ଗାର୍ଲଫ୍ରେଣ୍ଡଙ୍କ ସହ ଭାଲେଣ୍ଟାଇନ୍‌ ଡେ' ମନାଇଲେ ରାହୁଲ

ମୁମ୍ବାଇ: ପ୍ରେମର ଦିନ ଭାଲେଣ୍ଟାଇନ୍‌ ଡେ’ ପାଳିଲେ ଭାରତୀୟ କ୍ରିକେଟ ଖେଳାଳି କେଏଲ୍‌ ରାହୁଲ। ତାଙ୍କ ଗୁଜବ ଗାର୍ଲଫ୍ରେଣ୍ଡ ଆଥିଆଙ୍କ ସହ ମନାଇଲେ ନିଜ ଭାଲେଣ୍ଟାଇନ୍‌ ଡେ’। ସୋଶାଲ ମିଡିଆରେ ଉଭୟଙ୍କ ଏକାଠି ଥିବା ଫଟୋ ସାମ୍ନାକୁ ଆସିବା ପରେ ଏଭଳି କିଛି ଚର୍ଚ୍ଚା ଚାଲିଛି। କେଏଲ୍‌ ରାହୁଲ ଓ ବଲିଉଡ ଅଭିନେତା ସୁନୀଲ ଶେଟ୍ଟୀଙ୍କ ଝିଅ ଆଥିଆ। ଦୁହେଁ ପରସ୍ପରକୁ ଡେଟ୍‌ କରୁଥିବା କଥା ଏବେ ଆଉ କାହାକୁ ଅଛପା ନାହିଁ। କିନ୍ତୁ ଉଭୟ ଖୋଲାଖୋଲି […]

KL Rahul and Athiya

Madhupriya Mistry
  • Published: Monday, 14 February 2022
  • , Updated: 14 February 2022, 03:59 PM IST

ମୁମ୍ବାଇ: ପ୍ରେମର ଦିନ ଭାଲେଣ୍ଟାଇନ୍‌ ଡେ' ପାଳିଲେ ଭାରତୀୟ କ୍ରିକେଟ ଖେଳାଳି କେଏଲ୍‌ ରାହୁଲ। ତାଙ୍କ ଗୁଜବ ଗାର୍ଲଫ୍ରେଣ୍ଡ ଆଥିଆଙ୍କ ସହ ମନାଇଲେ ନିଜ ଭାଲେଣ୍ଟାଇନ୍‌ ଡେ'। ସୋଶାଲ ମିଡିଆରେ ଉଭୟଙ୍କ ଏକାଠି ଥିବା ଫଟୋ ସାମ୍ନାକୁ ଆସିବା ପରେ ଏଭଳି କିଛି ଚର୍ଚ୍ଚା ଚାଲିଛି।

କେଏଲ୍‌ ରାହୁଲ ଓ ବଲିଉଡ ଅଭିନେତା ସୁନୀଲ ଶେଟ୍ଟୀଙ୍କ ଝିଅ ଆଥିଆ। ଦୁହେଁ ପରସ୍ପରକୁ ଡେଟ୍‌ କରୁଥିବା କଥା ଏବେ ଆଉ କାହାକୁ ଅଛପା ନାହିଁ। କିନ୍ତୁ ଉଭୟ ଖୋଲାଖୋଲି ଭାବେ ସମସ୍ତଙ୍କ ସାମ୍ନାରେ ସ୍ୱୀକାର କରିନାହାନ୍ତି। ପାର୍ଟି ହେଉ ଅବା କୌଣସି ଲଞ୍ଚିଂ ଇଭେଣ୍ଟ, ବା କୌଣସି ହଲିଡେ' ଟ୍ରିପ୍‌ ପ୍ରାୟତଃ ଆଥିଆ ଓ କେଏଲ୍‌ ରାହୁଲଙ୍କୁ ଏକାଠି ଦେଖିବାକୁ ମିଳେ। ଅନେକ ଥର ଏମାନେ ନିଜର ଫଟୋକୁ ମଧ୍ୟ ସୋଶାଲ ମିଡିଆରେ ପୋଷ୍ଟ କରନ୍ତି। ଏବେ ପୁଣି ଥରେ ଏହି ଲଭ୍‌ ବାର୍ଡଙ୍କୁ ଏକାଠି ଦେଖିବାକୁ ମିଳିଛି। ଭାଲେନ୍‌ଣ୍ଟାଇନ୍‌ ଡେ'ରେ ପରସ୍ପର ନିକଟତର ହୋଇଛନ୍ତି ଆଥିଆ ଓ ରାହୁଲ।

ନିଜ ଇନ୍‌ଷ୍ଟାଗ୍ରାମରେ ରାହୁଲ ଏକ ଫଟୋ ଶେଆର କରିଛନ୍ତି। ଏହି ଫଟୋରେ ସେ ନିଜ ଗାର୍ଲଫ୍ରେଣ୍ଡ ଆଥିଆଙ୍କ ସହ ଥିବା ଦେଖିବାକୁ ମିଳିଛି। ଦୁହେଁ ପୂରାପୁରି ମସ୍ତିମୁଡ୍‌ରେ ଥିବା ନଜର ଆସିଛନ୍ତି। ଏହି ଫଟୋକୁ ଶେଆର କରି କ୍ୟାପସନ୍‌ରେ ରାହୁଲ ଲେଖିଛନ୍ତି, 'ହ୍ୟାପି ଡେ'। ଏଥିସହ କିଛି ହାର୍ଟର ଇମୋଜି ମଧ୍ୟ ଦେଇଛନ୍ତି।

ସୂଚନା ମୁତାବକ, କହୁଣିରେ ଆଘାତ ଲାଗିବା ଯୋଗୁଁ ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜରୁ ବାଦ ପଡିଛନ୍ତି କେଏଲ୍‌ ରାହୁଲ। କେବଳ ସେ ନୁହନ୍ତି ଅକ୍ଷର ପଟେଲ୍‌ ମଧ୍ୟ ଆହତ କାରଣରୁ ଏହି ସିରିଜ୍‌ରୁ ବାଦ୍‌ ପଡିଛନ୍ତି। ରାହୁଲଙ୍କ ସ୍ଥାନରେ ଋତୁରାଜ ଗାଏକ୍ୱାଡ ଏବଂ ଦୀପକ ହୁଡ୍ଡା ଭାରତୀୟ ଟିମ୍‌ରେ ସାମିଲ ହୋଇଛନ୍ତି।

ଫେବୃଆରୀ ୯ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଫିଲ୍ଡିଂ କରିବା ସମୟରେ ଆହତ ହୋଇଥିଲେ ରାହୁଲ। ତାଙ୍କ କହୁଣିରେ ଆଘାତ ଲାଗିଥିଲା। ସେପଟେ ଆକ୍ସର ପଟେଲ ମଧ୍ୟ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ହୋଇପାରି ନାହାଁନ୍ତି। ଏହି କାରଣରୁ ସେ ଦକ୍ଷିଣ ଆଫ୍ରିକା ଗସ୍ତରେ ମଧ୍ୟ ଯାଇପାରିନଥିଲେ। ଆସନ୍ତା ୧୬ ତାରିଖରେ କୋଲକାତାରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଟି-୨୦ ସିରିଜ୍‌ ଖେଳାଯିବ।

https://twitter.com/klrahul11/status/1493120403983663104?s=20&t=OqT08et05cf2SkMa6wzPwA

Related story