ଭାରତ ସପକ୍ଷରେ ମତ ରଖିଲେ ପାକିସ୍ତାନର ଇଞ୍ଜାମାମ୍

ନୂଆଦିଲ୍ଲୀ: ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଭାରତ ଜିତିବାର ଆଶା ଅଧିକ ବୋଲି କହିଛନ୍ତି ପାକିସ୍ତାନ କ୍ରିକେଟ୍ ଟିମ୍‌ର ପୂର୍ବତନ ଅଧିନାୟକ ଇଞ୍ଜାମାମ୍ ଉଲ୍ ହକ୍‌। ବୁଧବାର ଭାରତ ତା’ର ଦ୍ୱିତୀୟ ୱାର୍ମ-ଅପ୍ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ହରାଇବା ପରେ ସେ ଏହି ମତ ଦେଇଛନ୍ତି। ନିଜ ୟୁଟ୍ୟୁବ ଚ୍ୟାନେଲ୍‌ରେ ଇଞ୍ଜାମାମ କହିଛନ୍ତି ଯେ ଉପମହାଦେଶୀୟ ପିଚ୍‌ ଓ ସେହି ତୁଲ୍ୟ ପିଚ୍‌ରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍ ସବୁଠୁ ବିପଜ୍ଜନକ। ଯଦି ଆପଣମାନେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ ଦେଖିବେ, […]

Inzamam

Inzamam

Jitendra Garnayak
  • Published: Friday, 22 October 2021
  • Updated: 22 October 2021, 10:58 AM IST

Sports

Latest News

ନୂଆଦିଲ୍ଲୀ: ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଭାରତ ଜିତିବାର ଆଶା ଅଧିକ ବୋଲି କହିଛନ୍ତି ପାକିସ୍ତାନ କ୍ରିକେଟ୍ ଟିମ୍‌ର ପୂର୍ବତନ ଅଧିନାୟକ ଇଞ୍ଜାମାମ୍ ଉଲ୍ ହକ୍‌। ବୁଧବାର ଭାରତ ତା’ର ଦ୍ୱିତୀୟ ୱାର୍ମ-ଅପ୍ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ହରାଇବା ପରେ ସେ ଏହି ମତ ଦେଇଛନ୍ତି।

ନିଜ ୟୁଟ୍ୟୁବ ଚ୍ୟାନେଲ୍‌ରେ ଇଞ୍ଜାମାମ କହିଛନ୍ତି ଯେ ଉପମହାଦେଶୀୟ ପିଚ୍‌ ଓ ସେହି ତୁଲ୍ୟ ପିଚ୍‌ରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍ ସବୁଠୁ ବିପଜ୍ଜନକ। ଯଦି ଆପଣମାନେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ ଦେଖିବେ, ତା’ହେଲେ ୧୫୩ ରନ୍‌ର ବିଜୟ ଲକ୍ଷ୍ୟକୁ ଭାରତୀୟ ଦଳ ଖୁବ୍ ସହଜରେ ହାସଲ କରି ନେଇଥିଲା। ଏପରିକି ବିରାଟ କୋହଲିଙ୍କୁ ବ୍ୟାଟିଂ କରିବାକୁ ପଡ଼ିଲା ନାହିଁ। ସେମାନେ ଅଷ୍ଟ୍ରେଲିଆ ଭଳି ଟିମ୍ ବିପକ୍ଷରେ ବିନାକୌଣସି ବାଧାରେ ଖେଳିଥିଲେ।

ଇଞ୍ଜାମାମ ଆହୁରି କହିଛନ୍ତି, ଏକ ଟୁର୍ଣ୍ଣାମେଣ୍ଟରେ କେବେ ବି କହି ହେବନି ଯେ ଗୋଟିଏ ନିର୍ଦ୍ଦିଷ୍ଟ ଦଳ ହିଁ ଜିତିବ। ସବୁ ହେଉଛି ସୁଯୋଗର କଥା। ତେବେ ମୋ ମତରେ ଏଥର ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଭାରତ ଜିତିବାର ସମ୍ଭାବନା ଅଧିକ ରହିଛି। ଦଳ ପାଖରେ ଟି-ଟ୍ୱେଣ୍ଟିରେ ଅଭିଜ୍ଞତା ଥିବା ଖେଳାଳିଙ୍କ ସଂଖ୍ୟା ଅଧିକ ରହିଛି। କେବଳ ବ୍ୟାଟିଂ ନୁହେଁ, ବୋଲିଂରେ ବି ଦଳ ବେଶ୍ ଦୃଢ଼।

ସେ କହିଛନ୍ତି, ଏହି ଟୁର୍ଣ୍ଣାମେଣ୍ଟରେ ସ୍ପିନ୍ ବୋଲରଙ୍କ ଉପରେ ଗୁରୁ ଦାୟିତ୍ୱ ରହିବ। କାରଣ ୟୁଏଇରେ ବଲ୍ ଅଧିକରୁ ଅଧିକ ସ୍ପିନ୍ ହେବାର ସମ୍ଭାବନା ରହିଛି। ଆଉ ଭାରତ ଏହାର ଭରପୂର ଫାଇଦା ଉଠାଇବ। ଏହା ପାଖରେ ଦୁଇ ଜଣ ଅଭିଜ୍ଞ ସ୍ପିନ୍ ବୋଲର ଅଛନ୍ତି। ସେମାନେ ହେଉଛନ୍ତି ରବିଚନ୍ଦ୍ରନ ଅଶ୍ୱିନ ଓ ରବୀନ୍ଦ୍ର ଜାଡ଼େଜା। ତା’ସହିତ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ମାନେ ସ୍ପିନ୍‌ ବୋଲରଙ୍କୁ ଖେଳିବାରେ ଖୁବ୍ ମାହିର। ତାହା ସେମାନଙ୍କୁ ଆହୁରି ଫାଇଦା ଦେବ।

ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ରବିବାର ଅର୍ଥାତ୍ ଅକ୍ଟୋବର ୨୪ ତାରିଖରେ ଭାରତ ଓ ପାକିସ୍ତାନ ମଧ୍ୟରେ ଲଢ଼େଇ ହେବ। ଏହାକୁ ଫାଇନାଲ୍ ପୂର୍ବରୁ ଫାଇନାଲ୍ ମ୍ୟାଚ୍ ବୋଲି କହିଛନ୍ତି ଇଞ୍ଜାମାମ୍‌। ଏହା ଏକ ଭଲ ମ୍ୟାଚ୍ ହେବ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos