କ୍ରିକେଟ୍‌ ପରେ ଏବେ ଅଭିନୟ କରିବେ 'ଗବର୍‌'

ମୁମ୍ବାଇ: କ୍ରିକେଟ୍‌ ପିଚ୍‌ରେ ଧୂଆଁଧାର ବ୍ୟାଟିଂ କରିବା ପରେ ଏବେ ଆକ୍ଟିଂ ଦୁନିଆରେ ପାଦ ରଖିବେ ଗବର୍‌ ଓରଫ୍‌ ଶିଖର ଧୱନ୍‌। ବଡ ବଡ ବୋଲର୍‌ଙ୍କୁ ଘାଇଲା କରିଥିବା ଗବର୍‌ ଏବେ ଦେଖାଇବେ ନିଜ ଆକ୍ଟିଂର ଜାଦୁ। ଖୁବଶୀଘ୍ର କ୍ରିକେଟର୍‌ରୁ ଆକ୍ଟର ପାଲଟିବେ ଶିଖର ଧୱନ୍‌। ଏନେଇ ଚର୍ଚ୍ଚା ଜୋର ଧରିଛି। ଶିଖର ଧୱନ ଏକ ବଡ ପ୍ରୋଜେକ୍ଟ ସହ ଆକ୍ଟିଂ ଦୁନିଆରେ ପାଦ ରଖିବାକୁ ଯାଉଛନ୍ତି। ଏଥିପାଇଁ ସେ ଆରମ୍ଭରୁ ଅଣ୍ଟା ଭିଡି ସାରିଲେଣି। କୁହାଯାଉଛି […]

shikhar-dhawan

Madhupriya Mistry
  • Published: Tuesday, 17 May 2022
  • , Updated: 17 May 2022, 03:49 PM IST

ମୁମ୍ବାଇ: କ୍ରିକେଟ୍‌ ପିଚ୍‌ରେ ଧୂଆଁଧାର ବ୍ୟାଟିଂ କରିବା ପରେ ଏବେ ଆକ୍ଟିଂ ଦୁନିଆରେ ପାଦ ରଖିବେ ଗବର୍‌ ଓରଫ୍‌ ଶିଖର ଧୱନ୍‌। ବଡ ବଡ ବୋଲର୍‌ଙ୍କୁ ଘାଇଲା କରିଥିବା ଗବର୍‌ ଏବେ ଦେଖାଇବେ ନିଜ ଆକ୍ଟିଂର ଜାଦୁ। ଖୁବଶୀଘ୍ର କ୍ରିକେଟର୍‌ରୁ ଆକ୍ଟର ପାଲଟିବେ ଶିଖର ଧୱନ୍‌। ଏନେଇ ଚର୍ଚ୍ଚା ଜୋର ଧରିଛି।

ଶିଖର ଧୱନ ଏକ ବଡ ପ୍ରୋଜେକ୍ଟ ସହ ଆକ୍ଟିଂ ଦୁନିଆରେ ପାଦ ରଖିବାକୁ ଯାଉଛନ୍ତି। ଏଥିପାଇଁ ସେ ଆରମ୍ଭରୁ ଅଣ୍ଟା ଭିଡି ସାରିଲେଣି। କୁହାଯାଉଛି ଯେ, ଧୱନ ଏହି ଫିଲ୍ମର ସୁଟିଂ ମଧ୍ୟ ପୂରା କରି ସାରିଲେଣି। ଏହି ଫିଲ୍ମ ଜରିଆରେ ସେ ବଲିଉଡରେ ଡେବ୍ୟୁ କରିବେ। ତେବେ ଏହି ଫିଲ୍ମର ଟାଇଟଲ କ'ଣ ରଖାଯାଇଛି ସେ ନେଇ କିଛି ଖୁଲାସା ହୋଇନାହିଁ।

ମିଳିଥିବା ସୂଚନା ମୁତାବକ, ଶିଖର ସର୍ବଦା ଅଭିନୟ ପ୍ରତି ରୁଚି ରଖିଥିଲେ। ଯେତେବେଳେ ତାଙ୍କୁ ଆକ୍ଟିଂ ପାଇଁ ଅଫର ଆସିଥିଲା ସେ ଆଉ ବିଳମ୍ବ ନ କରି ହଁ କରିଦେଇଥିଲେ। ସେପଟେ ପ୍ରଡ୍ୟୁସରଙ୍କ ପାଇଁ ମଧ୍ୟ ତାଙ୍କ କ୍ୟାରେକ୍ଟର ଲାଗି ଶିଖର ହିଁ ଉପଯୁକ୍ତ ବ୍ୟକ୍ତି ଥିଲେ।

କିଛି ମାସ ପୂର୍ବେ ହିଁ ମେକର୍ସମାନେ ଶିଖରଙ୍କୁ ଏହି ଫିଲ୍ମ ପାଇଁ ଆପ୍ରୋଚ କରିଥିଲେ। ଏହି ଫିଲ୍ମରେ ଶିଖରଙ୍କ ଏକ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ରହିଛି। ଚଳିତ ବର୍ଷ ଏହି ଫିଲ୍ମଟି ରିଲିଜ ହେବ ବୋଲି କୁହାଯାଉଛି।

ଗତବର୍ଷ ଅକ୍ଟୋବର ମାସରେ କ୍ରିକେଟ୍‌ର ଗବର୍‌ ତଥା ଶିଖରଙ୍କୁ ଅକ୍ଷୟ କୁମାରଙ୍କ ଅପ୍‌କମିଂ ଫିଲ୍ମ 'ରାମ ସେତୁ'ର ସୁଟିଂ ସେଟ୍‌ରେ ଦେଖିବାକୁ ମିଳିଥିଲା। ଏହାପରେ ରାମ ସେତୁ ଫିଲ୍ମରେ ଶିଖର ଧୱନ ନଜର ଆସିବେ ବୋଲି ଗୁଜବ ଆରମ୍ଭ ହୋଇଥିଲା। କିନ୍ତୁ ପରେ ଏହି ଗୁଜବ ଉପରେ ପୂର୍ଣ୍ଣଛେଦ ପକାଇଥିଲେ ଫିଲ୍ମ ମେକର୍ସ। ଶିଖର ଏହି ଫିଲ୍ମ ଜରିଆରେ ବଲିଉଡରେ ଡେବ୍ୟୁ କରିବାକୁ ଯାଉନଥିବା ସେମାନେ ସ୍ପଷ୍ଟ କରିଥିଲେ।

Related story