ଗାଙ୍ଗୁଲିଙ୍କ ରେକର୍ଡ ଭାଙ୍ଗିଲେ ଧୱନ୍

କଲମ୍ବୋ: ଶ୍ରୀଲଙ୍କା ଗସ୍ତରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ହୋଇଥିବା ଶିଖର ଧୱନ୍ ଦିନିକିଆରେ ନୂଆ ରେକର୍ଡ ହାସଲ କରିଛନ୍ତି। ଶ୍ରୀଲଙ୍କା ବିପକ୍ଷ ପ୍ରଥମ ମ୍ୟାଚରେ ୨୩ ରନ୍ କରିବା ମାତ୍ରକେ ଧୱନ ଦିନିକିଆ କ୍ରିକେଟରେ ୬ହଜାର ରନ୍ ପୂରଣ କରିଛନ୍ତି। ଏଥିସହ ଧୱନ୍ ଦଶମ ଭାରତୀୟ ଖେଳାଳି ଭାବେ ଦିନିକିଆରେ ୬ହଜାର ରନ୍ କରିଛନ୍ତି। କେବଳ ଏତିକି ନୁହେଁ, ଧୱନ୍ ମଧ୍ୟ ଦ୍ରୁତ ୬ହଜାର ରନ୍ କରିବାରେ ଦ୍ୱିତୀୟ ଭାରତୀୟ ହୋଇଛନ୍ତି। ଏହି ମାମଲାରେ ବିରାଟ୍ କୋହଲି […]

shikhar-dhawan

Ranjit Kumar Jena
  • Published: Sunday, 18 July 2021
  • , Updated: 18 July 2021, 09:53 PM IST

କଲମ୍ବୋ: ଶ୍ରୀଲଙ୍କା ଗସ୍ତରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ହୋଇଥିବା ଶିଖର ଧୱନ୍ ଦିନିକିଆରେ ନୂଆ ରେକର୍ଡ ହାସଲ କରିଛନ୍ତି। ଶ୍ରୀଲଙ୍କା ବିପକ୍ଷ ପ୍ରଥମ ମ୍ୟାଚରେ ୨୩ ରନ୍ କରିବା ମାତ୍ରକେ ଧୱନ ଦିନିକିଆ କ୍ରିକେଟରେ ୬ହଜାର ରନ୍ ପୂରଣ କରିଛନ୍ତି। ଏଥିସହ ଧୱନ୍ ଦଶମ ଭାରତୀୟ ଖେଳାଳି ଭାବେ ଦିନିକିଆରେ ୬ହଜାର ରନ୍ କରିଛନ୍ତି। କେବଳ ଏତିକି ନୁହେଁ, ଧୱନ୍ ମଧ୍ୟ ଦ୍ରୁତ ୬ହଜାର ରନ୍ କରିବାରେ ଦ୍ୱିତୀୟ ଭାରତୀୟ ହୋଇଛନ୍ତି।

ଏହି ମାମଲାରେ ବିରାଟ୍ କୋହଲି ପ୍ରଥମ ସ୍ଥାନରେ ରହିଛନ୍ତି, ଯିଏ ୧୩୬ ଇନିଂସରେ ଏହି ମାଇଲଖୁଣ୍ଟ ଛୁଇଁଛନ୍ତି। ଧୱନ୍ ୧୪୦ ଇନିଂସରେ ୬ହଜାର ରନ୍ କରିଛନ୍ତି। ତୃତୀୟ ସ୍ଥାନରେ ଅଛନ୍ତି ସୌରଭ ଗାଙ୍ଗୁଲି, ଯିଏ ୧୪୭ ଇନିଂସ୍ ଖେଳି ଦିନିକିଆରେ ୬ହଜାର ରନ୍ ପୂରଣ କରିଥିଲେ। ଧୱନ୍ ଏବେ ଏହି ମାମଲାରେ ଗାଙ୍ଗୁଲିଙ୍କୁ ପଛରେ ପକାଇଛନ୍ତି।

ବିଶ୍ୱ କ୍ରିକେଟରେ ଧୱନ୍ ଚତୁର୍ଥ ଖେଳାଳି ଭାବେ ଦ୍ରୁତ ୬ହଜାର ରନ୍ ସଂଗ୍ରହ କରିଛନ୍ତି। ତେବେ ସବୁଠାରୁ ଦ୍ରୁତ ୬ହଜାର ରନର ରେକର୍ଡ ଦକ୍ଷିଣ ଆଫ୍ରିକାର ଏବି ଡି'ଭିଲିୟର୍ସଙ୍କ ନାଁରେ ରହିଛି। ଡି'ଭିଲିୟର୍ସ ମାତ୍ର ୧୨୩ ଇନିଂସରେ ଏହି କାରନାମା କରିଛନ୍ତି। ଏହି ତାଲିକାରେ ତୃତୀୟ ସ୍ଥାନରେ ନ୍ୟୁଜିଲ୍ୟାଣ୍ଡ କ୍ୟାପଟେନ୍ କେନ୍ ୱିଲିୟମସନ୍ (୧୩୯ ଇନିଂସ୍) ରହିଛନ୍ତି।

ଧୱନ୍ ମଧ୍ୟ ଏହି ମ୍ୟାଚରେ ମଇଦାନକୁ ଓହ୍ଲାଇବା ମାତ୍ରକେ ଅଲୋଡ଼ା କୀର୍ତ୍ତିମାନ କରିଛନ୍ତି। ଧୱନ୍ ଭାରତ ପକ୍ଷରୁ ଦିନିକିଆରେ ନେତୃତ୍ୱ ନେବାରେ ସବୁଠାରୁ ବୟୋଜ୍ୟେଷ୍ଠ ଖେଳାଳି ହୋଇଛନ୍ତି। ଧୱନ୍ ୩୫ ବର୍ଷ ୨୨୫ ଦିନରେ ଏହି କାରମାନା କରିଛନ୍ତି। ଏହା ପୂର୍ବରୁ ରେକର୍ଡ ମହିନ୍ଦର ଅମରନାଥଙ୍କ ନାଁରେ ଥିଲା। ସେ ୧୯୮୪ରେ ପାକିସ୍ତାନ ବିପକ୍ଷରେ ସିଆଲକୋଟରେ ୩୪ ବର୍ଷ ୩୭ ଦିନରେ ଦିନିକିଆରେ ଭାରତର ନେତୃତ୍ୱ ନେଇଥିଲେ। ହେଲେ ଉକ୍ତ ମ୍ୟାଚରେ ଫଳାଫଳ ବାହାରି ପାରିନଥିଲା।

Related story