ଇଂଲଣ୍ଡରେ ରୋମାନ ଏକାଠି ନଜର୍ ଆସିଲେ ରାହୁଲ୍ ଓ ଆତିୟା ସେଟ୍ଟୀ

ନୂଆଦିଲ୍ଲୀ: କ୍ରିକେଟର୍ ଲୋକେଶ ରାହୁଲ୍ ଓ ଅଭିନେତ୍ରୀ ଆତିୟା ସେଟ୍ଟୀଙ୍କ ଡେଟିଂକୁ ନେଇ ଅନେକ ଗୁଜବ ଉଠିଛି। ଦୁହିଁଙ୍କୁ ଅଧିକାଂଶ ସମୟରେ ଏକାଠି ମଧ୍ୟ ଦେଖିବାକୁ ମିଳେ। ଏବେ ରାହୁଲ ଓ ଆତିୟାଙ୍କର ଏକ ଫଟୋ ସାମ୍ନାକୁ ଆସିଛି, ଯେଉଁଥିରେ ଦୁହେଁ ଏକାଠି ଅଛନ୍ତି। ଏହି ଫଟୋ ଈଶାନ୍ତ ଶର୍ମାଙ୍କ ପତ୍ନୀ ପ୍ରତିମା ସିଂହ ଶେଆର୍ କରିଛନ୍ତି। ଏହି ଫଟୋରୁ ସ୍ପଷ୍ଟ ହୋଇଛି ଯେ ରାହୁଲ୍ ଓ ଆତିୟା ଏବେ ଇଂଲଣ୍ଡରେ ଅଛନ୍ତି। ଏହି ଫଟୋକୁ ନେଇ […]

kl-rahul

Ranjit Kumar Jena
  • Published: Wednesday, 28 July 2021
  • , Updated: 28 July 2021, 08:24 PM IST

ନୂଆଦିଲ୍ଲୀ: କ୍ରିକେଟର୍ ଲୋକେଶ ରାହୁଲ୍ ଓ ଅଭିନେତ୍ରୀ ଆତିୟା ସେଟ୍ଟୀଙ୍କ ଡେଟିଂକୁ ନେଇ ଅନେକ ଗୁଜବ ଉଠିଛି। ଦୁହିଁଙ୍କୁ ଅଧିକାଂଶ ସମୟରେ ଏକାଠି ମଧ୍ୟ ଦେଖିବାକୁ ମିଳେ। ଏବେ ରାହୁଲ ଓ ଆତିୟାଙ୍କର ଏକ ଫଟୋ ସାମ୍ନାକୁ ଆସିଛି, ଯେଉଁଥିରେ ଦୁହେଁ ଏକାଠି ଅଛନ୍ତି। ଏହି ଫଟୋ ଈଶାନ୍ତ ଶର୍ମାଙ୍କ ପତ୍ନୀ ପ୍ରତିମା ସିଂହ ଶେଆର୍ କରିଛନ୍ତି। ଏହି ଫଟୋରୁ ସ୍ପଷ୍ଟ ହୋଇଛି ଯେ ରାହୁଲ୍ ଓ ଆତିୟା ଏବେ ଇଂଲଣ୍ଡରେ ଅଛନ୍ତି।

ଏହି ଫଟୋକୁ ନେଇ ଅନେକ କମେଣ୍ଟ ମଧ୍ୟ ମିଳିଛି। ପ୍ରତିମା ଏହି ଫଟୋକୁ ଶେଆର୍ କରି କ୍ୟାପସନରେ ଏକ ଲୋକପ୍ରିୟ ଗୀତର ଲାଇନ୍ ଲେଖିଛନ୍ତି। ପ୍ରତିମା ଲେଖିଛନ୍ତି, ରାହୋ ମେ ଉନସେ ମୁଲାକାତ ହୋ ଗୟି। ପ୍ରତିମାଙ୍କ ଦ୍ୱାରା ଶେଆର୍ କରାଯାଇଥିବା ଏହି ଫଟୋରେ ରାହୁଲ୍ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି। ରାହୁଲ୍ ଏକ ହାର୍ଟ ଥିବା ଇମୋଜୀ କମେଣ୍ଟ ବକ୍ସରେ ପୋଷ୍ଟ କରିଛନ୍ତି। ଏହି ଫଟୋରେ ଈଶାନ୍ତ ଶର୍ମା ମଧ୍ୟ ନଜର ଆସିଛନ୍ତି।

 

View this post on Instagram

 

A post shared by Pratima singh 🔱 (@pratima0808)

ଦୀର୍ଘ ସମୟ ଧରି ରାହୁଲ୍ ଓ ଆତିୟାଙ୍କ ମଧ୍ୟରେ ବନ୍ଧୁତାକୁ ନେଇ ଚର୍ଚ୍ଚା ହୋଇ ଆସୁଛି। ଇଂଲଣ୍ଡ ଗସ୍ତରେ ରାହୁଲଙ୍କ ସହ ଆତିୟା ମଧ୍ୟ ଯାଇଛନ୍ତି। କିନ୍ତୁ ଦୁହିଁଙ୍କ ଏକାଠି ଫଟୋ ବହୁତ କମ୍ ଦେଖିବାକୁ ମିଳେ। ଏହା ପୂର୍ବରୁ ରାହୁଲ୍ ଓ ଆତିୟାଙ୍କୁ ଗୋଟିଏ ଫ୍ରେମରେ ଦେଖିବାକୁ ମିଳିଥିଲା। ଦୁହେଁ ଏକ ଆଡ୍ ପାଇଁ ଫଟୋ ଶୁଟ୍ କରିଥିଲେ। ହେଲେ ଏପର୍ଯ୍ୟନ୍ତ ଦୁହେଁ ସେମାନଙ୍କର ଲଭ୍ ଲାଇଫକୁ ସାର୍ବଜନୀନ କରିନାହାନ୍ତି।

ଭାରତ ଇଂଲଣ୍ଡ ଗସ୍ତରେ ପାଞ୍ଚ୍ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ। ଭାରତ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ଅଗଷ୍ଟ ୪ ତାରିଖରୁ ଆରମ୍ଭ ହେବ। ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ପୂର୍ବରୁ ଭାରତୀୟ ଟିମ୍ କାଉଣ୍ଟି ଏକାଦଶ ବିପକ୍ଷରେ ଅଭ୍ୟାସ ମ୍ୟାଚ୍ ଖେଳିଥିଲେ, ଯେଉଁଥିରେ ରାହୁଲ୍ ଓ ରବୀନ୍ଦ୍ର ଜାଡେଜା ଦମଦାର ବ୍ୟାଟିଂ କରିଥିଲେ।

ରାହୁଲ୍ ଏହି ମ୍ୟାଚରେ ଶତକ ମାରିଥିବା ବେଳେ ଜାଡେଜା ଅର୍ଦ୍ଧଶତକ ହାସଲ କରିଥିଲେ। ଏହି ପ୍ରଦର୍ଶନ ପରେ ଏବେ ରାହୁଲଙ୍କୁ ଭାରତର ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିବା ବୋଲି ଆଶା କରାଯାଉଛି।

Related story