ଜୁଲାଇ ୧୩ରୁ ଭାରତ-ଶ୍ରୀଲଙ୍କା ସିରିଜ୍

ନୂଆଦିଲ୍ଲୀ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଜୁଲାଇ ମାସରେ ଦିନିକିଆ ଓ ଟି-୨୦ ସିରିଜ୍ ଖେଳାଯିବ । ଆଇପିଏଲ୍ ପୂର୍ବରୁ ଖେଳାଳିଙ୍କୁ ପ୍ରସ୍ତୁତ ରଖିବା ପାଇଁ ଏହି ସିରିଜ୍ କରାଯାଉଛି । ବିସିସିଆଇ ପକ୍ଷରୁ ଏପର୍ଯ୍ୟନ୍ତ ସିରିଜର କାର୍ଯ୍ୟକ୍ରମ ଘୋଷଣା କରାଯାଇନାହିଁ। କିନ୍ତୁ ଅଫିସିଆଲ୍ ବ୍ରଡକାଷ୍ଟର୍ ସିରିଜର କାର୍ଯ୍ୟକ୍ରମ ଘୋଷଣା କରିଛି। ବ୍ରଡକାଷ୍ଟର୍ ମୁତାବକ ସିରିଜର ଶୁଭାରମ୍ଭ ଜୁଲାଇ ୧୩ ତାରିଖରୁ ଆରମ୍ଭ ହେବ । ସିରିଜର ଅନ୍ତିମ ମ୍ୟାଚ୍ ଜୁଲାଇ ୨୫ ତାରିଖରେ ଖେଳାଯିବ। ସୋନି […]

team-india

team-india

Ranjit Kumar Jena
  • Published: Monday, 07 June 2021
  • Updated: 07 June 2021, 07:32 PM IST

Sports

Latest News

ନୂଆଦିଲ୍ଲୀ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଜୁଲାଇ ମାସରେ ଦିନିକିଆ ଓ ଟି-୨୦ ସିରିଜ୍ ଖେଳାଯିବ । ଆଇପିଏଲ୍ ପୂର୍ବରୁ ଖେଳାଳିଙ୍କୁ ପ୍ରସ୍ତୁତ ରଖିବା ପାଇଁ ଏହି ସିରିଜ୍ କରାଯାଉଛି । ବିସିସିଆଇ ପକ୍ଷରୁ ଏପର୍ଯ୍ୟନ୍ତ ସିରିଜର କାର୍ଯ୍ୟକ୍ରମ ଘୋଷଣା କରାଯାଇନାହିଁ। କିନ୍ତୁ ଅଫିସିଆଲ୍ ବ୍ରଡକାଷ୍ଟର୍ ସିରିଜର କାର୍ଯ୍ୟକ୍ରମ ଘୋଷଣା କରିଛି। ବ୍ରଡକାଷ୍ଟର୍ ମୁତାବକ ସିରିଜର ଶୁଭାରମ୍ଭ ଜୁଲାଇ ୧୩ ତାରିଖରୁ ଆରମ୍ଭ ହେବ । ସିରିଜର ଅନ୍ତିମ ମ୍ୟାଚ୍ ଜୁଲାଇ ୨୫ ତାରିଖରେ ଖେଳାଯିବ।

ସୋନି ସ୍ପୋର୍ଟସ୍ ସୋଶାଲ ସାଇଟରେ ଏହି ସିରିଜର ପୂରା କାର୍ଯ୍ୟକ୍ରମ ଘୋଷଣା କରିଛି। କାର୍ଯ୍ୟକ୍ରମ ଅନୁଯାୟୀ, ପ୍ରଥମେ ଦିନିକିଆ ସିରିଜ୍ ଖେଳାଯିବ। ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଯଥାକ୍ରମେ ଜୁଲାଇ ୧୩, ୧୬ ଓ ୧୮ ତାରିଖରେ ଅନୁଷ୍ଠିତ ହେବ। ଏହା ପରେ ତିନୋଟି ଟି-୨୦ ସିରିଜ୍ ଖେଳାଯିବ, ଯାହା ଜୁଲାଇ ୨୧, ୨୩ ଓ ୨୫ ତାରିଖରେ ହେବ। ମିଳିଥିବା ସୂଚନା ଅନୁଯାୟୀ, କରୋନାକୁ ଦୃଷ୍ଟିରେ ରଖି ସିରିଜର ସବୁଯାକ ମ୍ୟାଚ୍ ଗୋଟିଏ ଷ୍ଟାଡିୟମରେ ଖେଳାଯିବ। କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ସବୁ ମ୍ୟାଚ୍ ଖେଳାଯାଇପାରେ।

https://twitter.com/SonySportsIndia/status/1401840439875964928?s=20

ଶ୍ରୀଲଙ୍କା ସିରିଜ୍ ବେଳେ ଅଧିକାଂଶ ସିନିୟର ଖେଳାଳି ଇଂଲଣ୍ଡରେ ରହିବେ। ଏଭଳି ସ୍ଥିତିରେ ଶ୍ରୀଲଙ୍କା ଗସ୍ତ ପାଇଁ ଯୁବ ଖେଳାଳିଙ୍କୁ ସୁଯୋଗ ଦିଆଯାଇପାରେ। ଶ୍ରୀଲଙ୍କା ଗସ୍ତ ପାଇଁ ଓପ୍ନର ଓ ସିନିୟର ବ୍ୟାଟ୍ସମ୍ୟାନ୍ ଶିଖର ଧୱନଙ୍କୁ ଟିମର କ୍ୟାପଟେନ୍ କରାଯାଇପାରେ। ଆଘାତପ୍ରାପ୍ତ ଶ୍ରେୟସ ଆୟରଙ୍କ ଖେଳିବା ନେଇ ସନ୍ଦେହ ରହିଛି। ପୃଥ୍ୱୀ ଶ’, ଦେବଦତ୍ତ ପାଡିକଲ୍, ନୀତୀଶ ରାଣାଙ୍କ ଭଳି ଖେଳାଳିଙ୍କୁ ଟିମରେ ସାମିଲ୍ କରାଯାଇପାରେ। ଚଳିତ ବର୍ଷ ଟି-୨୦ ବିଶ୍ୱକପ୍ ହେବ। ଏଭଳି ସ୍ଥିତିରେ ସିରିଜ ମାଧ୍ୟମରେ ଯୁବ ଖେଳାଳି ଭଲ ପ୍ରଦର୍ଶନ କରିବାକୁ ଚାହିଁବେ।

ସୂଚନାଯୋଗ୍ୟ, ଶ୍ରୀଲଙ୍କା ଟିମର ଘରୋଇ ମାଟିରେ ରେକର୍ଡ ଭଲ ରହିଛି। ଉଭୟ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଏପର୍ଯ୍ୟନ୍ତ ୬୧ ଦିନିକିଆ ମ୍ୟାଚ୍ ଖେଳାଯାଇଛି। ଭାରତ ୨୮ଟିରେ ଓ ଶ୍ରୀଲଙ୍କା ୨୭ଟିରେ ବିଜୟ ହାସଲ କରିଛି। କିନ୍ତୁ ଟି-୨୦ରେ ଟିମ୍ ଇଣ୍ଡିଆ ବହୁତ ଆଗରେ ରହିଛି। ଶ୍ରୀଲଙ୍କାରେ ଭାରତ ୫ଟି ଟି-୨୦ ମ୍ୟାଚରୁ ୪ଟିରେ ବିଜୟୀ ହୋଇଛି। ଆୟୋଜକ ଶ୍ରୀଲଙ୍କା ମାତ୍ର ଗୋଟିଏ ମ୍ୟାଚ୍ ଜିତିଛି। ଅନ୍ତର୍ଜାତୀୟ କ୍ରିକେଟରେ ଶ୍ରୀଲଙ୍କାର ପ୍ରଦର୍ଶନ ଅତ୍ୟନ୍ତ ଖରାପ ରହିଛି। ନିକଟରେ ଶ୍ରୀଲଙ୍କା ଦୁର୍ବଳ ବାଂଲାଦେଶ ନିକଟରୁ ୧-୨ରେ ପରାସ୍ତ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos