ମିଳିଛି। ଏହି ମ୍ୟାଚ୍‌ରେ ଅତିଥି ଭାବେ ମଧୁସ୍ମିତା ପଟ୍ଟନାୟକ ଓ ବିନ୍ଦୁ ସାଗର ମହାନ୍ତି ଯୋଗଦେଇଥିଲେ। ଉଭୟ ଏଲଏଲସିସିର ସଭାପତି ନିତ୍ୟାନ୍ଦ ବେହାରଙ୍କ ସହ ସୌମ୍ୟଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ଦେଇଛନ୍ତି।

Related story