ବିଶ୍ୱ ଟେଷ୍ଟ ଚାମ୍ପିୟନଶିପରେ ବଡ଼ ପରିବର୍ତ୍ତନ କଲା ଆଇସିସି

ଦୁବାଇ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଦ୍ୱିତୀୟ ସଂସ୍କରଣ ପାଇଁ ପଏଣ୍ଟ ସିଷ୍ଟମରେ ବଡ଼ ପରିବର୍ତ୍ତନ କରିଛି। ଏବେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଦ୍ୱିତୀୟ ସିଜନରେ ଗୋଟିଏ ମ୍ୟାଚ୍ ଜିତିବା ପାଇଁ ୧୨ ପଏଣ୍ଟ ମିଳିବ। ସେହିପରି ମ୍ୟାଚ୍ ଡ୍ର’ ହେଲେ ୪ ପଏଣ୍ଟ ଏବଂ ଟାଇ ହେଲେ ୬ ପଏଣ୍ଟ ମିଳିବ। ଏହା ପୂର୍ବରୁ ପ୍ରଥମ ସିଜନରେ ସିରିଜ୍ ଜିତିବା ଆଧାରରେ ଟିମ୍ ଗୁଡ଼ିକୁ ପଏଣ୍ଟ ଦିଆଯାଉଥିଲା। ଏଥିରେ ପ୍ରତି ସିରିଜ୍ […]

nz

Ranjit Kumar Jena
  • Published: Wednesday, 14 July 2021
  • , Updated: 14 July 2021, 04:57 PM IST

ଦୁବାଇ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଦ୍ୱିତୀୟ ସଂସ୍କରଣ ପାଇଁ ପଏଣ୍ଟ ସିଷ୍ଟମରେ ବଡ଼ ପରିବର୍ତ୍ତନ କରିଛି। ଏବେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଦ୍ୱିତୀୟ ସିଜନରେ ଗୋଟିଏ ମ୍ୟାଚ୍ ଜିତିବା ପାଇଁ ୧୨ ପଏଣ୍ଟ ମିଳିବ। ସେହିପରି ମ୍ୟାଚ୍ ଡ୍ର’ ହେଲେ ୪ ପଏଣ୍ଟ ଏବଂ ଟାଇ ହେଲେ ୬ ପଏଣ୍ଟ ମିଳିବ। ଏହା ପୂର୍ବରୁ ପ୍ରଥମ ସିଜନରେ ସିରିଜ୍ ଜିତିବା ଆଧାରରେ ଟିମ୍ ଗୁଡ଼ିକୁ ପଏଣ୍ଟ ଦିଆଯାଉଥିଲା। ଏଥିରେ ପ୍ରତି ସିରିଜ୍ ଜିତିଲେ ୧୨୦ ପଏଣ୍ଟ ରହୁଥିଲା ଏବଂ ଏହି ଆଧାରରେ ମ୍ୟାଚର ପଏଣ୍ଟ ବଣ୍ଟା ଯାଉଥିଲା।

ଆଇସିସିର ଚିଫ୍ ଏକଜିକ୍ୟୁଟିଭ୍ ଅଫିସର୍ ଜେଫ୍ ଆଲାରଡିସ୍ କହିଛନ୍ତି, ପଏଣ୍ଟ ସିଷ୍ଟମକୁ ସରଳ କରିବା ପାଇଁ ଏହି ପରିବର୍ତ୍ତନ କରାଯାଇଛି। ପୂର୍ବ ସଂସ୍କରଣରୁ ଶିକ୍ଷା ନେଇ ଏହି ପରିବର୍ତ୍ତନ କରାଯାଇଛି। ପୁରୁଣା ପଏଣ୍ଟ ସିଷ୍ଟମକୁ ସାମାନ୍ୟ ସରଳ କରିବା ନେଇ ଆମକୁ କିଛି ଫିଡବ୍ୟାକ୍ ମିଳିଥିଲା। କ୍ରିକେଟ୍ କମିଟି ଏହା ଉପରେ ବିଚାରବିମର୍ଶ କରିଥିଲା ଏବଂ ପ୍ରତି ମ୍ୟାଚ୍ ପାଇଁ ପଏଣ୍ଟ ହେବା ଦରକାର ବୋଲି ନିଷ୍ପତ୍ତି ନେଲା। ଏଥିରୁ ସୁନିଶ୍ଚିତ ହେବ ଯେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପରେ ପ୍ରତି ମ୍ୟାଚ୍ ପ୍ରତି ଟିମ୍ ପାଇଁ ସମାନ ହେବ। ପୁରୁଣା ସିଷ୍ଟମରେ ସିରିଜରେ ଦୁଇରୁ ୫ଟି ଟେଷ୍ଟ ମ୍ୟାଚ୍ ହେଉଥିଲା।

https://twitter.com/ICC/status/1415190009322348544?s=20

ଆଲାରଡିସ୍ କହିଛନ୍ତି, କରୋନା ଭାଇରସ୍ ମହାମାରୀ ଯୋଗୁ ଅନେକ ସିରିଜ୍ ପୂରଣ ହୋଇପାରିଲା ନାହିଁ। ଏହି କାରଣରୁ ପଏଣ୍ଟ ସିଷ୍ଟମରେ ପରିବର୍ତ୍ତନ କରିବାକୁ ପଡ଼ିଲା। ଆମେ ଉପଲବ୍ଧ ପଏଣ୍ଟ ସିଷ୍ଟମର ଆଭରେଜ୍ ବାହାର କଲୁ। ଏଥିରୁ ଆମକୁ ଫାଇନାଲିଷ୍ଟ ନିର୍ଦ୍ଧାରଣ କରିବାରେ ସହାୟତା ମିଳିବ। ଏହିପରି ଭାବେ ଆମେ ଚାମ୍ପିୟନଶିପକୁ ନିର୍ଦ୍ଧାରିତ ସମୟରେ ଶେଷ କରିବାକୁ ସଫଳ ହୋଇଥିଲୁ।

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଦ୍ୱିତୀୟ ପର୍ଯ୍ୟାୟ ଭାରତ ଓ ଇଂଲଣ୍ଡ ମଧ୍ୟରେ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜରୁ ଆରମ୍ଭ ହେବ। ଭାରତ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଅଗଷ୍ଟ ୪ ତାରିଖରୁ ଖେଳାଯିବ। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପରେ ନ୍ୟୁଜିଲ୍ୟାଣ୍ଡ ଏଥର ୧୩ ଟେଷ୍ଟ ମ୍ୟାଚ୍ ଖେଳିବ। ଇଂଲଣ୍ଡ ସର୍ବାଧିକ ୨୧ଟି ଟେଷ୍ଟ, ଭାରତ ୧୯, ଅଷ୍ଟ୍ରେଲିଆ ୧୮, ୱେଷ୍ଟଇଣ୍ଡିଜ୍ ଓ ଶ୍ରୀଲଙ୍କା ଟିମ୍ ୧୩ଟି ଲେଖାଏ ଟେଷ୍ଟ ଖେଳିବେ। ସେହିପରି ପାକିସ୍ତାନ ୧୪ ଓ ବାଂଲାଦେଶ ୧୨ ଟେଷ୍ଟ ମ୍ୟାଚ୍ ଖେଳିବେ।

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ନିୟମ ଅନୁସାରେ ଗୋଟିଏ ଟିମ୍ ତିନୋଟି ଘରୋଇ ମାଟିରେ ଏବଂ ତିନୋଟି ବିଦେଶ ମାଟିରେ ଖେଳିବ। ଭାରତୀୟ ଟିମ୍ ନ୍ୟୁଜିଲ୍ୟାଣ୍ଡ୍, ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆ ବିପକ୍ଷରେ ଘରୋଇ ମାଟିରେ ସିରିଜ୍ ଖେଳିବ। ଭାରତ ମଧ୍ୟ ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶ ଗସ୍ତ ମଧ୍ୟ କରିବ। ମାର୍ଚ୍ଚ ୩୧, ୨୦୨୩ ଯାଏ ସବୁ ଟିମ୍ ପରସ୍ପର ବିରୋଧରେ ମ୍ୟାଚ୍ ଖେଳିବେ। ପ୍ରଥମ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପରେ ନ୍ୟୁଜିଲ୍ୟାଣ୍ଡ୍ ଟାଇଟଲ୍ ଜିତିଥିଲା। ଫାଇନାଲରେ କିୱି ଟିମ୍ ୮ ୱିକେଟରେ ଭାରତକୁ ହରାଇଥିଲା।

Related story