ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର–ଗାଭାସ୍କର ଟ୍ରଫି ଲଢ଼େଇ

ନୂଆଦିଲ୍ଲୀ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ଟେଷ୍ଟ ମ୍ୟାଚ୍।  ବର୍ଡର–ଗାଭାସ୍କର ଟ୍ରଫି ମୁକାବିଲାରେ ବିଶ୍ୱର ଏହି ଦୁଇ ଶ୍ରେଷ୍ଠ ଦଳ ସାମ୍ନାସାମ୍ନି ହେବେ। ୧୯୯୨ ମସିହା ପରେ ପ୍ରଥମ ଥର ପାଇଁ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚଟିକିଆ ଟେଷ୍ଟ ସିରିଜ୍ ଅନୁଷ୍ଠିତ ହେବ। ୨୦୨୩ ମେ’ ଠାରୁ ୨୦୨୭ ଏପ୍ରିଲ ପର୍ଯ୍ୟନ୍ତ ଆସିସି ଫ୍ୟୁଚର ଟୁରସ୍ ପୋଗ୍ରାମ(ଏଫ୍‌ଟିପି) ଅନ୍ତର୍ଗତ ଏହି ମ୍ୟାଚ୍ ଖେଳା ଯିବା ନିମନ୍ତେ ଯୋଜନା ପ୍ରସ୍ତୁତ ହୋଇଛି। ୨୦୧୮-୧୯ ମସିହାରେ ଏସିଆ ମହାଦେଶର ଏକମାତ୍ର ଦଳ ଭାବେ […]

team-india

  • Published: Saturday, 16 July 2022
  • , Updated: 16 July 2022, 09:40 PM IST

ନୂଆଦିଲ୍ଲୀ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ଟେଷ୍ଟ ମ୍ୟାଚ୍।  ବର୍ଡର–ଗାଭାସ୍କର ଟ୍ରଫି ମୁକାବିଲାରେ ବିଶ୍ୱର ଏହି ଦୁଇ ଶ୍ରେଷ୍ଠ ଦଳ ସାମ୍ନାସାମ୍ନି ହେବେ। ୧୯୯୨ ମସିହା ପରେ ପ୍ରଥମ ଥର ପାଇଁ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚଟିକିଆ ଟେଷ୍ଟ ସିରିଜ୍ ଅନୁଷ୍ଠିତ ହେବ। ୨୦୨୩ ମେ' ଠାରୁ ୨୦୨୭ ଏପ୍ରିଲ ପର୍ଯ୍ୟନ୍ତ ଆସିସି ଫ୍ୟୁଚର ଟୁରସ୍ ପୋଗ୍ରାମ(ଏଫ୍‌ଟିପି) ଅନ୍ତର୍ଗତ ଏହି ମ୍ୟାଚ୍ ଖେଳା ଯିବା ନିମନ୍ତେ ଯୋଜନା ପ୍ରସ୍ତୁତ ହୋଇଛି।

୨୦୧୮-୧୯ ମସିହାରେ ଏସିଆ ମହାଦେଶର ଏକମାତ୍ର ଦଳ ଭାବେ ଭାରତୀୟ ଟିମ୍ ଅଷ୍ଟ୍ରେଲିଆ ବିରୋଧରେ ଟେଷ୍ଟ ମ୍ୟାଚ୍ ଜିତିଥିଲା। ଅନେକ ପ୍ରମୁଖ ଖେଳାଳିଙ୍କ ଅନୁପସ୍ଥିତି ସତ୍ତ୍ୱେ ଦୁଇବର୍ଷ ପରେ ପୁନଶ୍ଚ ଭାରତୀୟ ଟିମ୍ ସର୍ବକୃଷ୍ଟ ଖେଳ ଦେଖାଇ ଗାବା ଠାରେ ଟେଷ୍ଟ ସିରିଜ୍‌ରେ ଆଷ୍ଟ୍ରେଲିଆକୁ ୨-୧ରେ ହରାଇଥିଲା।

ଏହା ପରେ ପୁଣି ଦୁଇ ଦେଶର ଖେଳାଳି ଟେଷ୍ଟ କ୍ରିକେଟରେ ସାମ୍ନାସାମ୍ନି ହେବାକୁ ଡକରା ପହଞ୍ଚିଛି। ଆସନ୍ତା ୪ ବର୍ଷ ଭିତରେ ଏଭଳି ଦୁଇଟି ଟେଷ୍ଟ ସିରିଜ ଖେଳାଯିବା ନିମନ୍ତେ ସ୍ଥିର ହୋଇଛି।

୨୦୨୪ ଡିସେମ୍ବର ବେଳକୁ ଭାରତୀୟ ଟିମ୍ ଅଷ୍ଟ୍ରେଲିଆ ଗସ୍ତ କରିବ।  ସେହିପରି ୨୦୨୭ ଆରମ୍ଭରେ ଏହିଭଳି ଟେଷ୍ଟ ମ୍ୟାଚ ଭାରତରେ ହେବ।

ସେହିପରି ଇଂଲଣ୍ଡ ଟିମ୍ ସହ ଦୁଇଟି ପାଞ୍ଚଟିକିଆ ଟେଷ୍ଟ ସିରିଜ ଖେଳିବ ଭାରତୀୟ ଟିମ୍। ନିଜ ଦେଶରେ ଏହି ମ୍ୟାଚ ଖେଳିବ ଭାରତୀୟ ଟିମ୍। ଗୋଟିଏ ୨୦୨୪ ପ୍ରଥମରୁ ଖେଳା ଯିବାକୁ ଥିବା ବେଳେ ଅନ୍ୟଟି ୨୦୨୫ ଶେଷ ବଳକୁ ଖେଳାଯିବ। ସେହିପରି ୨୦୨୪ ଅକ୍ଟୋବରରୁ ନଭେମ୍ୱର ଭିତରେ ନିଜ ଦେଶରେ ଭାରତୀୟ ଟିମ୍ ନ୍ୟୁଜିଲାଣ୍ଡକୁ ତିନିଟିକିଆ ଟେଷ୍ଟ ସିରିଜ୍‌ରେ ଭେଟିବ।

ଏହି ଏଫ୍‌ଟିବି ଡ୍ରାଫ୍ଟ ଅନୁସାରେ ଭାରତ ଏହି ସିଜିନ୍‌ରେ ୩୮ଟି ଟେଷ୍ଟ ଖେଳିବାକୁ ଥିବା ବେଳେ ଏହାଠାରୁ କିଛି ଅଧିକ ଅର୍ଥାତ୍- ଇଂଲଣ୍ଡ ୪୨ଟି, ଅଷ୍ଟ୍ରେଲିଆ ୪୧ଟି ଟେଷ୍ଟ ଖେଳିବେ। ଯେତେବେଳେ କି ବାଂଲାଦେଶ ୩୪ଟି ଓ ନ୍ୟୁଜିଲାଣ୍ଡ ୩୨ଟି ମ୍ୟାଚ୍ ଖେଳିବ।

ତେବେ ଏଫ୍‌ଟିପି ପକ୍ଷରୁ କରାଯାଇଥିବା ଏହି ଡ୍ରାଫ୍ଟ ଉପରେ ଚଳିତ ମାସ ଜୁଲାଇ ୨୫ ଓ ୨୬ରେ ଇଂଲଣ୍ଡର ବର୍ମିଂହାମ ଠାରେ ହେବାକୁ ଥିବା ଆଇସିସି ବାର୍ଷିକ ସମ୍ମିଳନୀରେ ଚୂଡ଼ାନ୍ତ ନିଷ୍ପତ୍ତି କରାଯିବ ବୋଲି ଜଣାପଡ଼ିଛି।

Related story