ବଟଲରଙ୍କ ବିସ୍ଫୋରକ ୮୯, ଫାଇନାଲ ଟିକେଟ ପାଇଁ ଗୁଜରାଟକୁ ୧୮୯ ରନ୍‌ର ଟାର୍ଗେଟ

କୋଲକାତା: ଚଳିତ ଆଇପିଏଲର ପ୍ରଥମ କ୍ୱାଲିଫାୟାରରେ ଗର୍ଜିଛି ଜୋଶ ବଟଲରଙ୍କ ବ୍ୟାଟ। ବଟଲରଙ୍କ ଦମଦାର ୮୯ ରନ୍‌ ବଳରେ ଗୁଜରାଟ ଟାଇଟନ୍ସକୁ ୧୮୯ ରନ୍‌ର ଟାର୍ଗେଟ ଦେଇଛି ରାଜସ୍ଥାନ ରୟାଲ୍ସ। ଟସ୍‌ ହାରି କୋଲକାତା ଇଡେନ ଗାର୍ଡେନରେ ବ୍ୟାଟିଂ କରୁଥିବା ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭର୍‌ରେ ୬ ୱିକେଟ ହରାଇ ୧୮୮ ରନ୍‌ କରିଛି। ଫଳରେ ଆଇପିଏଲର ଫାଇନାଲ ଟିକେଟ ହାସଲ କରିବା ପାଇଁ ଗୁଜରାଟକୁ ୧୮୬ ରନର ଟାର୍ଗେଟ ମିଳିଛି। ଯଦି ରାଜସ୍ଥାନ ଆଜିର ମ୍ୟାଚ୍ […]

Buttler

Buttler

Hemant Lenka
  • Published: Tuesday, 24 May 2022
  • Updated: 24 May 2022, 09:34 PM IST

Sports

Latest News

କୋଲକାତା: ଚଳିତ ଆଇପିଏଲର ପ୍ରଥମ କ୍ୱାଲିଫାୟାରରେ ଗର୍ଜିଛି ଜୋଶ ବଟଲରଙ୍କ ବ୍ୟାଟ। ବଟଲରଙ୍କ ଦମଦାର ୮୯ ରନ୍‌ ବଳରେ ଗୁଜରାଟ ଟାଇଟନ୍ସକୁ ୧୮୯ ରନ୍‌ର ଟାର୍ଗେଟ ଦେଇଛି ରାଜସ୍ଥାନ ରୟାଲ୍ସ। ଟସ୍‌ ହାରି କୋଲକାତା ଇଡେନ ଗାର୍ଡେନରେ ବ୍ୟାଟିଂ କରୁଥିବା ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭର୍‌ରେ ୬ ୱିକେଟ ହରାଇ ୧୮୮ ରନ୍‌ କରିଛି। ଫଳରେ ଆଇପିଏଲର ଫାଇନାଲ ଟିକେଟ ହାସଲ କରିବା ପାଇଁ ଗୁଜରାଟକୁ ୧୮୬ ରନର ଟାର୍ଗେଟ ମିଳିଛି। ଯଦି ରାଜସ୍ଥାନ ଆଜିର ମ୍ୟାଚ୍ ଜିତୁଛି, ତା’ହେଲେ ସିଧାସଳଖ ଫାଇନାଲରେ ପ୍ରବେଶ କରିବ।

ଆଜିର ମ୍ୟାଚରେ ଗୁଜରାଟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଏହାକୁ ସଠିକ ସାବ୍ୟସ୍ତ କରି ୟାଶ ଦୟାଲ ଇନଫର୍ମ ରାଜସ୍ଥାନ ଓପନର ଯଶ୍ୱସୀ ଜୈସୱାଲ(୩)ଙ୍କୁ ଆଉଟ କରି ଦେଇଥିଲେ। ଏହି ସମୟରେ ଦଳୀୟ ସ୍କୋର ମାତ୍ର ୧୧ ଥିଲା। ତେବେ ଅଧିନାୟକ ସଞ୍ଜୁ ସାମସନ କ୍ରିଜ୍‌କୁ ଆସିବା ମାତ୍ରେ ବଡ଼ ଶଟ ଖେଳିବା ଆରମ୍ଭ କରିଥିଲେ। ବଟଲର କେବଳ ତାଙ୍କୁ ସାଥ ଦେଇଥିଲେ। ଉଭୟ ଦ୍ୱିତୀୟ ୱିକେଟ ପାଇଁ ୧୦ ଓଭର ସୁଦ୍ଧା ଦଳୀୟ ସ୍କୋରକୁ ୭୯ରେ ପହଞ୍ଚାଇଥିଲେ। ତେବେ ୨୬ ବଲରେ ୪୭ ରନ୍‌ କରିଥିବା ସାମସନଙ୍କୁ ସାଇ କିଶୋର ଆଉଟ କରି ରାଜସ୍ଥାନକୁ ଦ୍ୱିତୀୟ ଝଟକା ଦେଇଥିଲେ।

ଦେବଦତ୍ତ ପାଡିକ୍କଲ ୨୦ ବଲ୍‌ରେ ୨୮ ରନ୍‌ କରିଥିବା ବେଳେ ପାଣ୍ଡ୍ୟା ତାଙ୍କୁ କ୍ଲିନବୋଲ୍ଡ କରି ଦେଇଥିଲେ। ଏହିଠାରୁ ବଟଲର ନିଜର ଜଲୱା ଦେଖାଇବା ଆରମ୍ଭ କରିଥିଲେ। ପ୍ରଥମେ ସେ ୪୨ ବଲ୍‌ରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଏହାପରେ ବଡ଼ବଡ଼ ଶଟ ଖେଳିବା ଆରମ୍ଭ କରିଥିଲେ। ସେ ଗୋଟିଏ ପଟେ ବଡ଼ ଶଟ ଖେଳି ଚାଲିଥିବା ବେଳେ ଶିମରନ ହେଟମେୟର କେବଳ ଦେଖଣାହାରୀ ସାଜିଥିଲେ। ସେ ବଡ଼ ଶଟ ଖେଳିବାକୁ ଚେଷ୍ଟା କରିଥିଲେ ମଧ୍ୟ ୧୯ତମ ଓଭର୍‌ରେ ମାତ୍ର ୪ ରନ୍‌ କରି ମହମ୍ମଦ ଶାମିଙ୍କ ବଲରେ ଆଉଟ ହୋଇଯାଇଥିଲେ।

ଏହାର ପ୍ରଭାବ କିନ୍ତୁ ବଟଲରଙ୍କ ଉପରେ ପଡ଼ି ନଥିଲା। ସେ ଦୟାଲ ଓ ଶାମିଙ୍କୁ ନିର୍ଘାତ ପ୍ରହାର କରିଥିଲେ। କିନ୍ତୁ ଶେଷ ଓଭରରେ ୨ ରନ୍‌ ନେବା ଲୋଭରେ ବଟଲର ରନ ଆଉଟ ହୋଇଯାଇଥିଲେ। ଆଉଟ ହେବା ପୂର୍ବରୁ ସେ ୫୬ ବଲରେ ୮୯ ରନ୍‌ର ଇନିଂସ ଖେଳିଛନ୍ତି। ଏହି ଇନିଂସରେ ସେ ୧୨ଟି ଚୌକା ଓ ୨ଟି ଛକା ମାରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ରିୟାନ ପରାଗ(୪)ଙ୍କୁ ରାଜସ୍ଥାନ ଶେଷ ଓଭର୍‌ର ୫ମ ବଲରେ ରନ ଆଉଟ ରୂପ ହରାଇଥିଲା। ଶେଷ ବଲରେ ରବିଚନ୍ଦ୍ରନ ଅଶ୍ୱିନ ୨ ରନ୍‌ କରିବାରୁ ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭର୍‌ରେ ୬ ୱିକେଟ ହରାଇ ୧୮୮ ରନ୍‌ କରିଛି।

ଗୁଜରାଟ ପକ୍ଷରୁ ଶାମି, ଦୟାଲ, ପାଣ୍ଡ୍ୟା ଓ ସାଇ କିଶୋର ଗୋଟିଏ ଲେଖାଏ ୱିକେଟ ନେଇଛନ୍ତି। ରଶିଦ ଖାନ ୪ ଓଭର୍‌ରେ ମାତ୍ର ୧୫ ରନ୍‌ ଦେଇଥିଲେ ମଧ୍ୟ କୌଣସି ସଫଳତା ହାସଲ କରିପାରି ନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story