ଯଶପ୍ରୀତ ବୁମ୍ରାଙ୍କୁ ନେଇ ବଡ଼ ଘୋଷଣା କଲା ବିସିସିଆଇ

ନୂଆଦିଲ୍ଲୀ: ଆହତ ସମସ୍ୟା ଦେଇ ଗତି କରୁଥିବା ଟିମ ଇଣ୍ଡିଆର ସ୍ପଡଷ୍ଟର ଯଶପ୍ରୀତ ବୁମ୍ରାଙ୍କୁ ନେଇ ବଡ଼ ଘୋଷଣା କରିଛି ବିସିସିଆଇ। ସେ ଚଳିତ ମାସରେ ଆରମ୍ଭ ହେବାକୁ ଥିବା ଟି-୨୦ ବିଶ୍ୱକପ ଖେଳିବେ କି ନାହିଁ, ସେ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଥିଲା। ହେଲେ ବିସିସିଆଇ ଏଯାଏ ଚୁପ ରହିଥିଲା। ଏବେ ବିସିସିଆଇ ବିଧିବଦ୍ଧ ଭାବେ ବୁମ୍ରାଙ୍କ ଆହତ ସମସ୍ୟାକୁ ନେଇ ବଡ଼ ଘୋଷଣା କରିଛି। ବ୍ୟାକ୍‌ ଇଞ୍ଜରୀ ଯୋଗୁ ବୁମ୍ରା ଅକ୍ଟୋବର ୧୬ରୁ […]

Jashprit

  • Published: Monday, 03 October 2022
  • , Updated: 03 October 2022, 09:02 PM IST

ନୂଆଦିଲ୍ଲୀ: ଆହତ ସମସ୍ୟା ଦେଇ ଗତି କରୁଥିବା ଟିମ ଇଣ୍ଡିଆର ସ୍ପଡଷ୍ଟର ଯଶପ୍ରୀତ ବୁମ୍ରାଙ୍କୁ ନେଇ ବଡ଼ ଘୋଷଣା କରିଛି ବିସିସିଆଇ। ସେ ଚଳିତ ମାସରେ ଆରମ୍ଭ ହେବାକୁ ଥିବା ଟି-୨୦ ବିଶ୍ୱକପ ଖେଳିବେ କି ନାହିଁ, ସେ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଥିଲା। ହେଲେ ବିସିସିଆଇ ଏଯାଏ ଚୁପ ରହିଥିଲା।

ଏବେ ବିସିସିଆଇ ବିଧିବଦ୍ଧ ଭାବେ ବୁମ୍ରାଙ୍କ ଆହତ ସମସ୍ୟାକୁ ନେଇ ବଡ଼ ଘୋଷଣା କରିଛି। ବ୍ୟାକ୍‌ ଇଞ୍ଜରୀ ଯୋଗୁ ବୁମ୍ରା ଅକ୍ଟୋବର ୧୬ରୁ ଆରମ୍ଭ ହେଉଥିବା ଟି-୨୦ ବିଶ୍ୱକପ ଖେଳିବେ ନାହିଁ ବୋଲି ବିସିସିଆଇ କହିଛି। ଏଥିସହ ତାଙ୍କ ବଦଳ ଖେଳାଳିଙ୍କ ନାଁ ଖୁବଶୀଘ୍ର ଘୋଷଣା କରାଯିବ ବୋଲି ବିସିସିଆଇ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି।

ବିବୃତିରେ କୁହାଯାଇଛି ଯେ “ବିସିସିଆଇ ମେଡିକାଲ ଟିମ୍‌ ଯଶପ୍ରୀତ ବୁମ୍ରାଙ୍କ ଆହତ ସମସ୍ୟାର ଯାଞ୍ଚ କରିଥିଲା। ଏହାପରେ ମେଡିକାଲ ଟିମ୍‌ ତାଙ୍କୁ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ ସ୍କ୍ୱାଡରୁ ବାଦ ଦେଇଛି। ଏହି ନିଷ୍ପତ୍ତି ପୂର୍ବରୁ ବିଶେଷଜ୍ଞ ଟିମ୍‌ ସହ ମଧ୍ୟ ଆଲୋଚନା କରାଯାଇଥିଲା। ବୁମ୍ରା ବ୍ୟାକ୍‌ ଇଞ୍ଜୁରୀ ଯୋଗୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍‌କୁ ମଧ୍ୟ ବାଦ ପିଡ଼ିଥିଲେ। ବିଶ୍ୱକପ ସ୍କ୍ୱାଡରେ ବୁମ୍ରାଙ୍କ ବଦଳ ଖେଳାଳିଙ୍କ ନାଁ ବିସିସିଆଇ ଖୁବଶୀଘ୍ର ଘୋଷଣା କରିବ।”

ଆହତ ସମସ୍ୟା ଯୋଗୁ ବୁମ୍ରା ଏସିଆ କପ ଖେଳି ନଥିଲେ। ଏହାପରେ ସେ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ୍‌ରେ ସାମିଲ ହୋଇଥିଲେ। କିନ୍ତୁ ପ୍ରଥମ ମ୍ୟାଚ୍‌ ଖେଳି ନଥିଲେ। ଅଷ୍ଟ୍ରେଲିଆ ବିପକ୍ଷ ଶେଷ ୨ ମ୍ୟାଚ୍‌ରେ ସେ ଖେଳିଥିଲେ ମଧ୍ୟ ଆଖିଦୃଶିଆ ପ୍ରଦର୍ଶନ କରିପାରି ନଥିଲେ। ଲାଗୁଥିଲା ଦକ୍ଷିଣ ଆଫ୍ରିକା ସିରିଜ୍‌ରେ ସେ ବିଶ୍ୱକପ ପୂର୍ବରୁ ଅଭ୍ୟାସ ପାଇଁ ଭରପୂର ସୁଯୋଗ ପାଇବେ। କିନ୍ତୁ ନେଟ୍ସରେ ଥିବା ବେଳେ ସେ ବ୍ୟାକ ଇଞ୍ଜୁରୀ ସମସ୍ୟାରେ ପଡ଼ିଥିଲେ।

ତେଣୁ ତାଙ୍କୁ ରିହ୍ୟାବ ପାଇଁ ଜାତୀୟ କ୍ରିକେଟ ଏକାଡେମୀକୁ ପଠାଯାଇଥିଲା। ସେଠାରେ ସୁସ୍ଥ ହୋଇ ବୁମ୍ରା ବିଶ୍ୱକପ ବେଳକୁ ଫିଟ ହେବାର ସମ୍ଭାବନା ଥିବା କିଛି ରିପୋର୍ଟ ପ୍ରକାଶ ପାଇଥିଲା। ହେଲେ ବିସିସିଆଇ ଆଜି ବିଧିବଦ୍ଧ ଭାବେ ବୁମ୍ରାଙ୍କୁ ବିଶ୍ୱକପ ସ୍କ୍ୱାଡରୁ ବାଦ ଦେଇଛି।

ଭାରତ ତା’ର ଟି-୨୦ ବିଶ୍ୱକପ ଅଭିଯାନ ପାକିସ୍ତାନ ବିପକ୍ଷରୁ ଆରମ୍ଭ କରିବ। ଅକ୍ଟୋବର ୨୩ରେ ଉଭୟ ଦଳ ମେଲବର୍ଣ୍ଣରେ ମୁହାଁମୁହିଁ ହେବେ। ଗତବର୍ଷ ଟି-୨୦ ବିଶ୍ୱକପରେ ମଧ୍ୟ ଭାରତ-ପାକିସ୍ତାନ ଲଢ଼େଇ କରିଥିଲେ। କିନ୍ତୁ ପାକିସ୍ତାନ ଉକ୍ତ ମ୍ୟାଚ୍‌କୁ ୧୦ ୱିକେଟରେ ଜିତି ନେଇଥିଲା। ଏବର୍ଷ ଭାରତ ମ୍ୟାଚ୍‌ ଜିତି ପ୍ରତିଶୋଧ ନେବା ମୁଡରେ ରହିଛି।

ବିଶ୍ୱକପ ସ୍କ୍ୱାଡ: ରୋହିତ ଶର୍ମା(ଅଧିନାୟକ), କେଏଲ ରାହୁଲ(ଉପ ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟ କୁମାର ଯାଦବ, ଦୀପକ ହୁଡ୍ଡା, ଋଷଭ ପନ୍ତ, ଦୀନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ରବି ଅଶ୍ୱିନ, ୟୁଜି ଚହଲ, ଅକ୍ଷର ପଟେଲ, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ ଓ ଅର୍ଶଦୀପ ସିଂହ।

ଷ୍ଟାଣ୍ଡବାଇ ଖେଳାଳି: ମହମ୍ମଦ ଶାମି, ଦୀପକ ଚହର, ରବି ବିଷ୍ଣୋଇ ଓ ଶ୍ରେୟସ ଆୟର।

Related story