ପାଳି ଘୋଷଣା କଲା ଭାରତ, ବିଜୟ ପାଇଁ ନ୍ୟୁଜିଲ୍ୟାଣ୍ଡ ଆଗରେ ବଡ଼ ଲକ୍ଷ୍ୟ

ମୁମ୍ବାଇ: ଏଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ନ୍ୟୁଜିଲ୍ୟାଣ୍ଡକୁ ୫୪୦ ରନ୍‌ର ବିଜୟ ଲକ୍ଷ୍ୟ ଦେଇଛି ଭାରତ। ଆଜି ମ୍ୟାଚ୍‌ର ତୃତୀୟ ଦିନରେ ୭ଟି ୱିକେଟ୍ ହରାଇବା ପରେ ଘରୋଇ ଦଳ ପାଳି ଘୋଷଣା କରିଛି। ପାଳି ଘୋଷଣା କରିବା ବେଳକୁ ଦଳ ୨୭୬ ରନ୍ ସଂଗ୍ରହ କରିଥିଲା। ଏବେ ନ୍ୟୁଜିଲ୍ୟାଣ୍ଡ ବ୍ୟାଟିଂ କରୁଛି। ଗତକାଲି ନ୍ୟୁଜିଲ୍ୟାଣ୍ଡକୁ ପ୍ରଥମ ଇନିଂସ୍‌ରେ ୬୨ ରନ୍‌ରେ ଅଲ୍‌ ଆଉଟ୍ କରିବା ପରେ ଫୋଲଅନ୍ ନଦେଇ ଭାରତୀୟ ଦଳ ତା’ର ଦ୍ୱିତୀୟ ଇନିଂସ୍ […]

Axar Patel

Axar Patel

Jitendra Garnayak
  • Published: Sunday, 05 December 2021
  • Updated: 05 December 2021, 02:36 PM IST

Sports

Latest News

ମୁମ୍ବାଇ: ଏଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ନ୍ୟୁଜିଲ୍ୟାଣ୍ଡକୁ ୫୪୦ ରନ୍‌ର ବିଜୟ ଲକ୍ଷ୍ୟ ଦେଇଛି ଭାରତ। ଆଜି ମ୍ୟାଚ୍‌ର ତୃତୀୟ ଦିନରେ ୭ଟି ୱିକେଟ୍ ହରାଇବା ପରେ ଘରୋଇ ଦଳ ପାଳି ଘୋଷଣା କରିଛି। ପାଳି ଘୋଷଣା କରିବା ବେଳକୁ ଦଳ ୨୭୬ ରନ୍ ସଂଗ୍ରହ କରିଥିଲା। ଏବେ ନ୍ୟୁଜିଲ୍ୟାଣ୍ଡ ବ୍ୟାଟିଂ କରୁଛି।

ଗତକାଲି ନ୍ୟୁଜିଲ୍ୟାଣ୍ଡକୁ ପ୍ରଥମ ଇନିଂସ୍‌ରେ ୬୨ ରନ୍‌ରେ ଅଲ୍‌ ଆଉଟ୍ କରିବା ପରେ ଫୋଲଅନ୍ ନଦେଇ ଭାରତୀୟ ଦଳ ତା’ର ଦ୍ୱିତୀୟ ଇନିଂସ୍ ଖେଳିଥିଲା। ମୟଙ୍କ ଅଗ୍ରୱାଲଙ୍କ ସହିତ ଚେତେଶ୍ୱର ପୂଜାରା ଦ୍ୱିତୀୟ ଇନିଂସରେ ଓପନ୍ କରିବାକୁ ଆସିଥିଲେ। ଉଭୟେ ଗତକାଲି ଷ୍ଟମ୍ପ ଅପସାରଣ ସୁଦ୍ଧା ଯଥାକ୍ରମେ ଯଥାକ୍ରମେ ୩୮ ଓ ୨୯ ରନ୍ କରି ଅପରାଜିତ ରହିଥିଲେ। ଆଜି ୬୯ରୁ ପୁଣି ଦୁହେଁ ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ।

ପ୍ରଥମ ଇନିଂସରେ ଶତକ ମାରିଥିବା ମୟଙ୍କ ଅଗ୍ରୱାଲ ଦ୍ୱିତୀୟ ଇନିଂସରେ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୬୨ ରନ୍ (୧୦୮ ବଲ୍‌, ୯ ଚୌକା ଓ ୧ ଛକା) କରି ଆଉଟ୍ ହୋଇଥିଲେ। ସେ ଏଜାଜ ପଟେଲଙ୍କ ବଲ୍‌ରେ ୱିଲ ୟଙ୍ଗଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ। ତେବେ ପ୍ରଥମ ଇନିଂସରେ ଶୂନରେ ଆଉଟ୍ ହୋଇଥିବା ଚେତେଶ୍ୱର ପୂଜାରା ଅର୍ଦ୍ଧଶତକ ଠାରୁ ୩ ରନ୍ ପଛରେ ରହିଯାଇଥିଲେ। ସେ ୯୭ଟି ବଲ୍‌ରୁ ୬ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୪୭ ରନ୍ କରିଥିବା ବେଳେ ଏଜାଜ ପଟେଲ୍‌ଙ୍କ ବଲ୍‌ରେ ରସ୍ ଟେଲରଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ।

ତିନି ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ଶୁବମନ ଗିଲ୍ ୪୭ ରନ୍ (୭୫ ବଲ୍‌, ୪ ଚୌକା, ୧ ଛକା) କରି ରାଚିନ ଚବୀନ୍ଦ୍ରଙ୍କ ବଲ୍‌ରେ ଟମ୍ ଲାଥମଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ। ଅଧିନାୟକ ବିରାଟ କୋହଲି ପ୍ରଥମ ଇନିଂସ୍‌ରେ ଖାତା ଖୋଲି ପାରି ନଥିବା ବେଳେ ଆଜି ୩୬ ରନ୍ କରିଥିଲେ। ସେ ୮୪ଟି ବଲ୍‌ରୁ ଗୋଟିଏ ଚୌକା ଓ ଗୋଟିଏ ଛକା ସହାୟତାରେ ଏହି ରନ୍ ସଂଗ୍ରହ କରିଥିବା ବେଳେ ରାଚିନ ରବୀନ୍ଦ୍ରଙ୍କ ଦ୍ୱାରା କ୍ଲିନ୍‌ ବୋଲ୍ଡ ହୋଇଥିଲେ।

ଶ୍ରେୟସ ଆୟର ମାତ୍ର ୧୪ ରନ୍ (୮ ବଲ୍‌, ୨ ଛକା)ରେ ଆଉଟ୍ ହୋଇଗଲେ। ସେ ଏଜାଜ ପଟେଲଙ୍କ ବଲ୍‌ରେ ଷ୍ଟମ୍ପ ଆଉଟ୍ ହୋଇଥିଲେ। ଋଦ୍ଧିମାନ ସାହ ମଧ୍ୟ ଭଲ ଖେଳି ପାରି ନଥିଲେ। ସେ ୧୨ଟି ବଲ୍‌ରୁ ୧୩ ରନ୍ କରିଥିବା ବେଳେ ରାଚିନଙ୍କ ବଲ୍‌ରେ କେୟଲେ ଜାମିସନ୍‌ଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ।

ଜୟନ୍ତ ଯାଦବ ୬ ରନ୍ କରିଥିବା ବେଳେ ଏଜାଜ ପଟେଲଙ୍କ ଦ୍ୱାରା କଟ୍‌ ଆଣ୍ଡ୍ ବୋଲ୍ଡ ହୋଇଥିଲେ। ଅକ୍ଷର ପଟେଲ ୨୬ଟି ବଲ୍‌ରେ ୩ଟି ଚୌକା ଓ ୪ଟି ଛକା ସହାୟତାରେ ୪୧ ରନ୍ କରି ଅପରାଜିତ ରହିଥିଲେ।

ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଏଜାଜ ପଟେଲ୍ ସର୍ବାଧିକ ୪ଟି ୱିକେଟ୍ ପାଇଥିବା ବେଳେ ରାଚିନ ରବୀନ୍ଦ୍ର ୩ଟି ୱିକେଟ୍ ହାତେଇ ଥିଲେ। ଏଜାଜ ପଟେଲ୍ ଭାରତର ପ୍ରଥମ ଇନିଂସରେ ସମସ୍ତ ୧୦ଟି ୱିକେଟ୍ ନେଇଥିଲେ। ଏହା ସହିତ ସେ ୩ ନମ୍ବର ବୋଲର ଭାବେ ‘ପରଫେକ୍ଟ ୧୦’ରେ ସାମିଲ ହୋଇଛନ୍ତି।

ସୂଚନାଯୋଗ୍ୟ, ଭାରତ ପ୍ରଥମ ଇନିଂସରେ ୩୨୬ ରନ୍ କରି ଅଲ୍ ଆଉଟ୍ ହୋଇଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ମାତ୍ର ୬୨ ରନ୍ କରିବାକୁ ସମର୍ଥ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos