ଇଞ୍ଜାମାମ୍‌ଙ୍କୁ ହୃଦ୍‌ଘାତ, ଡାକ୍ତରଖାନାରେ ଭର୍ତ୍ତି

ଲାହୋର: ପାକିସ୍ତାନ କ୍ରିକେଟ୍ ଟିମ୍‌ର ପୂର୍ବତନ ଅଧିନାୟକ ଇଞ୍ଜାମାମ୍‌ ଉଲ୍‌ ହକ୍ ସୋମବାର ହୃଦ୍‌ଘାତର ଶିକାର ହୋଇଥିବା ବେଳେ ଏବେ ତାଙ୍କ ଅବସ୍ଥା ସ୍ଥିର ରହିଛି। ଲାହୋରର ଏକ ହସ୍‌ପିଟାଲ୍‌ରେ ତାଙ୍କ ଠାରେ ସଫଳତାର ସହିତ ଆଞ୍ଜିଓପ୍ଲାଷ୍ଟୀ କରାଯାଇଛି। ଇଏସ୍‌ପିଏନ୍ କ୍ରିକ୍‌ଇନ୍‌ଫୋର ସୂଚନା ଅନୁଯାୟୀ, ୫୧ ବର୍ଷୀୟ ଇଞ୍ଜାମାମ୍ ତିନି ଦିନ ଧରି ଛାତିରେ ଯନ୍ତ୍ରଣା ଅନୁଭବ କରୁଥିଲେ। ଏନେଇ ସେ ଟେଷ୍ଟ୍ କରିଥିଲେ। କିନ୍ତୁ ଡାକ୍ତର ସବୁ ଠିକ୍ ଥିଲା ବୋଲି କହିଥିଲେ। ତେବେ ସୋମବାର […]

Inzamam

Inzamam

Jitendra Garnayak
  • Published: Tuesday, 28 September 2021
  • Updated: 28 September 2021, 11:06 AM IST

ଲାହୋର: ପାକିସ୍ତାନ କ୍ରିକେଟ୍ ଟିମ୍‌ର ପୂର୍ବତନ ଅଧିନାୟକ ଇଞ୍ଜାମାମ୍‌ ଉଲ୍‌ ହକ୍ ସୋମବାର ହୃଦ୍‌ଘାତର ଶିକାର ହୋଇଥିବା ବେଳେ ଏବେ ତାଙ୍କ ଅବସ୍ଥା ସ୍ଥିର ରହିଛି। ଲାହୋରର ଏକ ହସ୍‌ପିଟାଲ୍‌ରେ ତାଙ୍କ ଠାରେ ସଫଳତାର ସହିତ ଆଞ୍ଜିଓପ୍ଲାଷ୍ଟୀ କରାଯାଇଛି।

ଇଏସ୍‌ପିଏନ୍ କ୍ରିକ୍‌ଇନ୍‌ଫୋର ସୂଚନା ଅନୁଯାୟୀ, ୫୧ ବର୍ଷୀୟ ଇଞ୍ଜାମାମ୍ ତିନି ଦିନ ଧରି ଛାତିରେ ଯନ୍ତ୍ରଣା ଅନୁଭବ କରୁଥିଲେ। ଏନେଇ ସେ ଟେଷ୍ଟ୍ କରିଥିଲେ। କିନ୍ତୁ ଡାକ୍ତର ସବୁ ଠିକ୍ ଥିଲା ବୋଲି କହିଥିଲେ। ତେବେ ସୋମବାର ଆଉ ଏକ ଟେଷ୍ଟ ପରେ ତାଙ୍କୁ ହୃଦ୍‌ଘାତ ହୋଇଥିବା ଜଣାପଡ଼ିଥିଲା। ଏହା ପରେ ସଙ୍ଗେ ସଙ୍ଗେ ତାଙ୍କର ଅପରେସନ୍ କରାଯାଇଥିଲା।

ଇଞ୍ଜାମାମ୍‌ଙ୍କୁ ପାକିସ୍ତାନ କ୍ରିକେଟ୍ ଟିମ୍‌ର ଅନ୍ୟତମ ସଫଳ ଅଧିନାୟକ ବୋଲି କୁହାଯାଏ। ୧୯୯୨ରେ ପାକିସ୍ତାନ ବିଶ୍ୱକପ୍ ଜିତିଥିଲା। ସେହି ଟିମ୍‌ରେ ମଧ୍ୟ ଇଞ୍ଜାମାମ୍ ଥିଲେ। ଦିନିକିଆରେ ସେ ହେଉଛନ୍ତି ପାକିସ୍ତାନର ସର୍ବାଧିକ ରନ୍ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ୍‌। ସେ ୩୭୫ଟି ଦିନିକିଆ ମ୍ୟାଚ୍‌ରୁ ୧୧,୭୦୧ ରନ୍ ସଂଗ୍ରହ କରିଛନ୍ତି।

ଟେଷ୍ଟ୍ ମ୍ୟାଚ୍‌ରେ ଇଞ୍ଜାମାମ୍‌ ହେଉଛନ୍ତି ପାକିସ୍ତାନ ତୃତୀୟ ସର୍ବାଧିକ ରନ୍ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ୍। ସେ ୧୧୯ଟି ଟେଷ୍ଟରୁ ୮୮୨୯ ରନ୍ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos