କେବେ ଟିମ୍ ଇଣ୍ଡିଆରୁ ବାଦ୍ ପଡ଼ିବେ ରାହାଣେ?

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ଟେଷ୍ଟ ଟିମ୍‌ର ଭାଇସ୍ କ୍ୟାପଟେନ୍ ଆଜିଙ୍କ୍ୟ ରାହାଣେ କ୍ୟାରିୟରର ସବୁଠାରୁ ଖରାପ ସମୟ ଦେଇ ଗତି କରୁଛନ୍ତି। ଦୀର୍ଘ ଦିନ ହେବ ତାଙ୍କ ବ୍ୟାଟ୍ ଚୁପ୍ ରହିଛି। ବିଦେଶରେ ଯେଉଁ ରାହାଣେଙ୍କ ବ୍ୟାଟ୍ସମ୍ୟାନଙ୍କ ବ୍ୟାଟରୁ ଖୁବ୍ ରନ୍ ବର୍ଷା ହେଉଥିଲା, ଆଜି ତାଙ୍କୁ ଗୋଟିଏ ଗୋଟିଏ ରନ୍ ପାଇଁ ସଂଘର୍ଷ କରିବାକୁ ପଡ଼ୁଛି। ଏଭଳି ସ୍ଥିତିରେ ରାହାଣେ ଟିମରୁ ବାଦ୍ ପଡ଼ିପାରନ୍ତି। ନିକଟରେ ଇଂଲଣ୍ଡ ଗସ୍ତରେ ରାହାଣେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ପୂରା […]

rahane

Ranjit Kumar Jena
  • Published: Tuesday, 14 September 2021
  • , Updated: 14 September 2021, 07:51 PM IST

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ଟେଷ୍ଟ ଟିମ୍‌ର ଭାଇସ୍ କ୍ୟାପଟେନ୍ ଆଜିଙ୍କ୍ୟ ରାହାଣେ କ୍ୟାରିୟରର ସବୁଠାରୁ ଖରାପ ସମୟ ଦେଇ ଗତି କରୁଛନ୍ତି। ଦୀର୍ଘ ଦିନ ହେବ ତାଙ୍କ ବ୍ୟାଟ୍ ଚୁପ୍ ରହିଛି। ବିଦେଶରେ ଯେଉଁ ରାହାଣେଙ୍କ ବ୍ୟାଟ୍ସମ୍ୟାନଙ୍କ ବ୍ୟାଟରୁ ଖୁବ୍ ରନ୍ ବର୍ଷା ହେଉଥିଲା, ଆଜି ତାଙ୍କୁ ଗୋଟିଏ ଗୋଟିଏ ରନ୍ ପାଇଁ ସଂଘର୍ଷ କରିବାକୁ ପଡ଼ୁଛି। ଏଭଳି ସ୍ଥିତିରେ ରାହାଣେ ଟିମରୁ ବାଦ୍ ପଡ଼ିପାରନ୍ତି।

ନିକଟରେ ଇଂଲଣ୍ଡ ଗସ୍ତରେ ରାହାଣେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ପୂରା ଗସ୍ତରେ ସେ ମାତ୍ର ଗୋଟିଏ ଅର୍ଦ୍ଧଶତକ ମାରିଛନ୍ତି ଏବଂ ଲଗାତର ଖରାପ ପ୍ରଦର୍ଶନ ଯୋଗୁ ତାଙ୍କୁ ଟିମକୁ ବାଦ୍ ଦେବାକୁ ଦାବି କରାଯାଉଛି। ତେବେ ରାହାଣେଙ୍କୁ ଏବେ ଟିମରୁ ବାଦ୍ ଦେବା ସପକ୍ଷରେ ନାହାନ୍ତି ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍ ବୀରେନ୍ଦ୍ର ସେହ୍ୱାଗ। ରାହାଣେଙ୍କୁ ଆଉ ଏକ ସୁଯୋଗ ଦେବା ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି ବୀରୁ।

ସୋନି ସ୍ପୋର୍ଟ୍ସ ଚ୍ୟାନେଲ୍ ସହ ଆଲୋଚନା ବେଳେ ସେହ୍ୱାଗ କହିଛନ୍ତି, ରାହାଣେଙ୍କୁ ଆଉ ଏକ ସିରିଜରେ ସୁଯୋଗ ମିଳିବା ଦରକାର। ସେହ୍ୱାଗଙ୍କ କହିଛନ୍ତି ଯେ ବିଦେଶରେ ଅନେକ ବ୍ୟାଟ୍ସମ୍ୟାନ୍ ଫ୍ଲପ୍ ହୋଇଛନ୍ତି ଏବଂ ରାହାଣେଙ୍କ ସହ ମଧ୍ୟ ଏହା ଘଟିଛି। ଆଗକୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଘରୋଇ ଟେଷ୍ଟ ସିରିଜରେ ତାଙ୍କୁ ସୁଯୋଗ ମିଳିବା ଦରକାର। ଯଦି ଏହି ବ୍ୟାଟ୍ସମ୍ୟାନ୍ ସେହି ସିରିଜରେ ଫେଲ୍ ମାରନ୍ତି, ତାହେଲେ ତାଙ୍କୁ ଟିମରୁ ବାଦ୍ କରିଦେବା ଦରକାର।

ସେହ୍ୱାଗ କହିଛନ୍ତି, ଯଦି ଜଣେ ବ୍ୟାଟ୍ସମ୍ୟାନ୍ ବିଦେଶରେ ଖରାପ ପ୍ରଦର୍ଶନ କରୁଛନ୍ତି, ତାହେଲେ ଘରୋଇ ସିରିଜରେ ମଧ୍ୟ ସୁଯୋଗ ମିଳିବା ଦରକାର। ବିଦେଶ ଗସ୍ତ ବେଳେବେଳେ ହୋଇଥାଏ କିନ୍ତୁ ଭାରତରେ ପ୍ରତିବର୍ଷ ସିରିଜ୍ ହୋଇଥାଏ। ଯଦି ଭାରତରେ ରାହାଣେଙ୍କ ବ୍ୟାଟ୍ ଚୁପ୍ ରୁହେ, ତାହେଲେ ମୁଁ କହିବି ଯେ ତାଙ୍କର ଫର୍ମ ଖରାପ ରହିଛି। ଆଉ ତାଙ୍କୁ ଟିମରୁ ବାହାର କରିଦେବା ଦରକାର।

ସେହ୍ୱାଗ କହିଛନ୍ତି, ମୁଁ ଅନେକ ମହାନ ଖେଳାଳିଙ୍କୁ ଦେଖିଛି ଏବଂ ସେମାନେ ୮-୯ ଟେଷ୍ଟ ମ୍ୟାଚରେ କିଛି ଖାସ୍ କରିପାରନ୍ତି ନାହିଁ। ସେ ଗୋଟିଏ ବି ଅର୍ଦ୍ଧଶତକ ମାରିପାରନ୍ତି ନାହିଁ। କିନ୍ତୁ ଯେତେବେଳେ ସେମାନଙ୍କୁ ସୁଯୋଗ ମିଳେ, ଗୋଟିଏ ବର୍ଷରେ ୧୨୦୦ରୁ ୧୫୦୦ ରନ୍ କରିଦିଅନ୍ତି।

ସୂଚନାଯୋଗ୍ୟ, ରାହାଣେ ଗତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପରେ ଭାରତ ପାଇଁ ସର୍ବାଧିକ ରନ୍ କରିଥିଲେ। ତାଙ୍କ ବ୍ୟାଟରୁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପରେ ୧୧୫୯ ରନ୍ ବାହାରିଥିଲା। ହେଲେ ମେଲବର୍ଣ୍ଣ ଟେଷ୍ଟରେ ଶତକ ମାରିବା ପରଠାରୁ ରାହାଣେଙ୍କ ବ୍ୟାଟ୍ ଚୁପ୍ ରହିଛି। ତାଙ୍କର ବ୍ୟାଟିଂ ଆଭରେଜ୍ ୧୯.୮୬ ରହିଛି।

Related story