ସାଉଥାମ୍ପଟନରେ ପହଞ୍ଚିଲା ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ଭାରତୀୟ ପୁରୁଷ ଓ ମହିଳା କ୍ରିକେଟ୍ ଟିମ୍ ଇଂଲଣ୍ଡରେ ପହଞ୍ଚି ସାରିଛି ଏବଂ ସେମାନେ କ୍ୱାରେଣ୍ଟାଇନ୍ ମଧ୍ୟ ଆରମ୍ଭ କରି ଦେଇଛନ୍ତି। ଉଭୟ ଟିମ୍ ଚାର୍ଟାର୍ଡ ବିମାନ ଯୋଗେ ଇଂଲଣ୍ଡରେ ପହଞ୍ଚିଛନ୍ତି। ବିସିସିଆଇ ଏକ ଭିଡିଓ ଶେଆର୍ କରିଛି । ଭିଡିଓରେ ଦେଖିବା ପରେ ଲାଗୁଛି ଏହି ବହୁପ୍ରତୀକ୍ଷିତ ସିରିଜ୍ ପାଇଁ ଖେଳାଳିମାନଙ୍କ ଯାତ୍ରା ମନୋରଞ୍ଜନ ଭରା ରହିଛି। ଭିଡିଓରେ ଅକ୍ଷର ପଟେଲଙ୍କୁ ଦେଖିବାକୁ ମିଳିଛି, ଯିଏ ଖାଦ୍ୟ ଖାଉଛନ୍ତି । ଅକ୍ଷର ଫ୍ଲାଇଟ୍ ଭିତରେ […]

rohit

rohit

Ranjit Kumar Jena
  • Published: Friday, 04 June 2021
  • Updated: 04 June 2021, 09:42 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ ପୁରୁଷ ଓ ମହିଳା କ୍ରିକେଟ୍ ଟିମ୍ ଇଂଲଣ୍ଡରେ ପହଞ୍ଚି ସାରିଛି ଏବଂ ସେମାନେ କ୍ୱାରେଣ୍ଟାଇନ୍ ମଧ୍ୟ ଆରମ୍ଭ କରି ଦେଇଛନ୍ତି। ଉଭୟ ଟିମ୍ ଚାର୍ଟାର୍ଡ ବିମାନ ଯୋଗେ ଇଂଲଣ୍ଡରେ ପହଞ୍ଚିଛନ୍ତି। ବିସିସିଆଇ ଏକ ଭିଡିଓ ଶେଆର୍ କରିଛି । ଭିଡିଓରେ ଦେଖିବା ପରେ ଲାଗୁଛି ଏହି ବହୁପ୍ରତୀକ୍ଷିତ ସିରିଜ୍ ପାଇଁ ଖେଳାଳିମାନଙ୍କ ଯାତ୍ରା ମନୋରଞ୍ଜନ ଭରା ରହିଛି।

ଭିଡିଓରେ ଅକ୍ଷର ପଟେଲଙ୍କୁ ଦେଖିବାକୁ ମିଳିଛି, ଯିଏ ଖାଦ୍ୟ ଖାଉଛନ୍ତି । ଅକ୍ଷର ଫ୍ଲାଇଟ୍ ଭିତରେ ଖାଦ୍ୟ ଖାଉଥିବା ବେଳେ କହୁଛନ୍ତି, ମୁଁ ଗଭୀର ନିଦରେ ଶୋଇ ଥିଲି । ପ୍ରଥମ ଦୁଇ ଘଣ୍ଟା ଫିଲ୍ମ ଦେଖିବାରେ ବିତାଇ ଦେଲି ଏବଂ ପରବର୍ତ୍ତୀ ୬ ଘଣ୍ଟା ଶୋଇ ପଡ଼ିଥିଲି। ଏବେ ମୁଁ ଖାଉଛି ଏବଂ ନିଜକୁ ଫ୍ରେସ ଅନୁଭୂତ କରୁଛି। ହୋଟେଲ୍ ପହଞ୍ଚିବା ନେଇ ଅକ୍ଷର କହିଛନ୍ତି, ଏବେ ଆମକୁ କେବଳ ଏତିକି ଜଣା ଯେ ଆମକୁ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ ଏବଂ ତିନି ଦିନ ପର୍ଯ୍ୟନ୍ତ କାହା ସହ ମିଳାମିଶା କରିପାରିବୁ ନାହିଁ।

ଭାରତୀୟ କ୍ରିକେଟ୍ ଟିମର ‘ୱାଲ୍‌’ କୁହାଯାଉଥିବା ଚେତେଶ୍ୱର ପୂଜାରାଙ୍କୁ ମଧ୍ୟ ବିମାନେ ନିଜ ପରିବାର ସହ ଭଲ ଅନୁଭୂତି ହୋଇଛି। ପୂଜାରା କହିଛନ୍ତି, ମୁଁ ଭଲଭାବେ ଶୋଇଛି। ତଥାପି ମୋତେ କିଛି ସମୟ ପାଇଁ ଉଠିବାକୁ ପଡ଼ିଥିଲା। ମୋ ଝିଅ ମଧ୍ୟ ଭଲଭାବେ ଶୋଇଛି।

https://twitter.com/BCCI/status/1400680486851080199?s=20

ଶୁବମନ ଗିଲଙ୍କୁ ଅନ୍ୟ ସାଥୀ ଖେଳାଳିଙ୍କ ସହ ମିଶି ଖାଉଥିବାର ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ମହିଳା କ୍ରିକେଟରଙ୍କୁ ହସ ହସ ମୁହଁରେ ଦେଖିବାକୁ ମିଳିଛି। ମହମ୍ମଦ ସିରାଜ କହିଛନ୍ତି ଯେ ତାଙ୍କୁ ରୋହିତ୍ ଶର୍ମା ନିଦରୁ ଉଠାଇ ଦେଇଥିଲେ, ଯାହା ପରେ ତାଙ୍କୁ ନିଦ ଆସିନଥିଲା। ଏହା ପରେ ଟିମ୍ ବସ୍ ଯୋଗେ ସାଉଥାମ୍ପଟନ୍ ଅଭିମୁଖେ ବାହାରିଥିଲେ।

ପୁରୁଷ ଓ ମହିଳା ଟିମ୍ ଏବେ ସାଉଥାମ୍ପଟନର ଏଜସ୍ ବାଉରେ ଆଗାମୀ ତିଦି ଦିନ କ୍ୱାରେଣ୍ଟାଇନରେ ରହିବେ। ବିରାଟ୍ କୋହଲିଙ୍କ ନେତୃତ୍ୱରେ ଭାରତୀୟ ଟିମ୍ ଜୁନ୍ ୧୮ ତାରିଖରୁ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ୍ ମ୍ୟାଚ୍ ଖେଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos