ଅଷ୍ଟ୍ରେଲିଆ କବଜାରେ ମହିଳା ବିଶ୍ୱକପ୍‌

କ୍ରାଇଷ୍ଟ ଚର୍ଚ୍ଚ: ଅଷ୍ଟ୍ରେଲିଆ କବ୍‌ଜାରେ ICC ମହିଳା ବିଶ୍ୱକପ୍‌। ଇଂଲଣ୍ଡକୁ ୭୧ ରନରେ ପରାସ୍ତ କରି ମ୍ୟାଚ୍ ଜିତିବା ସହ ଇତିହାସ ରଚିଲା ଅଷ୍ଟ୍ରେଲିଆ। ଏଥିସହ ସପ୍ତମ ଥର ପାଇଁ ବନିଲା ବିଶ୍ୱ ଚାମ୍ପିଅନ୍‌। ରବିବାର ଖେଳାଯାଇଥିବା ରୋମାଞ୍ଚକର ମ୍ୟାଚ୍‌ରେ ଟସ୍ ଜିତିଥିଲା ଇଂଲଣ୍ଡ। ଦଳ କିନ୍ତୁ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ଜବରଦସ୍ତ ପ୍ରଦର୍ଶନ କରିଥିଲା। ଏଲିସା ହେଲିଙ୍କ ୧୭୦ରନ୍ ବଳରେ ଦଳ ୫ ଓ୍ୱିକେଟ୍ ହରାଇ ୩୫୬ ରନର […]

Aus beat Eng

Madhupriya Mistry
  • Published: Sunday, 03 April 2022
  • , Updated: 04 April 2022, 08:07 AM IST

କ୍ରାଇଷ୍ଟ ଚର୍ଚ୍ଚ: ଅଷ୍ଟ୍ରେଲିଆ କବ୍‌ଜାରେ ICC ମହିଳା ବିଶ୍ୱକପ୍‌। ଇଂଲଣ୍ଡକୁ ୭୧ ରନରେ ପରାସ୍ତ କରି ମ୍ୟାଚ୍ ଜିତିବା ସହ ଇତିହାସ ରଚିଲା ଅଷ୍ଟ୍ରେଲିଆ। ଏଥିସହ ସପ୍ତମ ଥର ପାଇଁ ବନିଲା ବିଶ୍ୱ ଚାମ୍ପିଅନ୍‌।

ରବିବାର ଖେଳାଯାଇଥିବା ରୋମାଞ୍ଚକର ମ୍ୟାଚ୍‌ରେ ଟସ୍ ଜିତିଥିଲା ଇଂଲଣ୍ଡ। ଦଳ କିନ୍ତୁ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ଜବରଦସ୍ତ ପ୍ରଦର୍ଶନ କରିଥିଲା। ଏଲିସା ହେଲିଙ୍କ ୧୭୦ରନ୍ ବଳରେ ଦଳ ୫ ଓ୍ୱିକେଟ୍ ହରାଇ ୩୫୬ ରନର ବିଶାଳ ସ୍କୋର କରିଥିଲା। ଅନ୍ୟମାନଙ୍କ ମଧ୍ୟରେ ରାଚେଲ ହାରନସ ୬୮ ଓ ବେଥ୍ ମୁନି ୬୨ ରନ୍ କରିଥିଲେ। ଇଂଲଣ୍ଡ ପକ୍ଷରୁ ଅନ୍ୟା ଶ୍ରୁବସୁଲେ ୩ଟି ଓ୍ୱିକେଟ୍ ନେଇଥିବା ବେଳେ ସୋଫି ଏକିଲଷ୍ଟୋନ୍ ଗୋଟିଏ ସଫଳତା ପାଇଥିଲେ।

୩୫୭ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଇଂଲଣ୍ଡ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା। କେବଳ ନାଟ୍ ସ୍କିଭର ଏକାକି ଅଷ୍ଟ୍ରେଲିଆ ବୋଲରଙ୍କ ସାମ୍ନା କରିଥିଲେ। ତାଙ୍କ ଶତକ ସତ୍ତ୍ୱେ ଇଂଲଣ୍ଡ ୪୩.୪ ଓଭରରେ ୨୮୫ ରନ କରି ଅଲଆଉଟ୍ ହୋଇଯାଇଥିଲା। ନାଟ୍ ୧୪୮ ରନ୍ କରି ଅପରାଜିତ ଥିଲେ। ଅନ୍ୟାମନଙ୍କ ମଧ୍ୟରେ ତମସିନ୍ ବିୟୁମୋଣ୍ଟ୍ ୨୭, ହେଦର ନାଇଟ୍ ୨୬ ଓ ସୋଫିଆ ଡଙ୍କଲୀ ୨୩ ରନ୍ କରିଥିଲେ।

ଅଷ୍ଟ୍ରେଲିଆ ପକ୍ଷରୁ ଆଲାନ କିଙ୍ଗ ଓ ଜେସ୍ ଜୋନାସେନ୍ ୩ଟି ଲେଖାଏଁ ଓ୍ୱିକେଟ୍ ନେଇଥିବା ବେଳେ ମେଗାନ ସ୍କଟ୍ ଦୁଇଟି ଓ୍ୱିକେଟ୍ ନେଇଥିଲେ।

Related story