ନୂଆଦିଲ୍ଲୀ: ଭାରତର ସର୍ବକାଳୀନ ଶ୍ରେଷ୍ଠ ଅଲରାଉଣ୍ଡର ତଥା ୧୯୮୩ ବିଶ୍ୱକପ୍ ବିଜେତା କ୍ୟାପଟେନ୍ କପିଲ୍ ଦେବ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁବ୍ ପ୍ରଶଂସା କରିଛନ୍ତି। ଭାରତୀୟ ଅଲିମ୍ପିକ୍ସ ଦଳ ସହ ପିଏମଙ୍କ ବ୍ୟବହାର ଦେଖି କପିଲ୍ ଦେବ ମନ୍ତ୍ରମୁଗ୍ଧ ହୋଇଯାଇଛନ୍ତି। ଏକ ଆର୍ଟିକଲରେ କପିଲ୍ ଦେବ ମୋଦିଙ୍କ ବିଷୟରେ ଉଲ୍ଲେଖ କରି ଲେଖିଛନ୍ତି ଯେ 'ମୋଦି ଜୀ ସମୂହ କ୍ରୀଡ଼ା ଜଗତର ହୃଦୟ ଜିତି ନେଇଛନ୍ତି'।
ଆର୍ଟିକଲରେ କପିଲ୍ ଦେବ ଲେଖିଛନ୍ତି, ବୋଧ ହୁଏ ଭାରତର କୌଣସି ପ୍ରଧାନମନ୍ତ୍ରୀ କେବେ କହିନଥିବେ ଯେ ସେ ଆମ ଦେଶରେ କ୍ରୀଡ଼ାକୁ ସଂସ୍କୃତି କରିବାକୁ ଚାହାନ୍ତି। କିନ୍ତୁ ମୋଦି ଜୀ ଏହି ଭିଜନ୍ ଦେଖିଛନ୍ତି। ମାତା-ପିତାଙ୍କ ଠାରୁ ପିଲାମାନଙ୍କୁ ପ୍ରେରଣା ଦେବା ପାଇଁ ମୋଦି ଜୀ ସର୍ବଦା ଅପିଲ୍ କରୁଛନ୍ତି। ହୁଏତ ମୋଦି ଜୀ ପ୍ରଥମ ବ୍ୟକ୍ତି ଭାବେ ଏଭଳି କାମ କରିଛନ୍ତି। ଖୋଦ୍ ପିଏମ୍ କ୍ରୀଡ଼ା ଓ ଆମ ଖେଳାଳିଙ୍କ ଉପରେ ବିଶେଷ ରୁଚି ଦେଖାଇଛନ୍ତି।
କପିଲ୍ ଦେବ କହିଛନ୍ତି, ଅନେକ ସମୟରେ ଲୋକେ ସଫଳତା କଥା କୁହନ୍ତି, କିନ୍ତୁ ଯେତେବେଳେ କେହି ବିଫଳ ହୁଏ ତାଙ୍କୁ ସବୁ ଭୁଲି ଯାଆନ୍ତି। ମୋଦି ଜୀ କେବଳ ପଦକ ଜିତିଥିବା ଖେଳାଳିଙ୍କୁ ସମ୍ମାନ କରନ୍ତି ନାହିଁ ବରଂ ହାରିଥିବା ଖେଳାଳିଙ୍କୁ ମଧ୍ୟ ପ୍ରୋତ୍ସାହିତ କରନ୍ତି। ନିକଟରେ ଟୋକିଓରୁ ଫେରିଥିବା ଅଲିମ୍ପିଆନଙ୍କ ସହ ସ୍ୱତନ୍ତ୍ର ସାକ୍ଷାତ ଏବଂ କଥାବାର୍ତ୍ତା ବେଳେ ତାଙ୍କର ସେହି ଜୋଶ୍ ଦେଖିବାକୁ ମିଳିଛି। ଯେଉଁଠାରେ ସେ ବିଜେତା ଓ ଭାଗ ନେଇଥିବା ଖେଳାଳିଙ୍କୁ ତାଙ୍କର ବହୁମୂଲ୍ୟ ସମୟ ଦେଇଛନ୍ତି। ଯଦି ଦେଶର ପ୍ରଧାନମନ୍ତ୍ରୀ ପରାଜୟ ପରେ ଫୋନ୍ କଲ୍ କରି ଖେଳାଳିଙ୍କ ଉତ୍ସାହ ବଢ଼ାନ୍ତି, ତାହେଲେ ଏହା ବହୁତ ବଡ଼ କଥା।
https://twitter.com/narendramodi/status/1427942455144378370?s=20
କପିଲ୍ ଦେବ ପୁରୁଷ ହକି ଦଳର ଗୋଲକିପର ପିଆର୍ ଶ୍ରୀଜେଶ, ରେସଲର୍ ଭିନେଶ ଫୋଗାଟ୍, ଲଭଲିନା ବୋର୍ଗୋହେନ୍, ରବି ଦହିୟା, ଦୂତୀ ଚାନ୍ଦଙ୍କ ଉଦାହରଣ ଦେଇ କହିଛନ୍ତି ଯେ କେଉଁଭଳି ଭାବେ ପ୍ରଧାନମନ୍ତ୍ରୀ ସବୁ ଖେଳ, ପରିବାର ଓ ପ୍ରଦର୍ଶନ ଉପରେ ଟିକନିକ୍ ନଜର ରଖୁଥିଲେ।
https://twitter.com/Simranjitboxer/status/1427956305310879744?s=20
ନିଜ ଆର୍ଟିକଲକୁ କପିଲ୍ ଦେବ ଟ୍ୱିଟରରେ ଶେଆର୍ କରିଛନ୍ତି ଏବଂ ସେ ଏହାକୁ ପିଏମ୍ ମୋଦିଙ୍କୁ ଟ୍ୟାଗ୍ କରିଛନ୍ତି। ଯାହାକୁ ରିଟ୍ୱିଟ୍ କରି ପିଏମ୍ ମୋଦି କପିଲ ଦେବଙ୍କୁ ଏକ ଅପିଲ୍ କରିଛନ୍ତି। ମୋଦି ଲେଖିଛନ୍ତି, କପିଲ୍ ଦେବ ଜୀ ଆପଣଙ୍କର ଏହି ଦୟାଶୀଳ ଶବ୍ଦ ପାଇଁ ବହୁତ ଧନ୍ୟବାଦ। ସମସ୍ତ କ୍ରୀଡ଼ାପ୍ରେମୀଙ୍କ ପାଇଁ ଆପଣ ପ୍ରେରଣାର ସ୍ରୋତ। ଆମେ ସମସ୍ତଙ୍କୁ ମିଶିକି କାମ କରିବାକୁ ପଡ଼ିବ ଏବଂ ଆଗାମୀ ଦିନରେ ଭାରତୀୟ କ୍ରୀଡ଼ାକୁ ନୂଆ ଶିଖରରେ ପହଞ୍ଚାଇବା ପାଇଁ ସୁନିଶ୍ଚିତ କରିବାକୁ ହେବ।