ଟପ୍-୧୦କୁ ଫେରିଲେ ବୁମ୍ରା, କୋହଲିଙ୍କୁ ଝଟ୍‌କା

ଦୁବାଇ: ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଦମଦାର ବୋଲିଂ କରିଥିବା ଷ୍ଟାର୍ ପେସ୍ ବୋଲର୍ ଯଶପ୍ରୀତ ବୁମ୍ରା ଆଇସିସି ଟେଷ୍ଟ ରାଙ୍କିଙ୍ଗର ଟପ୍-୧୦ରେ ଏଣ୍ଟ୍ରୀ କରିଛନ୍ତି। କିନ୍ତୁ କ୍ୟାପଟେନ୍ ବିରାଟ୍ କୋହଲିଙ୍କୁ ଆଇସିସି ଟେଷ୍ଟ ରାଙ୍କିଙ୍ଗରେ କ୍ଷତି ହୋଇଛି। ସେପ୍ଟେମ୍ବର, ୨୦୧୯ରେ କ୍ୟାରିୟରର ଶ୍ରେଷ୍ଠ ତୃତୀୟ ସ୍ଥାନ ହାସଲ କରିଥିବା ବୁମ୍ରା ଏକାଥରକେ ୧୦ଟି ସ୍ଥାନ ଉପରକୁ ଉଟି ନବମରେ ପହଞ୍ଚିଛନ୍ତି। ନଟ୍ଟିଂହାମ ଟେଷ୍ଟରେ ବୁମ୍ରା ୧୧୦ ରନ୍ ଦେଇ ୯ଟି ୱିକେଟ୍ ନେଇଥିଲେ। ଇଂଲଣ୍ଡ ବିପକ୍ଷ […]

jasprit-bumrah-and-virat-kohli

Ranjit Kumar Jena
  • Published: Wednesday, 11 August 2021
  • , Updated: 11 August 2021, 04:51 PM IST

ଦୁବାଇ: ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଦମଦାର ବୋଲିଂ କରିଥିବା ଷ୍ଟାର୍ ପେସ୍ ବୋଲର୍ ଯଶପ୍ରୀତ ବୁମ୍ରା ଆଇସିସି ଟେଷ୍ଟ ରାଙ୍କିଙ୍ଗର ଟପ୍-୧୦ରେ ଏଣ୍ଟ୍ରୀ କରିଛନ୍ତି। କିନ୍ତୁ କ୍ୟାପଟେନ୍ ବିରାଟ୍ କୋହଲିଙ୍କୁ ଆଇସିସି ଟେଷ୍ଟ ରାଙ୍କିଙ୍ଗରେ କ୍ଷତି ହୋଇଛି। ସେପ୍ଟେମ୍ବର, ୨୦୧୯ରେ କ୍ୟାରିୟରର ଶ୍ରେଷ୍ଠ ତୃତୀୟ ସ୍ଥାନ ହାସଲ କରିଥିବା ବୁମ୍ରା ଏକାଥରକେ ୧୦ଟି ସ୍ଥାନ ଉପରକୁ ଉଟି ନବମରେ ପହଞ୍ଚିଛନ୍ତି। ନଟ୍ଟିଂହାମ ଟେଷ୍ଟରେ ବୁମ୍ରା ୧୧୦ ରନ୍ ଦେଇ ୯ଟି ୱିକେଟ୍ ନେଇଥିଲେ।

ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ଗୋଲ୍ଟେନ୍ ଡକ୍‌ର ଶିକାର ହୋଇଥିବା ବିରାଟ୍ କୋହଲି ଗୋଟିଏ ସ୍ଥାନ ସହ ପଞ୍ଚମକୁ ଖସି ଆସିଛନ୍ତି। ତେବେ ବିରାଟଙ୍କ ଚତୁର୍ଥ ସ୍ଥାନ ଅକ୍ତିଆର କରିଛନ୍ତି ଇଂଲିଶ ଟିମ୍ କ୍ୟାପଟେନ୍ ଜୋ ରୁଟ୍। ପ୍ରଥମ ଟେଷ୍ଟର ଉଭୟ ଇନିଂସରେ ଯଥାକ୍ରମେ ୬୪ ଓ ୧୦୯ ରନ୍‌ର ଇନିଂସ୍ ଖେଳିଥିବା ରୁଟ୍‌ଙ୍କୁ ୪୯ ପଏଣ୍ଟର ଫାଇଦା ହୋଇଛି। ଭାରତର ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମା ଓ ୱିକେଟ୍ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ଷଷ୍ଠ ଓ ସପ୍ତମ ସ୍ଥାନରେ ସୁରକ୍ଷିତ ରହିଛନ୍ତି।

ପ୍ରଥମ ଇନିଂସରେ ଅର୍ଦ୍ଧଶତକ ମାରିଥିବା ଭାରତର ଷ୍ଟାର୍ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ତିନୋଟି ସ୍ଥାନ ଉପରକୁ ଉଠି ୩୬ତମ ସ୍ଥାନରେ ପହଞ୍ଚି ଯାଇଛନ୍ତି। ସେହିପରି ୮୪ ଓ ୨୬ ରନ୍ କରିଥିବା ଓପ୍ନର ରାହୁଲ୍ ୫୬ତମ ସ୍ଥାନ ହାସଲ କରି ରାଙ୍କିଙ୍କରେ ପ୍ରବେଶ କରିଛନ୍ତି। ବ୍ୟାଟିଂରେ ଭଲ ପ୍ରଦର୍ଶନ କରିଥିବା ଜାଡେଜାଙ୍କୁ ଅଲରାଉଣ୍ଡର ରାଙ୍କିଙ୍ଗରେ ଗୋଟିଏ ସ୍ଥାନର ଫାଇଦା ହୋଇଛି। ଜାଡେଜା ଏବେ ଦ୍ୱିତୀୟ ସ୍ଥାନକୁ ଉଠିଛନ୍ତି। ଟିମର ସିନିୟର ସ୍ପିନର୍ ରବିଚନ୍ଦ୍ରନ୍ ଅଶ୍ୱିନ୍ ଅଲରାଉଣ୍ଡର ତାଲିକାର ଚତୁର୍ଥ ସ୍ଥାନରେ ରହିଛନ୍ତି।

ବୋଲରଙ୍କ ରାଙ୍କିଙ୍ଗରେ ଅଶ୍ୱିନ୍ ଦ୍ୱିତୀୟ ସ୍ଥାନରେ ସୁରକ୍ଷିତ ରହିଥିବା ଅଷ୍ଟ୍ରେଲିଆର ପ୍ୟାଟ୍ କମିନ୍ସ ଶୀର୍ଷ ସ୍ଥାନ କାଏମ୍ ରଖିଛନ୍ତି। ଶାର୍ଦ୍ଦୁଲ ଠାକୁର ୧୯ଟି ସ୍ଥାନ ଉପରକୁ ଉଠି ୫୫ତମ ସ୍ଥାନରେ ପହଞ୍ଚିଥିବା ବେଳେ ଇଂଲଣ୍ଡର ଭେଟେରାନ୍ ପେସର୍ ଜେମ୍ସ ଆଣ୍ଡରସନ୍ ଗୋଟିଏ ସ୍ଥାନ ସହ ସପ୍ତମକୁ, ଓଲି ରବିନସନ୍ ୨୨ଟି ସ୍ଥାନ ଉପରକୁ ଉଠି ୪୬ତମ ସ୍ଥାନରେ ପହଞ୍ଚିଛନ୍ତି।

Related story