ଆଇସିସି ଦିନିକିଆ ରାଙ୍କିଙ୍ଗ: ଭାରତକୁ ମିଳିଲା ବଡ଼ ଫାଇଦା

ଦୁବାଇ: ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜକୁ ମୂଳପୋଛ କରିଥିବା ଟିମ ଇଣ୍ଡିଆ ଆଇସିସି ରାଙ୍କିଙ୍ଗରେ ବଡ଼ ପାଇଦା ହାସଲ କରିଛି। ଟିମ୍‌ ଇଣ୍ଡିଆ ପୂର୍ବଭଳି ଦିନିକିଆ ରାଙ୍କିଙ୍ଗର ତୃତୀୟ ସ୍ଥାନରେ ଥିଲେ ମଧ୍ୟ ନିଜର ପଏଣ୍ଟ ସଂଖ୍ୟା ବଢ଼ାଇ ସ୍ଥିତି ମଜବୁତ କରିଛି। ଏବେ ୪ର୍ଥ ସ୍ଥାନରେ ଥିବା ପାକିସ୍ତାନ ତୁଳନାରେ ଭାରତ ପାଖରେ ଅଧିକ ୪ ପଏଣ୍ଟ ରହିଛି। ଭାରତର ପଏଣ୍ଟ ସଂଖ୍ୟା ୧୧୦ ଥିବା ବେଳେ ପାକିସ୍ତାନ ପାଖରେ ୧୦୬ ପଏଣ୍ଟ ରହିଛି। ୱେଷ୍ଟଇଣ୍ଡିଜ […]

Team-India

  • Published: Thursday, 28 July 2022
  • , Updated: 28 July 2022, 06:28 PM IST

ଦୁବାଇ: ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜକୁ ମୂଳପୋଛ କରିଥିବା ଟିମ ଇଣ୍ଡିଆ ଆଇସିସି ରାଙ୍କିଙ୍ଗରେ ବଡ଼ ପାଇଦା ହାସଲ କରିଛି। ଟିମ୍‌ ଇଣ୍ଡିଆ ପୂର୍ବଭଳି ଦିନିକିଆ ରାଙ୍କିଙ୍ଗର ତୃତୀୟ ସ୍ଥାନରେ ଥିଲେ ମଧ୍ୟ ନିଜର ପଏଣ୍ଟ ସଂଖ୍ୟା ବଢ଼ାଇ ସ୍ଥିତି ମଜବୁତ କରିଛି। ଏବେ ୪ର୍ଥ ସ୍ଥାନରେ ଥିବା ପାକିସ୍ତାନ ତୁଳନାରେ ଭାରତ ପାଖରେ ଅଧିକ ୪ ପଏଣ୍ଟ ରହିଛି। ଭାରତର ପଏଣ୍ଟ ସଂଖ୍ୟା ୧୧୦ ଥିବା ବେଳେ ପାକିସ୍ତାନ ପାଖରେ ୧୦୬ ପଏଣ୍ଟ ରହିଛି।

ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜରେ ଟିମ ଇଣ୍ଡିଆର ଅଧିକାଂଶ ବରିଷ୍ଠ ଖେଳାଳି ଅନୁପସ୍ଥିତ ଥିଲେ। ହେଲେ ଶିଖର ଧୱନଙ୍କ ନେତୃତ୍ୱରେ ଯୁବ ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଏଥିସହ ଇଣ୍ଡିଜକୁ ତା’ରି ମାଟିରେ ମୂଳପୋଛ କରିବାରେ ପ୍ରଥମ ଭ୍ରମଣକାରୀ ଦଳର ମାନ୍ୟତା ପାଇଛନ୍ତି। ଏହି ରେକର୍ଡ ବିଜୟ ପରେ ଦିନିକିଆ ରାଙ୍କିଙ୍ଗରେ ଭାରତର ପଏଣ୍ଟ ସଂଖ୍ୟା ୧୧୦କୁ ବଢ଼ିଛି। ଭାରତ ଉପରେ ୧୨୮ ପଏଣ୍ଟ ସହ ନ୍ୟୁଜିଲ୍ୟାଣ୍ତ ଓ ୧୧୯ ପଏଣ୍ଟ ସହ ଇଂଲଣ୍ଡ ରହିଛି। ୱେଷ୍ଟଇଣ୍ଡିଜ ଲଗାତର ୯ଟି ଦିନିକିଆ ମ୍ୟାଚ୍‌ ହାରି ଏବେ ରାଙ୍କିଙ୍ଗର ୯ମ ସ୍ଥାନକୁ ଖସି ଯାଇଛି।

ଟିମ ଇଣ୍ଡିଆ ଚଳିତ ବର୍ଷ ଦକ୍ଷିଣ ଆଫ୍ରିକାରେ ଦିନିକିଆ ସିରିଜ ହାରି ନିଜର ଅଭିଯାନ ଆରମ୍ଭ କରିଥିଲେ। ହେଲେ ଏହି ସିରିଜ୍ ପରେ ଦଳ ଜବରଦସ୍ତ କମବ୍ୟାକ କରି ଗୋଟିଏ ପରେ ଗୋଟିଏ ଦିନିକିଆ ମ୍ୟାଚ ଜିତି ଚାଲିଛି। ନିକଟରେ ଦଳ ଇଂଲଣ୍ଡକୁ ଦିନିକିଆ ସିରିଜ୍‌ରେ ମାତ ଦେଇଥିଲା। ସେହିପରି ଦଳ ଇଣ୍ଡିଜ ବିପକ୍ଷ ସିରିଜ ମଧ୍ୟ ଜିତିଛି। ଚଳିତ ବର୍ଷ ଭାରତର ଏହା କ୍ରମାଗତ ତୃତୀୟ ଦିନିକିଆ ସିରିଜ ବିଜୟ।

ପ୍ରଥମେ ଘରୋଇ ମାଟିରେ ଟିମ ଇଣ୍ଡିଆ ପ୍ରତିପକ୍ଷ ୱେଷ୍ଟଇଣ୍ଡିଜକୁ ଦିନିକିଆ ସିରିଜରେ ହରାଇଥିଲା। ଏହାପରେ ଇଂଲଣ୍ଡ ମାଟିରେ ଇଂଲଣ୍ଡକୁ ଓ ଇଣ୍ଡିଜ ମାଟିରେ ଇଣ୍ଡିଜକୁ ହରାଇଛି। ଶେଷ ୯ଟି ମ୍ୟାଚ୍‌ରୁ ଏସୀୟ ଚାମ୍ପିୟନ ଭାରତ ୮ଟି ଦିକିଆ ମ୍ୟାଚ ଜିତିବାର ରେକର୍ଡ ମଧ୍ୟ କରିଛି। ଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ ପରେ ଅଗଷ୍ଟ ୧୮ରୁ ଭାରତ ଓ ଜିମ୍ବାୱେ ମଧ୍ୟରେ ୩ଟିକିଆ ଦିନିକିଆ ସିରିଜ ମଧ୍ୟ ଆରମ୍ଭ ହେବ।

ଦିନିକିଆ ରାଙ୍କିଙ୍ଗ

୧-ନ୍ୟୁଜିଲ୍ୟାଣ୍ଡ-୧୨୮ ପଏଣ୍ଟ

୨-ଇଂଲଣ୍ଡ-୧୧୯ ପଏଣ୍ଟ

୩-ଭାରତ-୧୧୦ ପଏଣ୍ଟ

୪-ପାକିସ୍ତାନ-୧୦୬ ପଏଣ୍ଟ

୫-ଅଷ୍ଟ୍ରେଲିଆ-୧୦୧ ପଏଣ୍ଟ

୬-ଦକ୍ଷିଣ ଆଫ୍ରିକା-୧୦୧ ପଏଣ୍ଟ

୭-ବାଂଲାଦେଶ-୯୮ ପଏଣ୍ଟ

୮-ଶ୍ରୀଲଙ୍କା-୯୨ ପଏଣ୍ଟ

୯- ୱେଷ୍ଟଇଣ୍ଡିଜ-୬୯ ପଏଣ୍ଟ

୧୦-ଆଫଗାନିସ୍ତାନ-୬୯ ପଏଣ୍ଟ

Related story