ସିରିଜ ଜିତିବାକୁ ଭାରତ ଆଗରେ ୨୭୬ ରନ୍‌ର ଟାର୍ଗେଟ

କଲମ୍ବୋ: ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍‌କୁ ଜିତିବା ପାଇଁ ଟିମ୍‌ ଇଣ୍ଡିଆକୁ ମିଳିଛି ୨୭୬ ରନ୍‌ର ଟାର୍ଗେଟ। ପ୍ରଥମ ଦିନିକିଆକୁ ଏକତରଫା ଭାବେ ଜିତି ନେଇଥିବା ଶିଖର ଧୱନଙ୍କ ଟିମ୍‌ ଇଣ୍ଡିଆ ଆଜି ଏହି ଟାର୍ଗେଟକୁ ବେଶ ସହଜରେ ହାସଲ କରିନେବ ବୋଲି ସମସ୍ତେ ଆଶା କରିଛନ୍ତି। ଯଦି ଦଳ ୨୭୬ ରନ୍‌ର ଟାର୍ଗେଟକୁ ହାସଲ କରି ନେଉଛି, ତା’ହେଲେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌କୁ ଆଗୁଆ ୨-୦ରେ ଜିତି ନେବେ। ଦ୍ୱିତୀୟ ଦିନିକିଆରେ ଟସ୍‌ […]

BCCI

Hemant Lenka
  • Published: Tuesday, 20 July 2021
  • , Updated: 20 July 2021, 06:53 PM IST

କଲମ୍ବୋ: ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍‌କୁ ଜିତିବା ପାଇଁ ଟିମ୍‌ ଇଣ୍ଡିଆକୁ ମିଳିଛି ୨୭୬ ରନ୍‌ର ଟାର୍ଗେଟ। ପ୍ରଥମ ଦିନିକିଆକୁ ଏକତରଫା ଭାବେ ଜିତି ନେଇଥିବା ଶିଖର ଧୱନଙ୍କ ଟିମ୍‌ ଇଣ୍ଡିଆ ଆଜି ଏହି ଟାର୍ଗେଟକୁ ବେଶ ସହଜରେ ହାସଲ କରିନେବ ବୋଲି ସମସ୍ତେ ଆଶା କରିଛନ୍ତି।

ଯଦି ଦଳ ୨୭୬ ରନ୍‌ର ଟାର୍ଗେଟକୁ ହାସଲ କରି ନେଉଛି, ତା’ହେଲେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌କୁ ଆଗୁଆ ୨-୦ରେ ଜିତି ନେବେ।

ଦ୍ୱିତୀୟ ଦିନିକିଆରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଶ୍ରୀଲଙ୍କା ନିର୍ଦ୍ଧିଷ୍ଟ ୫୦ ଓଭରରେ ୯ ୱିକେଟ ହରାଇ ୨୭୫ ରନ୍‌ କରିପାରିଛି। ଅଧିନାୟକ ଦସୁନ ଶନକା ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେବା ପରେ ଘରୋଇ ଟିମ୍‌ ବିସ୍ଫୋରକ ଆରମ୍ଭ କରିଥିଲା। ହେଲେ ମଧ୍ୟକ୍ରମରେ ବ୍ୟାଟସମ୍ୟାନମାନେ ଆଖି ଦୃଶିଆ ପ୍ରଦର୍ଶନ କରିବାରେ ପୁଣି ବିଫଳ ହୋଇଛନ୍ତି।

ଦଳର ଦୁଇ ଓପନର ଅଭିସ୍କା ଫର୍ଣ୍ଣାଣ୍ଡୋ ଓ ମିନୋଦ ଭାନୁକା ଜବରଦସ୍ତ ଷ୍ଟାର୍ଟ ଦେଇଥିଲେ। ଉଭୟ ପ୍ରଥମ ୱିକେଟ ପାଇଁ ୧୩.୨ ଓଭରରେ ୭୭ ରନ୍‌ ହାସଲ କରିଥିଲେ। ତେବେ ଏହି ସମୟରେ ୩୬ ରନ୍‌ କରିଥିବା ଭାନୁକାଙ୍କୁ ରିଷ୍ଟ ସ୍ପିନର ୟୁଜବେନ୍ଦର ଚହଲ ଆଉଟ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ।

ଏହାର ପରବର୍ତ୍ତୀ ବଲରେ ଭାନୁକା ରାଜପାକସା ଖାତା ଖୋଲିବା ପୂର୍ବରୁ ଚହଲଙ୍କ ଦ୍ୱିତୀୟ ଶିକାର ବନିଥିଲେ। ତେବେ ଫର୍ଣ୍ଣାଣ୍ଡୋ ଓ ଧନଞ୍ଜୟ ଡି’ ସିଲଭା ସ୍ଥିତି ସମ୍ଭାଳିବା ସହ ଦଳୀୟ ସ୍କୋରକୁ ୧୨୪ରେ ପହଞ୍ଚାଇଥିଲେ। ଫର୍ଣ୍ଣାଣ୍ଡୋ ନିଜର ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ।

ହେଲେ ପ୍ରଥମ ଦିନିକିଆରେ ୱିକେଟ ଶୂନ୍ୟ ଥିବା ଭୁବନେଶ୍ୱର କୁମାରଙ୍କ ଠିକଣା ସମୟରେ ଭାରତକୁ ବଡ଼ ସଫଳତା ଦେଇଥିଲେ। ସେ ୫୦ ରନ୍‌ କରିଥିବା ଫର୍ଣ୍ଣାଣ୍ଡୋକୁ ଆଉଟ କରିଥିଲେ। ଧନଞ୍ଜୟ ଡି’ ସିଲଭା(୩୨)ଙ୍କ ୱିକେଟ ଦୀପକ ଚହର ନେଇ ଶ୍ରୀଲଙ୍କାକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ।

ଅଧିନାୟକ ଦସୁନ ଶନକା (୧୬) ବେଶୀ ସମୟ କ୍ରିଜରେ ତିଷ୍ଠି ମାରି ନଥିଲେ। ତାଙ୍କୁ ଚହଲ କ୍ଲିନବୋଲ୍ଡ କରିଛନ୍ତି। ୱାନିନ୍ଦୁ ହସରଙ୍ଗା(୮)ଙ୍କ ୱିକେଟ ଦୀପକ ଚହର ନେଇଛନ୍ତି।

ଚରିତ ଅସଲଙ୍କା ଗୋଟିଏ ପଟେ ଲଢ଼େଇ କରୁଥିଲେ ହେଁ ଅନ୍ୟପଟେ ୱିକେଟ ଝଡ଼ିବାରେ ଲାଗିଥିଲା। ତଥାପି ସେ କିଛି ସମୟ ପାଇଁ ଚାମିକା କରୁଣାରତ୍ନେଙ୍କ ସହ ମିଶି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ଉଭୟ ୭ ୱିକେଟ ପାଇଁ ୫୦ ରନ୍‌ ଯୋଡ଼ିଥିଲେ। ଅସଲଙ୍କା ନିଜର ଅର୍ଦ୍ଧଶତକ ହାସଲ କରିବା ପରେ ବଡ଼ବଡ଼ ଶଟ ମାରିବା ବି ଆରମ୍ଭ କରିଥିଲେ। ହେଲେ ୪୭.୧ ଓଭର୍‌ରେ ୬୫ ରନ୍‌ କରିଥିବା ଅସଲଙ୍କାଙ୍କ ୱିକେଟ ଭୁବନେଶ୍ୱର କୁମାର ନେଇ ଶ୍ରୀଲଙ୍କା ରନ୍‌ ସଂଗ୍ରହ ଗତିରେ ବ୍ରେକ ଲଗାଇ ଦେଇଥିଲେ।

ଶେଷ ଭାଗରେ ଚାମିକା କୁରାଣାରତ୍ନେ ବଡ଼ବଡ଼ ଶଟ ଖେଳିବାକୁ ଦଳୀୟ ସ୍କୋର ୨୭୫ରେ ପହଞ୍ଚିଥିଲା। ସେ ଶେଷ ଯାଏ ୩୩ ବଲ୍‌ରେ ୪୪ ରନ୍‌ କରି ଅପରାଜିତ ରହିଥିଲେ। ଏହି ଇନିଂସ୍‌ରେ ସେ ୫ଟି ଚୌକା ମାରିଛନ୍ତି। ଶେଷ ଓଭରରେ ଭୁବନେଶ୍ୱର କୁମାର ଦୁଶ୍ମନ୍ତ ଚାମୀରା(୨)ଙ୍କୁ ଆଉଟ କରିଥିବା ବେଳେ ଲକଶନ୍ ସାଣ୍ଡାକାନ(୦)ରନ୍‌ ଆଉଟ ହୋଇଛନ୍ତି।

ଭାରତ ପକ୍ଷରୁ ଚହଲ ଓ ଭୁବନେଶ୍ୱର କୁମାର ୩ଟି ୱିକେଟ ନେଇଥିବା ବେଳେ ଦୀପକ ଚହର ୨ଟି ସଫଳତା ହାସଲ କରିଛନ୍ତି।

 

Related story