ବ୍ୟର୍ଥ ହେଲା ଶ୍ରୀଲଙ୍କା କ୍ୟାପଟେନ୍‌ଙ୍କ ଶତକ

ଗୌହାଟୀ : ଆଜି ଗୁଆହାଟୀଠାରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଶ୍ରୀଲଙ୍କାକୁ ୬୭ ରନରେ ହରାଇଛି ଭାରତ। ଭାରତ ପ୍ରଥମେ ବ୍ୟାଟିଂ କରି ୭ ୱିକେଟରେ ୩୭୪ ରନ କରିଥିଲା। ଏହି ବିଶାଳ ଲକ୍ଷ୍ୟକୁ ପିଛା କରି ଶ୍ରୀଲଙ୍କା ଦଳ ୮ ଓ୍ୱିକେଟ ହରାଇ ୩୦୬ରନ କରିପାରିଥିଲା। ଶ୍ରୀଲଙ୍କା ଟିମ୍‌ କ୍ୟାପଟେନ୍ ଦାସୁନ ସନକା ଲଢୁଆ ଅପରାଜିତ ଶତକ(୮୮ ବଲ୍‌, ୧୦୮ ରନ୍) କରିଥିଲେ। ସେହିପରି ଓପନର ପଥୁମ ନିଶଙ୍କା ୭୨ ରନ ଓ ଧନଞ୍ଜୟ ଡିସିଲଭା ୪୭ […]

cricket

  • Published: Tuesday, 10 January 2023
  • , Updated: 10 January 2023, 10:35 PM IST

ଗୌହାଟୀ : ଆଜି ଗୁଆହାଟୀଠାରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଶ୍ରୀଲଙ୍କାକୁ ୬୭ ରନରେ ହରାଇଛି ଭାରତ। ଭାରତ ପ୍ରଥମେ ବ୍ୟାଟିଂ କରି ୭ ୱିକେଟରେ ୩୭୪ ରନ କରିଥିଲା। ଏହି ବିଶାଳ ଲକ୍ଷ୍ୟକୁ ପିଛା କରି ଶ୍ରୀଲଙ୍କା ଦଳ ୮ ଓ୍ୱିକେଟ ହରାଇ ୩୦୬ରନ କରିପାରିଥିଲା।

ଶ୍ରୀଲଙ୍କା ଟିମ୍‌ କ୍ୟାପଟେନ୍ ଦାସୁନ ସନକା ଲଢୁଆ ଅପରାଜିତ ଶତକ(୮୮ ବଲ୍‌, ୧୦୮ ରନ୍) କରିଥିଲେ। ସେହିପରି ଓପନର ପଥୁମ ନିଶଙ୍କା ୭୨ ରନ ଓ ଧନଞ୍ଜୟ ଡିସିଲଭା ୪୭ ରନ କରିଥିଲେ। ହେଲେ ଶ୍ରୀଲଙ୍କା ଟିମ୍‌ କ୍ୟାପଟେନ୍‌ଙ୍କ ସବୁ ପରିଶ୍ରମ ବ୍ୟର୍ଥ ଯାଇଥିଲା। ଶେଷରେ ଶ୍ରୀଲଙ୍କାକୁ ପରାଜୟର ସ୍ୱାଦ ମିଳିଥିଲା।

ଭାରତ ପକ୍ଷରୁ ଉମରାନ ମଲ୍ଲିକ ୩ଟି ଓ ମହମ୍ମଦ ସିରାଜ ୨ଟି ଓ୍ୱିକେଟ ନେଇଥିଲେ। ମହମ୍ମଦ ସାମି, ଯଜବେନ୍ଦ୍ର ଚହଲ ଓ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଲେଖାଏଁ ଓ୍ୱିକେଟ ନେଇଥିଲେ।

ଆଜିର ମ୍ୟାଚରେ ଶ୍ରୀଲଙ୍କା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତ ପକ୍ଷରୁ ରୋହିତ ଶର୍ମା ୮୩ ରନ, ଶୁଭମନ ଗିଲ ୭୦ ରନ କରିଥିବା ବେଳେ କେଏଲ ରାହୁଲ ୩୯ ରନ ଓ ଶ୍ରେୟସ ଆୟର ୨୩ରନ କରିଥିଲେ। ବିରାଟ କୋହଲି ୧୧୩ ରନ କରି ଆଉଟ ହୋଇଥିଲେ। ଶ୍ରୀଲଙ୍କା ପକ୍ଷରୁ କାସୁନ ରଜିଥା ସର୍ବାଧିକ ୩ଟି ଓ୍ୱିକେଟ ନେଇଥିଲେ ।

ଏହି ବିଜୟ ପରେ ଭାରତ ୩ ଟିକିଆ ଦିନିକିଆ ସିରିଜରେ ୧-୦ରେ ଆଗୁଆ ହୋଇଯାଇଛି।

Related story