‘ଯଦି ଧୋନି ନ ଖେଳିବେ, ତାହେଲେ ମୁଁ ବି ଖେଳିବିନି’

ନୂଆଦିଲ୍ଲୀ: ଆଇପିଏଲର ପରବର୍ତ୍ତୀ ସଂସ୍କରଣରେ ୧୦ ଟିମ୍ ଭାଗ ନେବେ। ଏହି ନୂଆ ସିଜନରେ ଫ୍ୟାନ୍ ପୁଣିଥରେ ମହେନ୍ଦ୍ର ସିଂ ଧୋନିଙ୍କୁ ଦେଖିବାକୁ ଚାହିଁବେ। ହେଲେ ଯଦି ଧୋନି ଚଳିତ ବର୍ଷ ଆଇପିଏଲରୁ ସନ୍ନ୍ୟାସ ନେବେ, ତାହେଲେ ଏହାର ସିଧାସଳଖ ପ୍ରଭାବ ଆଉ ଜଣଙ୍କ ଉପରେ ପଡ଼ିବ। ସେହି ଖେଳାଳି ଜଣକ ହେଉଛନ୍ତି ଧୋନିଙ୍କ ଟିମ୍ ମେଟ୍ ସୁରେଶ ରାଇନା। ଧୋନି ଯଦି ପରବର୍ତ୍ତୀ ସଂସ୍କରଣରେ ନଖେଳିବେ, ତାହେଲେ ରାଇନା ମଧ୍ୟ ଆଉ ଆଇପିଏଲ୍ ଖେଳିବେ ନାହିଁ […]

dhoni

Ranjit Kumar Jena
  • Published: Friday, 09 July 2021
  • , Updated: 09 July 2021, 09:48 PM IST

ନୂଆଦିଲ୍ଲୀ: ଆଇପିଏଲର ପରବର୍ତ୍ତୀ ସଂସ୍କରଣରେ ୧୦ ଟିମ୍ ଭାଗ ନେବେ। ଏହି ନୂଆ ସିଜନରେ ଫ୍ୟାନ୍ ପୁଣିଥରେ ମହେନ୍ଦ୍ର ସିଂ ଧୋନିଙ୍କୁ ଦେଖିବାକୁ ଚାହିଁବେ। ହେଲେ ଯଦି ଧୋନି ଚଳିତ ବର୍ଷ ଆଇପିଏଲରୁ ସନ୍ନ୍ୟାସ ନେବେ, ତାହେଲେ ଏହାର ସିଧାସଳଖ ପ୍ରଭାବ ଆଉ ଜଣଙ୍କ ଉପରେ ପଡ଼ିବ। ସେହି ଖେଳାଳି ଜଣକ ହେଉଛନ୍ତି ଧୋନିଙ୍କ ଟିମ୍ ମେଟ୍ ସୁରେଶ ରାଇନା। ଧୋନି ଯଦି ପରବର୍ତ୍ତୀ ସଂସ୍କରଣରେ ନଖେଳିବେ, ତାହେଲେ ରାଇନା ମଧ୍ୟ ଆଉ ଆଇପିଏଲ୍ ଖେଳିବେ ନାହିଁ ବୋଲି କହିଛନ୍ତି।

ଏକ ନ୍ୟୁଜ୍ ଚ୍ୟାନେଲ୍ ସହ ସାକ୍ଷାତକାରରେ ରାଇନା କହିଛନ୍ତି, ‘ମୋ ପାଖରେ ଆହୁରି ଚାରି ପାଞ୍ଚ ବର୍ଷ ରହିଛି। ଚଳିତ ବର୍ଷ ଆମେ ଆଇପିଏଲ୍ ଖେଳୁଛୁ ଏବଂ ଆସନ୍ତା ବର୍ଷଠାରୁ ଆଉ ଦୁଇ ଟିମ୍ ଭାଗ ନେବେ। ମୋତେ ଲାଗୁଛି ମୁଁ ଯେ ପର୍ଯ୍ୟନ୍ତ ଖେଳିବି, କେବଳ ସିଏସକେ ପକ୍ଷରୁ ଖେଳିବି। ଏଥର ଆମେ ନିଶ୍ଚିତ ଭଲ ପ୍ରଦର୍ଶନ କରିବୁ ବୋଲି ମୋର ଆଶା।’ ଗତ ବର୍ଷ ୟୁଏଇରେ ଆମର ପ୍ରଦର୍ଶନ ଭଲ ରହିନଥିଲା ଏବଂ ଟିମ୍ ପ୍ରଥମଥର ପ୍ଲେଅଫ୍ ପହଞ୍ଚିପାରିନଥିଲା।

ରାଇନା କହିଛନ୍ତି,‘ଯଦି ଧୋନି ଭାଇ ପରବର୍ତ୍ତୀ ସିଜନରେ ନଖେଳିବେ, ତାହେଲେ ମୁଁ ବି ଖେଳିବି ନାହିଁ। ଆମେ ୨୦୦୮ରୁ ଏକାଠି ସିଏସକେ ପକ୍ଷରୁ ଖେଳିଆସୁଛୁ। ଯଦି ଏଥର ଆମେ ଜିତିଲୁ, ତାହେଲେ ପରବର୍ତ୍ତୀ ସିଜନ୍ ଖେଳିବା ପାଇଁ ମୁଁ ତାଙ୍କୁ କହିବି। ଧୋନି ଭାଇ କିପରି ଆଇପିଏଲର ପରବର୍ତ୍ତୀ ସିଜନ୍ ଖେଳିବେ, ଏଥିପାଇଁ ମୁଁ ପ୍ରୟାସ କରିବି।’ ରାଇନା କହିଛନ୍ତି, ‘ଯଦି ଧୋନି ଭାଇ ନଖେଳନ୍ତି, ତାହେଲେ ମୁଁ ଆଉ କେଉଁ ଟିମ୍ ପକ୍ଷରୁ ଖେଳିପାରିବି ବୋଲି ଲାଗୁ ନାହିଁ।’

ସୂଚନାଯୋଗ୍ୟ, ଧୋନିଙ୍କ ନେତୃତ୍ୱରେ ଚେନ୍ନାଇ ସୁପର୍ କିଙ୍ଗସ୍ ତିନିଥର ଆଇପିଏଲ୍ ଟ୍ରଫି ଜିତିଛି। ମୁମ୍ବାଇ ଇଣ୍ଡିଆନ୍ସ ୫ଥର ଟାଇଟଲ୍ ଜିତିଛି। ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ସବା କରିମ୍ କହିଛନ୍ତି ଯେ ବିସିସିଆଇ ଏମଏସ୍ ଧୋନିଙ୍କ ଜର୍ସିକୁ ରିଟାୟର୍ କରିଦେବା ଦରକାର। କେବଳ ଧୋନିଙ୍କ ନୁହେଁ, ବାକି ଅନ୍ୟ ମହାନ ଖେଳାଳିଙ୍କ ଜର୍ସିକୁ ମଧ୍ୟ ଯତ୍ନର ସହକାରେ ରଖିବା ଦରକାର।

Related story